ଖେଳ

ସାଇକ୍ଲିଷ୍ଟ ଆଲବେନଙ୍କୁ ସ୍ବର୍ଣ୍ଣ

ବର୍ଲିନ,୨୮।୧(ପି.ଟି.): ଭାରତୀୟ ସାଇକ୍ଲିିଷ୍ଟ ଇସୋ ଆଲବେନ ବର୍ଲିନ ଟୁର୍ନାମେଣ୍ଟର ପୁରୁଷ କେଇରିନ ଇଭେଣ୍ଟର ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୮ ବର୍ଷୀୟ ସାଇକ୍ଲିିଷ୍ଟ ପୋଡିୟର ଶୀର୍ଷସ୍ଥାନ ଅଧିକାର କରିବା ସହ ୨୦ କ୍ଲାସିଫିକେଶନ ପଏଣ୍ଟ ହାତେଇଛନ୍ତି। ୨୦୧୭ ବିଶ୍ୱ ଚାମ୍ପିୟନଶିପ…

ବାଂଲାଦେଶର ଏକ ଘରୋଇ ଦିନିକିଆ ମ୍ୟାଚ୍‌ରେ ୪୮ ଛକା, ୭୦ ଚୌକା

ଢାକା,୨୮।୧(ଏଏଫ୍‌ପି): ଦେଶର ଏକ ଦ୍ୱିତୀୟ ଶ୍ରେଣୀର ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ମୋଟ ୮୧୮ ରନ୍‌ ସ୍କୋର ହୋଇଛି। ମ୍ୟାଚ୍‌ରେ ଉଭୟ ଦଳ ୪୮ ଛକା ଓ ୭୦ ଚୌକା ମାରିଛନ୍ତି। ନର୍ଥ ବେଙ୍ଗଲ କ୍ରିକେଟ ଏକାଡେମୀ (୪୩୨/୪) ୪୬ ରନ୍‌ରେ…

ଗ୍ରାଣ୍ଟ ଇଲିଅଟଙ୍କ ଛକା ସ୍ମୃତିରେ ସବୁଜ ରଙ୍ଗର ଚେୟାର

ନ୍ୟୁଜିଲାଣ୍ଡର ଐତିହାସିକ ଇଡେନ ପାର୍କରେ ରହିଛି ଏକ ଭିନ୍ନ ରଙ୍ଗର ଚେୟାର। ଷ୍ଟାଡିୟମର ସମସ୍ତ ଚେୟାର ରଙ୍ଗ ଧୂସର ହୋଇଥିବାବେଳେ ଗୋଟିଏ ଚେୟାରକୁ ସବୁଜ ରଙ୍ଗ ଦିଆଯାଇଛି। ଏହା ପଛରେ ଏକ ବିଶେଷ କାରଣ ରହିଛି। ୨୦୧୫ ବିଶ୍ୱକପ୍‌ ଦକ୍ଷିଣ ଆଫ୍ରିକା…

ରାଜସ୍ଥାନ ଖେଳାଳି ବିନୀତ ସାକ୍ସେନାଙ୍କ ଅବସର

ଜୟପୁର,୨୮।୧(ପି.ଟି.)- ରଣଜୀ ଟ୍ରଫିର ୨୦୧୧-୧୨ ସଂସ୍କରଣରେ ମାରାଥନ ଦ୍ୱିଶତକୀୟ ଇନିଂସ ଖେଳି ରାଜସ୍ଥାନକୁ ଚାମ୍ପିୟନ କରାଇଥିବା କ୍ରିକେଟର ବିନୀତ ସାକ୍ସେନା ସୋମବାର ଅବସର ଘୋଷଣା କରିଛନ୍ତି। ୩୯ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ୧୯୯୮-୯୯ରେ ଉତ୍ତରାଖଣ୍ଡ ପାଇଁ ରଣଜୀ ପଦାର୍ପଣ କରିଥିଲେ। ୨୦୧୮-୧୯ରେ…

ଟେଷ୍ଟ ଚାମ୍ପିୟନ୍‌ଶିପରେ ୬ ପଏଣ୍ଟ ହରାଇଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ,୨୮।୧- ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟକୁ ଇଂଲଣ୍ଡ ୧୯୧ ରନ୍‌ରେ ଜିତି ସିରିଜ୍‌କୁ ୩-୧ ବ୍ୟବଧାନରେ ହାତେଇ ନେଇଛି। ଅନ୍ତିମ ଟେଷ୍ଟରେ ଧିମା ବୋଲିଂ ହାର ପାଇଁ ଦକ୍ଷିଣ ଆଫ୍ରିକାକୁ ୬ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ହରାଇବାକୁ…

ରିକି ପଣ୍ଟିଂଙ୍କୁ ‘ପଣ୍ଟର’ ଆଖ୍ୟା ଦେଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର

କିଛି ଖେଳାଳିଙ୍କ ପ୍ରକୃତ ନାଁ ଅପେକ୍ଷା ଡାକ ନାମରେ ଅଧିକ ପରିଚିତ ହାସଲ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଅନ୍ୟତମ। ତାଙ୍କୁ ସମସ୍ତେ ‘ପଣ୍ଟର’ ବୋଲି ଡାକିଥାନ୍ତି। କିନ୍ତୁ ତାଙ୍କର ଏହି ନାଁଟି କିଏ ଦେଇଥିଲେ…

