ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ଆଶ୍ୱସ୍ତି

ଭୁବନେଶ୍ୱର,୨୫।୨(ବ୍ୟୁରୋ): ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ କମିଶନରେଟ ପୋଲିସ ତଦନ୍ତ କରିଛି। ଇନ୍‌ଫୋସିଟି ଥାନା ପୋଲିସ ପକ୍ଷରୁ ଶୁକ୍ରବାର ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୨ଙ୍କ କୋର୍ଟରେ ମାମଲା ସଂକ୍ରାନ୍ତ ଶେଷ ରିପୋର୍ଟ ଦାଖଲ କରାଯାଇଛି। ଏହି ମାମଲାରେ ସାକ୍ଷୀ, ସୂଚନାଦାତା, ପାରିପାର୍ଶ୍ୱିକ ପ୍ରମାଣ, ପୋଷ୍ଟମର୍ଟମ ରିପୋର୍ଟ, ଷ୍ଟେଟ୍‌ ଫରେନ୍‌ସିକ୍‌ ସାଇନ୍ସ ଲାବରେଟୋରୀ (ଏସ୍‌ଏଫ୍‌ଏସ୍‌ଏଲ୍‌)ର ଭିସେରା କେମିକାଲ ରିପୋର୍ଟ ଓ ସାଇଣ୍ଟିଫିକ୍‌ ଅଧିକାରୀଙ୍କ ରିପୋର୍ଟରୁ ଆନନ୍ଦ ଆତ୍ମହତ୍ୟା କରିଥିବା ଉକ୍ତ ରିପୋର୍ଟରେ ସ୍ପଷ୍ଟ କରାଇଛି। ଏପରିକି ଆନନ୍ଦଙ୍କୁ ବଳପୂର୍ବକ ମଦ କିମ୍ବା ନିଶା ଦିଆଯାଇ ନ ଥିବା ଭିସେରା ରିପୋର୍ଟରେ ଜଣାପଡ଼ିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଫଳରେ ଏହି ମାମଲାରେ ଅଭିଯୁକ୍ତ ଥିବା ଆନନ୍ଦଙ୍କ ପିଲାଦିନର ସାଙ୍ଗ ତଥା ଆନ୍ତର୍ଜାତିକ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ବାନ୍ଧବୀ ମନଜିତ୍‌ ଟେଟେଙ୍କୁ ଆଶ୍ୱସ୍ତି ମିଳିଛି।
ସୂଚନାଯୋଗ୍ୟ, ଆନନ୍ଦ ମୃତ୍ୟୁ ପୂର୍ବରୁ ପ୍ରାୟ ଦେଢ଼ ବର୍ଷ ଧରି ବାନ୍ଧବୀ ମନ୍‌ଜିତଙ୍କ ସହ ଲିଭ୍‌ ଇନ୍‌ରେ ଥିଲେ। ସେମାନେ ଇନ୍‌ଫୋସିଟି ଅଞ୍ଚଳରେ ଥିବା ଆୟୁଷ ରେଡିଅମ୍‌ ଆପାର୍ଟମେଣ୍ଟର ଏକ ଫ୍ଲାଟ୍‌ରେ ଏକାଠି ରହୁଥିଲେ। ସେଠାରେ ଆଉଏକ ରୁମରେ ବୀରେନ୍ଦ୍ର ରହୁଥିଲେ। ବିବାହର ୧୦ ଦିନପରେ ଅର୍ଥାତ୍‌ ୨୦୨୨ ଫେବୃୟାରୀ ୨୮ରେ ଆନନ୍ଦ ରାଉରକେଲାରୁ ଫେରି ପୂର୍ବାହ୍ନ ସାଢ଼େ ୧୦ଟାରେ ଉକ୍ତ ଫ୍ଲାଟ୍‌କୁ ଆସିଥିଲେ। ବାନ୍ଧବୀଙ୍କ ସହ ମତାନ୍ତର ହେବାରୁ ଆନନ୍ଦ ତାଙ୍କ ରୁମ୍‌ରେ ଶାଢ଼ୀ ଦ୍ୱାରା ଝୁଲି ଆତ୍ମହତ୍ୟା କରିଥିଲେ। ସେହି ସମୟରେ ମଧ୍ୟ ବୀରେନ୍ଦ୍ର ଅନ୍ୟ ଏକ ରୁମ୍‌ରେ ଥିଲେ। ଆନନ୍ଦଙ୍କ ମୃତ୍ୟୁ ହୋଇଥିବା ତାଙ୍କ ବାପାଙ୍କୁ ବୀରେନ୍ଦ୍ର ଜଣାଇବା ସହ ପୋଲିସକୁ ଖବର ଦେଇଥିଲେ। ଏନେଇ ବୀରେନ୍ଦ୍ର ଓ ମନ୍‌ଜିତ ଟେଟେଙ୍କ ନାଁରେ ଆନନ୍ଦଙ୍କ ବାପା ବନ୍ଧନ ହତ୍ୟା ଅଭିଯୋଗ ଆଣିଥିଲେ। ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ପରିବାର ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ନଭେମ୍ବର ୨୪ରେ ପୋଲିସ ଏକ ହତ୍ୟା ମାମଲା (ନଂ.୩୩୬/୨୦୨୨) ରୁଜୁ କରି ତଦନ୍ତକୁ ଆଗକୁ ବଢ଼ାଇଥିଲା। ତେବେ ଆନନ୍ଦଙ୍କ ମୃତ୍ୟୁ ପଛରେ ବୀରେନ୍ଦ୍ରଙ୍କ ହାତ ଥିବା ଚର୍ଚ୍ଚା ହୋଇଥିଲା। ଡିସେମ୍ବରରେ ପର୍ଯ୍ୟାୟକ୍ରମେ ବୀରେନ୍ଦ୍ର, ମନଜିତ୍‌, ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋ, ମାଆ, ସ୍ତ୍ରୀ ଓ ବଡ଼ ଭାଇଙ୍କୁ ପୋଲିସ ପଚରାଉଚରା କରି ବୟାନ ରେକର୍ଡ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମ କାର୍ଡ କରାଇବା ନାଁରେ ଅର୍ଥ ଶୋଷଣ

