ଅର୍ଥନୈତିକ ସର୍ଭେ ରିପୋର୍ଟରେ ବିଫଳତା ଲୁଚାଯାଇଛି: ଭାଜପା

ଭୁବନେଶ୍ବର,୨୫ା୨(ବ୍ୟୁରୋ): ମିଥ୍ୟା ତଥ୍ୟର ଦସ୍ତାବିଜ ହେଉଛି ଗୁରୁବାର ଉପସ୍ଥାପିତ ହୋଇଥିବା ୨୦୨୨-୨୩ର ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ। ଅର୍ଦ୍ଧସତ୍ୟ, ଗୋଲାପୀ ସ୍ବପ୍ନ ଆଧାରିତ ଏହି ରିପୋର୍ଟରେ ଅନେକ ବିଫଳତାକୁ ରାଜ୍ୟ ସରକାର ଲୁଚାଇଛନ୍ତି। ଆସନ୍ତା ଫେବୃୟାରୀ ୨୮ରେ ଜାତୀୟ ଆୟ ୨୦୨୨-୨୩ର ୨ୟ ଅଗ୍ରିମ ଆକଳନ ପ୍ରକାଶ ପାଇବାକୁ ଥିବାବେଳେ ରାଜ୍ୟ ସରକାର ତରବରିଆ ଭାବେ ପ୍ରଥମ ଅଗ୍ରିମ ଆକଳନକୁ ଭିତ୍ତିକରି ରାଜ୍ୟର ଅଭିବୃଦ୍ଧି ହାର ପ୍ରକାଶ କରିବା ଆଦୌ ଗ୍ରହଣୀୟ ନୁହେଁ। ସେହିପରି ନିଜ ଅଭିବୃଦ୍ଧି ହାର ଓ ମୁଣ୍ଡ ପିଛା ଆୟର ତୁଳନା ଅନ୍ୟ ତୁଳନୀୟ ରାଜ୍ୟଗୁଡ଼ିକ ସହ ନ କରି ଦେଶର ଅଭିବୃଦ୍ଧି ହାର ଓ ମୁଣ୍ଡ ପିଛା ଆୟ ସହିତ ତୁଳନା କରିବା ଆବଶ୍ୟକ ବୋଲି ଭାଜପା ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସତ୍ୟବ୍ରତ କହିଛନ୍ତି, ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ ଆର୍ଥତ୍କ ବର୍ଷ ୨୦୧୨ ଓ ୨୦୨୧ ମଧ୍ୟରେ ଓଡ଼ିଶାର ସିଏଜିଆର୍‌ ୫.୭୩ ପ୍ରତିଶତ ଥିବାବେଳେ ଗୁଜରାଟ, କର୍ନାଟକ, ହରିୟାଣା, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ତାମିଲନାଡୁ ରାଜ୍ୟ ତଳେ ଓଡ଼ିଶାର ସ୍ଥାନ ରହିଛି। ଅପେକ୍ଷାକୃତ ବୃହତ୍‌ ରାଜ୍ୟଗୁଡ଼ିକର ଅର୍ଥନୀତିଠାରୁ କମ୍‌ ଅଭିବୃଦ୍ଧି ହାସଲ ରାଜ୍ୟ ସରକାରଙ୍କ ପାରିବାପଣିଆର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ। ଅଭିବୃଦ୍ଧିର ଏହି ତାରତମ୍ୟ ନେଇ ଗତିକଲେ ମଧ୍ୟ ଦେଶର ମୁଣ୍ଡ ପିଛା ଆୟ ସହିତ ସମକକ୍ଷ ହେବା ପାଇଁ ଓଡ଼ିଶାକୁ ଆହୁରି ୨୦ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଭବିଷ୍ୟତ ପିଢ଼ି ପାଇଁ ଏହା ରାଜ୍ୟ ସରକାରଙ୍କ କେଉଁ ପ୍ରକାର ଉପହାର ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?