ଆଇପିଏଲ ପୂର୍ବରୁ ହେବ ଅଲଷ୍ଟାର ମ୍ୟାଚ୍‌

ନୂଆଦିଲ୍ଲୀ,୨୮।୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତବର୍ଷ ଆଇପିଏଲ ପୂର୍ବରୁ ଏକ ଅଲଷ୍ଟାର ମ୍ୟାଚ୍‌ ଆୟୋଜନ କରିବ। ଏଥିରୁ ଆୟ ହୋଇଥିବା ଅର୍ଥ ଚ୍ୟାରିଟି ପାଇଁ ଖର୍ଚ୍ଚ ହେବ। ଦୁଇ ଦଳର ଖେଳାଳିଙ୍କୁ ରେଜିଷ୍ଟର ଆଇପିଏଲ ଖେଳାଳିଙ୍କ ତାଲିକାରୁ ଚୟନ…

ଏନ୍‌ବିଏ ଲୋଗୋରେ ବ୍ରାଏଣ୍ଟଙ୍କୁ ସାମିଲ କରିବା ଲାଗି ପିଟିଶନ

କାଲିଫର୍ନିଆ,୨୮।୧- କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ରବିବାର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ତାଙ୍କ ୧୩ ବର୍ଷୀୟା ଝିଅ ଜିଆନାଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଏହି ଖବରରେ ମର୍ମାହତ ପ୍ରଶଂସକମାନେ ଏନ୍‌ବିଏ ଲୋଗୋରେ ବ୍ରାଏଣ୍ଟଙ୍କୁ ସାମିଲ କରିବା ପାଇଁ…

ଟିମ୍‌ ଇଣ୍ଡିଆ ବସ୍‌ରେ ଧୋନୀଙ୍କ ସିଟ୍‌ ୬ ମାସ ଧରି ପଡ଼ିଛି ଖାଲି: ୟୁଜବେନ୍ଦ୍ର ଚହଲଙ୍କ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୮।୧: ଟିମ୍‌ ଇଣ୍ଡିଆରେ ଗତ ୬ ମାସ ଧରି ମହେନ୍ଦ୍ର ସିଂ ଧୋନୀ ସାମିଲ୍‌ ନାହାଁନ୍ତି। ତେବେ ଟିମ୍‌ ଇଣ୍ଡିଆ ବ୍ୟବହାର କରୁଥିବା ବିସିସିଆଇର ବସ୍‌ରେ ଧୋନୀଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍‌ ଖାଲି ପଡ଼ିଥିବା ନେଇ ସ୍ପିନର ୟୁଜବେନ୍ଦ୍ର ଚହଲ ସୂଚନା…

ଆଣ୍ଟାର୍କଟିକାର ବରଫ ସ୍ରୋତରେ ପହଁରିଲେ ୫୦ ବର୍ଷ ବୟସ୍କ ଆଥଲେଟ୍‌

ଲଣ୍ଡନ,୨୮।୧: ଆଣ୍ଟାର୍କଟିକାରେ ପ୍ରବଳ ଥଣ୍ଡା। ଏଠାରେ ତାପମାତ୍ରା ଅତି ନିମ୍ନ। ତେବେ ଜଣେ ୫୦ ବର୍ଷ ବୟସ୍କ ଆଥଲେଟ୍‌ ଏହାକୁ ଭ୍ରୁକ୍ଷେପ ନ କରି ଦୀର୍ଘ ୧୦ ମିନିଟ୍‌ କାଳ ଏଠାକାରର ବରଫ ସ୍ରୋତରେ ପହଁରିଛନ୍ତି। ବିଟ୍ରେନ୍‌ର ଲୁଇସ୍‌ ପୁଘ୍‌ ଏପରି…

ଅଷ୍ଟ୍ରେଲିଆନ୍‌ ଓପନ୍‌ : କ୍ୱାର୍ଟରରେ ନାଡାଲ, ଓ୍ବାରିଙ୍କା, ହାଲେପ୍‌

ମେଲବୋର୍ନ, ୨୮।୧ (ଏଏଫ୍‌ପି)- ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ର ୭ମ ଦିବସ ଖେଳ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ଏକ ନମ୍ବର ଖେଳାଳି ରାଫାଲ, ନାଡାଲ, ଷ୍ଟାନ ଓ୍ବାରିଙ୍କା, ଡୋମିନକ୍‌ ଥିମ, ଆଲେକଜାଣ୍ଡର ଜେଭରେଭ ନିଜ…

ପୂର୍ବତନ ସିପକ୍‌ଟାକ୍ର ଖେଳାଳିଙ୍କ ଅକାଳ ବିୟୋଗ

କଟକ ଅଫିସ,୨୮ା୧- ରାଜ୍ୟର ପୂର୍ବତନ ସିପକ୍‌ଟାକ୍ର ଖେଳାଳି ତଥା ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) କାର୍ଯ୍ୟାଳୟର କର୍ମଚାରୀ ମୁନା ବାରିକ(୩୨)ଙ୍କର ସୋମବାର ପୂର୍ବାହ୍ନରେ ପରଲୋକ ଘଟିଛି। ଗତ ୨୦ ତାରିଖରେ ମୁନା ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇ ଏସ୍‌ସିବି ମେଡ଼ିକାଲରେ ଚିକିତ୍ସାଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?