ବଲାଙ୍ଗୀର ଅଫିସ, ୬ା୧୦ ବଲାଙ୍ଗୀର ଜିଲାରେ ଦାଦନ ଶ୍ରମିକଙ୍କ ଶୋଷଣ ଓ ନିର୍ଯାତନା ନୂଆକଥା ନୁହେଁ ା ଏବେ ଦାଦନ ଶ୍ରମିକଙ୍କୁ ଶ୍ରମକାର୍ଡ କରାଇଦେବା ନାଁରେ...

ମୃତଦେହ ସତ୍କାର ଲାଗି ମହିଳାଦେଲେ ଚାରିକାନ୍ଧ

ବରଗଡ଼ ଅଫିସ,୮।୩: ସାରା ବିଶ୍ୱରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଥିବା ବେଳେ ବରଗଡ଼ ସହରର ମହିଳାମାନେ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଅମ୍ବାପାଲିର...

ଅସନ୍ତୁଷ୍ଟଙ୍କୁ ନୁହେଁ, ପ୍ରାର୍ଥିତ୍ୱକୁ ଭରସା

ଜଗତ୍‌ସିଂହପୁର ଅଫିସ,୧୮ା୨: ଜଗତ୍‌ସିଂହପୁର ଜିଲାର ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତିର୍ତ୍ତୋଲ ଜିଲା ପରିଷଦର ୪ନଂ. ଜୋନ୍‌ ବିଜେଡି ସଭ୍ୟା ପ୍ରିୟଦର୍ଶିନୀ ବିଶ୍ୱାଳ ବିଜୟୀ ହୋଇ...

ପୋଲିସ କ୍ୟାଣ୍ଟିନ୍‌ରେ ବଳାତ୍କାର ଶିକାର ମହିଳାଙ୍କ ମୃତ୍ୟୁ

ମାଲକାନଗିରି,୧୩ା୫(ଡି.ଏନ୍‌.ଏ.): ମାଲକାନଗିିରି ଜିଲା ସଦର ମହକୁମାସ୍ଥିତ ପୋଲିସ କ୍ୟାଣ୍ଟିିନ୍‌ରେ କାମ କରୁଥିବା ଜଣେ ଆଦିବାସୀ ମହିଳା ବଳାତ୍କାରର ଶିକାର ହୋଇଥିଲେ। ମଙ୍ଗଳବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ...

ପରୀ ହତ୍ୟା ମାମଲା: ତଦନ୍ତ କରିବ ଏସ୍‌ଆଇଟି

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ନୟାଗଡ଼ ଜିଲାର ୫ବର୍ଷର ଶିଶୁ କନ୍ୟା ପରୀ ହତ୍ୟା ମାମଲାର ତଦନ୍ତ ସ୍ପେଶାଲ ଇନ୍‌ଭେଷ୍ଟିଗେଶନ ଟିମ୍‌(ଏସ୍‌ଆଇଟି) ବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଦ୍ୱାରା କରାଯିବ।...

ଖର୍ଚ୍ଚ କମାଇବ ଇ-ମୋଡ୍‌

ଭୁବନେଶ୍ୱର,୨ା୧(ବ୍ୟୁରୋ): ରାଜ୍ୟ ସରକାର ପ୍ରଶାସନିକ କାର୍ଯ୍ୟକୁ ସମ୍ପୂର୍ଣ୍ଣ କାଗଜମୁକ୍ତ କରିବାକୁ ଲକ୍ଷ୍ୟ ରଖି ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ପ୍ରଶାସନିକ ଚିଠିପତ୍ର ଇଲେକ୍ଟ୍ରୋନିକ ମୋଡ୍‌ରେ କରାଯାଉଥିବା...

ରାଜଧାନୀରୁ ଆଜି ଆଉ ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୭।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୪ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୩୦...

ନବ ଦାସ ବିଜେଡିରେ ଯୋଗଦେବା ପରେ ଅନ୍ତର୍ଦ୍ୱନ୍ଦ୍ୱ ଜଣାପଡ଼ିଯାଇଥିଲା: ନରସିଂହ

ଭୁବନେଶ୍ବର, ୨୨।୨(ବ୍ୟୁରୋ): ନବ ଦାସଙ୍କ ହତ୍ୟା ଘଟଣାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପୁଣି ନୂଆ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ନବଙ୍କୁ...

Advertisement
Archives

Model This Week