Posted inଖେଳ

ସୈଫ୍‌ ହାସନଙ୍କୁ ଜରିମାନା

କୋଲକାତା,୨୯।୧୧(ପି.ଟି.)- ଭାରତରେ ଅଧିକ ସମୟ ରହିବାରୁ ବାଂଲାଦେଶ ଓପନର ସୈଫ ହାସନଙ୍କୁ ଜରିମାନ ଦେବାକୁ ପଡିଛି। ତାଙ୍କର ଭିଜା ଅବଧି ଶେଷ ହୋଇଥିଲେ ମଧ୍ୟ ସେ ଭାରତରେ ରହିଥିଲେ। ଫଳରେ ସ୍ବଦେଶ ଫେରିବା ପାଇଁ ତାଙ୍କୁ ୨୧,୬୦୦ ଟଙ୍କା ଜରିମାନ ଦେବାକୁ ପଡିଥିଲା। ବ୍ୟାକ୍‌ଅପ୍‌ ଓପନର ଭାବେ ସେ ବାଂଲାଦେଶ ଦଳ ସହିତ ଭାରତ ଗସ୍ତରେ ଆସିଥିଲେ। ଏହି ଟେଷ୍ଟ ସିରିଜରେ ବାଂଲାଦେଶ ୨-୦ରେ ପରାସ୍ତ ହୋଇଥିଲା। କୋଲକାତାରେ ଅନୁଷ୍ଠିତ ଦିବାରାତ୍ର ଟେଷ୍ଟରେ ସେ ସାମିଲ ହୋଇ ନ ଥିଲେ। ଦେ ଦଳ ସହିତ ଭାରତରେ ରହିଯାଇଥିଲେ। ତାଙ୍କ ୬ ମାସିଆ ଭିଜା ଅବଧି ଶେଷ ହୋଇଥିବା କଥା ସେ ଜାଣି ନ ଥିଲେ। ଦୁଇ ଦିନ ତଳେ ତାଙ୍କ ଭିଜା ଅବଧି ଶେଷ ହୋଇଥିଲା। ଏକଥା ସେ ବିମାନବନ୍ଦରରେ ହୃଦୟଙ୍ଗମ କରିଥିଲେ। ସେ ନିର୍ଦ୍ଧାରିତ ବିମାନରେ ଯାତ୍ରା କରିପାରି ନ ଥିଲେ। ନୂଆ ନିୟମ ଅନୁସାରେ ତାଙ୍କୁ ଜରିମାନା ଦେବାକୁ ପଡିଛି ବୋଲି ବାଂଲାଦେଶ ଡେପୁଟି ହାଇ କମିଶନର ତୌଫିକ୍‌ ହାସନ କହିଛନ୍ତି। ଭାରତୀୟ ହାଇ କମିଶନ ତାଙ୍କୁ ଏକ୍‌ଜିଟ୍‌ କ୍ଲିୟରାନ୍ସ ଦେଇଛି। ଫଳରେ ସେ ବୁଧବାର ସ୍ବଦେଶ ଫେରିଛନ୍ତି। ସୈଫ ଓ ଅନ୍ୟ ଖେଳାଳିମାନେ ସୋମବାର ସ୍ବଦେଶ ଫେରିବାର କାର୍ଯ୍ୟକ୍ରମ ଥିଲା। ତେବେ ଦମ୍‌ଦମ ବିମାନ ବନ୍ଦରରେ ସେ ଆବଶ୍ୟକତାଠାରୁ ଅଧିକ ସମୟ ରହିଯାଇଥିଲେ। ସବୁ ଖେଳାଳିଙ୍କ ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଭିଜା ବ୍ୟବସ୍ଥା କରିଥିଲା। ତେବେ ସୈଫ୍‌ଙ୍କ ପାଖରେ ପୂର୍ବରୁ ଭାରତୀୟ ଭିଜା ଥିବାରୁ ବୋର୍ଡ ତାଙ୍କୁ ବାଦ୍‌ ଦେଇଥିଲା। ଗତ ଜୁନ୍‌ରେ ତାଙ୍କୁ ଭାରତୀୟ ଭିଜା ପ୍ରଦାନ କରାଯାଇଥିଲା। କିନ୍ତୁ ହାସନ କିମ୍ବା ଟିମ୍‌ ମ୍ୟାନେଜମେଣ୍ଟ ଏନେଇ ଅବଗତ ନ ଥିଲେ। ଯାହା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଜିଙ୍କ୍ୟ ରାହାଣେଙ୍କ ସନ୍ନ୍ୟାସରେ ଚକିତ ହୋଇଯାଇଥିଲେ ସଚିନ! ଦୁହିଁଙ୍କ କଥାବାର୍ତ୍ତାର ହେଲା ଖୁଲାସା

ନୂଆଦିଲ୍ଲୀ, ୧୧।୮: ଗତ କିଛି ସପ୍ତାହ ଧରି ଅଜିଙ୍କ୍ୟ ରାହାଣେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ୩୦ ତାରିଖରେ ସେ ଅବସର ଘୋଷଣା କରିଥିଲେ। ଏହାସହ…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

ବୈଭବ ସୂର୍ଯ୍ୟବଂଶୀଙ୍କ ବୟସକୁ ନେଇ ଏମିତି ବୟାନ ଦେଲେ ବ୍ରେଟ ଲି, ସଭିଏଁ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୮: ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କମ ବୟସରେ ତାଙ୍କ ଖେଳ ଦ୍ୱାରା କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ, ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ…

CWG: କମନ ଓ୍ବେଲଥ ଚାମ୍ପିୟନଙ୍କୁ ଭେଟି ବଡ଼ କଥା କହିଲେ ମୋଦି, ‘ଲାଗୁଥିଲା ଯେମିତି ପ୍ରତି ବୁନ୍ଦା ଲୁହରୁ ଝରୁଥିଲା ସ୍ବର୍ଣ୍ଣ ପଦକ’

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟଗୋଷ୍ଠୀ କ୍ରୀଡା ଚାମ୍ପିୟନମାନଙ୍କୁ ଭେଟିଥିଲେ। ସେ ରବିବାର ଖେଳାଳିମାନଙ୍କୁ ଭେଟିଥିଲେ ଏବଂ ଇନଷ୍ଟାଗ୍ରାମରେ ଆଲୋଚନାର ଏକ ଭିଡିଓ ଶେୟାର କରିଥିଲେ। ସେ ଖେଳାଳିମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri