ମାଗଣା ଚାଉଳକୁ ନେଇ ବଢ଼ିଲା ରାଜନୀତି
ଭୁବନେଶ୍ବର,୬ା୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ବର୍ଷେ ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ବଣ୍ଟନ କଥାକୁ ନେଇ ଏବେ ରାଜନୀତି ଜୋର୍ ଧରିବାରେ ଲାଗିଛି। ରାଜ୍ୟ ଗସ୍ତରେ ଆସିଥିବା ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ଏହି ଘଟଣାରେ…
ଠିକ୍ କାମ ନ କଲେ ଟେଣ୍ଡର ବାତିଲ
ଭୁବନେଶ୍ୱର,୬।୧ (ବ୍ୟୁରୋ)କାନ୍ଥରେ ଚିତ୍ର କରି, ରାସ୍ତାକଡ଼ରେ ଫୁଲ ଗଛ ଲଗାଇ ଯେତେ ଯାହା କଲେ ବି ମୁଖ୍ୟ ପ୍ରସଙ୍ଗରେ ମାଡ଼ ଖାଇଯାଉଛି ବିଏମ୍ସି। ସହରକୁ ଯେତେ ଚିତ୍ରରେ ସଜେଇଲେ କ’ଣ ହେବ, ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଆଡେ ଅଳିଆ…
୧୫ ବର୍ଷ ପରେ ମା’ଙ୍କୁ ଖୋଜିଲେ ମମତା
ପୁରୀ ଅଫିସ, ୬ା୧: ‘ସେ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ଏକ ନିଷ୍ଠୁର ନିଷ୍ପତ୍ତି ନେଇଥିଲେ ଓ ମୋତେ ଯିବାକୁ ଦେଇଥିଲେ। ସେ ଜଣେ ମହାନ୍ ମା’। କାରଣ ସେ କେବଳ ମୋ ପାଇଁ ଏଭଳି ପଦକ୍ଷେପ ନେଇଥିଲେ,…
ଜାତୀୟ ସାଧାରଣତନ୍ତ୍ର ଦିବସରେ ଅତିଥି ହେବେ ଭୁଞ୍ଜିଆ ଦମ୍ପତି
ଭୁବନେଶ୍ୱର,୬।୧(ବ୍ୟୁରୋ): ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ନୂଆପଡ଼ା ଜିଲାର ଆଦିବାସୀ ଦମ୍ପତି। ରାଷ୍ଟ୍ରପତି ଭବନରୁ ଏନେଇ ନିମନ୍ତ୍ରଣ ପାଇବା ପରେ ଲାଲଗଡ଼ ଭାବେ ପରିଚିତ ସୁନାବେଡା ଅଭୟାରଣ୍ୟରେ ଥିବା ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଖୁସିର ଲହରି…
ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା
ଅନୁଗୋଳ ଅଫିସ/ବାରିପଦା ଅଫିସ,୬ା୧: ଶୁକ୍ରବାରଠାରୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ସାତକୋଶିଆ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ କୁମ୍ଭୀର ଗଣନା କରାଯାଉଛି। ଏହି ଗଣନା କାର୍ଯ୍ୟରେ ମୋଟ୍ ୧୨ଟି ଟିମ୍ ନିୟୋଜିତ ହୋଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲା କରଞ୍ଜିଆରେ…
ରାଜ୍ୟରେ ୩ କୋଟି ୨୩ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର
ଭୁବନେଶ୍ୱର,୬ା୧(ବ୍ୟୁରୋ): ରାଜ୍ୟର ୧୪୬ ବିଧାନସଭା ନିର୍ବାଚନମଣ୍ଡଳୀରେ ଚୂଡ଼ାନ୍ତ ଫଟୋ ଭୋଟର ତାଲିକା ଗୁରୁବାର ପ୍ରକାଶ କରାଯାଇଛି। ୫୮ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲାପାଳଙ୍କ କାର୍ଯ୍ୟାଳୟ, ୩୦ ଜିଲାର ନିର୍ବାଚନ ଅଧିକାରୀ ତଥା ଜିଲାପାଳଙ୍କ କାର୍ଯ୍ୟାଳୟ, ରାଜ୍ୟର ସମସ୍ତ ବୁଥ୍ ଏବଂ…
