ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ଆଶ୍ୱସ୍ତି

ଭୁବନେଶ୍ୱର,୨୫।୨(ବ୍ୟୁରୋ): ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ କମିଶନରେଟ ପୋଲିସ ତଦନ୍ତ କରିଛି। ଇନ୍‌ଫୋସିଟି ଥାନା ପୋଲିସ ପକ୍ଷରୁ ଶୁକ୍ରବାର ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୨ଙ୍କ କୋର୍ଟରେ ମାମଲା ସଂକ୍ରାନ୍ତ ଶେଷ ରିପୋର୍ଟ ଦାଖଲ କରାଯାଇଛି। ଏହି ମାମଲାରେ ସାକ୍ଷୀ, ସୂଚନାଦାତା, ପାରିପାର୍ଶ୍ୱିକ ପ୍ରମାଣ, ପୋଷ୍ଟମର୍ଟମ ରିପୋର୍ଟ, ଷ୍ଟେଟ୍‌ ଫରେନ୍‌ସିକ୍‌ ସାଇନ୍ସ ଲାବରେଟୋରୀ (ଏସ୍‌ଏଫ୍‌ଏସ୍‌ଏଲ୍‌)ର ଭିସେରା କେମିକାଲ ରିପୋର୍ଟ ଓ ସାଇଣ୍ଟିଫିକ୍‌ ଅଧିକାରୀଙ୍କ ରିପୋର୍ଟରୁ ଆନନ୍ଦ ଆତ୍ମହତ୍ୟା କରିଥିବା ଉକ୍ତ ରିପୋର୍ଟରେ ସ୍ପଷ୍ଟ କରାଇଛି। ଏପରିକି ଆନନ୍ଦଙ୍କୁ ବଳପୂର୍ବକ ମଦ କିମ୍ବା ନିଶା ଦିଆଯାଇ ନ ଥିବା ଭିସେରା ରିପୋର୍ଟରେ ଜଣାପଡ଼ିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଫଳରେ ଏହି ମାମଲାରେ ଅଭିଯୁକ୍ତ ଥିବା ଆନନ୍ଦଙ୍କ ପିଲାଦିନର ସାଙ୍ଗ ତଥା ଆନ୍ତର୍ଜାତିକ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ବାନ୍ଧବୀ ମନଜିତ୍‌ ଟେଟେଙ୍କୁ ଆଶ୍ୱସ୍ତି ମିଳିଛି।
ସୂଚନାଯୋଗ୍ୟ, ଆନନ୍ଦ ମୃତ୍ୟୁ ପୂର୍ବରୁ ପ୍ରାୟ ଦେଢ଼ ବର୍ଷ ଧରି ବାନ୍ଧବୀ ମନ୍‌ଜିତଙ୍କ ସହ ଲିଭ୍‌ ଇନ୍‌ରେ ଥିଲେ। ସେମାନେ ଇନ୍‌ଫୋସିଟି ଅଞ୍ଚଳରେ ଥିବା ଆୟୁଷ ରେଡିଅମ୍‌ ଆପାର୍ଟମେଣ୍ଟର ଏକ ଫ୍ଲାଟ୍‌ରେ ଏକାଠି ରହୁଥିଲେ। ସେଠାରେ ଆଉଏକ ରୁମରେ ବୀରେନ୍ଦ୍ର ରହୁଥିଲେ। ବିବାହର ୧୦ ଦିନପରେ ଅର୍ଥାତ୍‌ ୨୦୨୨ ଫେବୃୟାରୀ ୨୮ରେ ଆନନ୍ଦ ରାଉରକେଲାରୁ ଫେରି ପୂର୍ବାହ୍ନ ସାଢ଼େ ୧୦ଟାରେ ଉକ୍ତ ଫ୍ଲାଟ୍‌କୁ ଆସିଥିଲେ। ବାନ୍ଧବୀଙ୍କ ସହ ମତାନ୍ତର ହେବାରୁ ଆନନ୍ଦ ତାଙ୍କ ରୁମ୍‌ରେ ଶାଢ଼ୀ ଦ୍ୱାରା ଝୁଲି ଆତ୍ମହତ୍ୟା କରିଥିଲେ। ସେହି ସମୟରେ ମଧ୍ୟ ବୀରେନ୍ଦ୍ର ଅନ୍ୟ ଏକ ରୁମ୍‌ରେ ଥିଲେ। ଆନନ୍ଦଙ୍କ ମୃତ୍ୟୁ ହୋଇଥିବା ତାଙ୍କ ବାପାଙ୍କୁ ବୀରେନ୍ଦ୍ର ଜଣାଇବା ସହ ପୋଲିସକୁ ଖବର ଦେଇଥିଲେ। ଏନେଇ ବୀରେନ୍ଦ୍ର ଓ ମନ୍‌ଜିତ ଟେଟେଙ୍କ ନାଁରେ ଆନନ୍ଦଙ୍କ ବାପା ବନ୍ଧନ ହତ୍ୟା ଅଭିଯୋଗ ଆଣିଥିଲେ। ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ପରିବାର ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ନଭେମ୍ବର ୨୪ରେ ପୋଲିସ ଏକ ହତ୍ୟା ମାମଲା (ନଂ.୩୩୬/୨୦୨୨) ରୁଜୁ କରି ତଦନ୍ତକୁ ଆଗକୁ ବଢ଼ାଇଥିଲା। ତେବେ ଆନନ୍ଦଙ୍କ ମୃତ୍ୟୁ ପଛରେ ବୀରେନ୍ଦ୍ରଙ୍କ ହାତ ଥିବା ଚର୍ଚ୍ଚା ହୋଇଥିଲା। ଡିସେମ୍ବରରେ ପର୍ଯ୍ୟାୟକ୍ରମେ ବୀରେନ୍ଦ୍ର, ମନଜିତ୍‌, ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋ, ମାଆ, ସ୍ତ୍ରୀ ଓ ବଡ଼ ଭାଇଙ୍କୁ ପୋଲିସ ପଚରାଉଚରା କରି ବୟାନ ରେକର୍ଡ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?