ଅର୍ଚ୍ଚନାଙ୍କ ଘର ମୂଲ୍ୟାୟନ ଆରମ୍ଭ
ଭୁବନେଶ୍ୱର,୬।୧ (ବ୍ୟୁରୋ): ବେଆଇନ ଅର୍ଥ କାରବାର ମାମଲାରେ ଚର୍ଚ୍ଚିତ ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କୁ ବୁଧବାର ଝାରପଡ଼ା ଜେଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ୬ ଘଣ୍ଟା ଜେରା କରାଯାଇଥିଲା। ଗୁରୁବାର ତାଙ୍କ ବ୍ୟବସାୟିକ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ମଧ୍ୟ ଜେଲରେ ୪…
ପୁନରୁଦ୍ଧାର ଅପେକ୍ଷାରେ ରାଧା, ଲଳିତା, ଶ୍ୟାମାକୁଣ୍ଡ
ଭୁବନେଶ୍ୱର,୬।୧(ବ୍ୟୁରୋ): ପାଖେଇ ଆସୁଛି ଖଣ୍ଡଗିରି କୁମ୍ଭମେଳା। ଜାଗମରାରୁ ପ୍ରଭୁ ଅନନ୍ତ କେଶରୀ ଶୋଭାଯାତ୍ରାରେ ବାହାରି ଉଦୟଗିରିସ୍ଥିତ ଲଳିତାକୁଣ୍ଡରେ ଚାପ ଖେଳିବେ। ଖଣ୍ଡଗିରି-ଉଦୟଗିରିରେ ରହିଥିବା ୫ ପବିତ୍ର ତଥା ପୁରାତନ ଜଳାଶୟ ମଧ୍ୟରୁ ଲଳିତାକୁଣ୍ଡ ଗୋଟିଏ ହୋଇଥିବାବେଳେ ଏହା ଅବହେଳିତ ହୋଇପଡ଼ିଛି। ସେହିଭଳି…
ଆଜି ମହାପ୍ରଭୁଙ୍କ ପୁଷ୍ୟାଭିଷେକ
ପୁରୀ ଅଫିସ,୬ା୧: ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ସକାଳଧୂପ ସରିବା ପରେ ରତ୍ନସିଂହାସନ ଉପରେ ଶ୍ରୀଜିଉ ଦୁର୍ଲଭ ସୁନାବେଶରେ ବିଭୂଷିତ ହେବେ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ସ୍ବତନ୍ତ୍ର ଅଟେ। ଚତୁର୍ଦ୍ଦଶୀ ତିଥିରେ ଅଧିବାସ ଗୃହରେ…
ସଙ୍କୁଚିତ ହେଉଛି ବୈତରଣୀ
ଯାଜପୁର ଅଫିସ,୬ା୧: କେନ୍ଦୁଝର ଜିଲା ଗୋନାସିକା ପାହାଡ଼ରୁ ବାହାରି ଯାଜପୁର ଜିଲା ଦେଇ ପ୍ରବାହିତ ଚିରସ୍ରୋତା ବୈତରଣୀ ନଦୀର କେତେକାଂଶ ଏବେ ନାଳ ପାଲଟିଛି। ନଦୀକୂଳକୁ ପୋତି ବିକାଶ କାମ ଚାଲିଥିବାରୁ ସାଧାରଣରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାସହ ଓସାରିଆ…
ହୁକିଟୋଲାରେ ପର୍ଯ୍ୟଟକଙ୍କ ଭିଡ଼ ବଢୁଛି
ମହାକାଳପଡ଼ା,୬ା୧ (ଡି.ଏନ.ଏ.): ପର୍ଯ୍ୟଟନ ଋତୁ ଆସିଲେ ବଣଭୋଜି କରିବାକୁ ଆଖିଆଗରେ ହୁକିଟୋଲା କଥା ପଡେ। ଚତୁଃପାର୍ଶ୍ୱରେ ନୀଳ ଜଳରାଶି ମଝିରେ ଏହି ଦ୍ୱୀପ। ଘଞ୍ଚ ସବୁଜ ବନାନୀ ନଦୀର ଉଭୟପାର୍ଶ୍ୱରେ ବିସ୍ତୀର୍ଣ୍ଣ ହେନ୍ତାଳ ଜଙ୍ଗଲ ପ୍ରକୃତିର ଅନନ୍ୟ ସୃଷ୍ଟି। ଯେଉଁଠି ଲୁଣି…
୧୦ ଯାଏ ପ୍ରବଳ ଶୀତ
ଭୁବନେଶ୍ୱର,୬ା୧(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ବୃଦ୍ଧି ପାଇଛି। ଶୁକ୍ରବାରଠାରୁ ଶୀତ ଆହୁରି ବଢ଼ିବ। ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ତଳକୁ ଖସିବ। ଆସନ୍ତା ୧୦ ତାରିଖ ଯାଏ ପାରଦ ତଳମୁହାଁ ରହିବ। ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ବାୟୁ…

