Posted inଖେଳ

କରୋନା ଭାଇରସ: ମହିଳା ହକି ଖେଳାଳିଙ୍କୁ ବିମାନ ବନ୍ଦରରୁ ଫେରିବାକୁ କୁହାଗଲା

ବେଙ୍ଗାଲୁରୁ,୧୫।୩- କରୋନା ଭାଇରସ ଏବେ ଭାରତୀୟ କ୍ରୀଡ଼ାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏପରିକି ଖେଳାଳିମାନଙ୍କୁ ନିଜ ଘରକୁ ଯିବାକୁ ମଧ୍ୟ ବାରଣ କରାଯାଇଛି। ସ୍ଥାନୀୟ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରରେ କଡ଼ା ଟ୍ରେନିଂ ତଥା ପ୍ରଶିକ୍ଷଣ ସାରି ଭାରତୀୟ ମହିଳା ହକି ଖେଳାଳିମାନେ ଗୋଟିଏ ସପ୍ତାହ ବିଶ୍ରମ ପାଇଥିବାରୁ ବିମାନ ଯୋଗ ଘରୁ ଯିବାକୁ ବାହାରିଥିଲେ। ତେବେ ବେଙ୍ଗାଲୁରୁର କେମ୍ପେଗୌଡା ବିମାନ ବନ୍ଦରରୁ ସେମାନଙ୍କୁ ସାଇ ସେଣ୍ଟରକୁ ପ୍ରତ୍ୟାବର୍ତ୍ତନ କରିବାକୁ କୁହାଯାଇଛି। ଶନିବାର ୭ଜଣ ଖେଳାଳି ଘରକୁ ଯିବା ପାଇଁ ବିମାନ ବନ୍ଦର ଯାଇଥିବା ବେଳେ ସେମାନଙ୍କୁ ଫେରିବାକୁ କୁହାଯାଇଛି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟି ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି। ସାଇ ଓ ହକି ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଥିଲା। ଫେବୃୟାରୀ ୧୬ ତାରିଖରୁ ଖେଳାଳିମାନେ ଏଠାରେ ଟ୍ରେନିଂ କରି ଆସୁଥିଲେ। ଶନିବାର ଟ୍ରେନିଂ କ୍ୟାମ୍ପ ଶେଷ ହୋଇଥିଲା। ଖେଳାଳିମାନେ ମାସ୍କ ଓ ସାନିଟାଇଜର ସହିତ ଘରକୁ ଯାତ୍ରା କରିବା ଆରମ୍ଭ କରିଥିଲେ। ତେବେ ଶେଷରେ ସେମାନଙ୍କୁ ନିରାଶ ହେବାକୁ ପଡିଥିଲା। ପୁଣି ଥରେ ମାର୍ଚ୍ଚ ୨୩ ତାରିଖରେ କ୍ୟାମ୍ପ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏ ଭଳି ସ୍ଥିତିରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସାଇ ସିନିୟର ଡାଇରେକ୍ଟର କ୍ୟପ୍‌ଟେନ ଅଜୟ କୁମାର ବାହି କହିଛନ୍ତି। ସାଇକୁ ବନ୍ଦ କରାଯାଇଛି। ସାରା ବେଙ୍ଗାଲୁରୁ ମଧ୍ୟ ଠପ୍‌ ହୋଇଛି। ଏପରିସ୍ଥଳେ ଖେଳାଳିମାନଙ୍କୁ ଫେରିଆସିବା ଛଡ଼ା ଅନ୍ୟ ଉପାୟ ନାହିଁ। ଏବେ ଖେଳାଳିମାନେ ସେମବାର ଅଭ୍ୟାସ ଆରମ୍ଭ କରିବେ ବୋଲି କୋଚ୍‌ ଜୋଏର୍ଡ ମାରିଜନେ କହିଛନ୍ତି।
ମାରିଜନେ ମଧ୍ୟ ଯାତ୍ରା ବାତିଲ କଲେ
ମହିଳା ହକି ମୁଖ୍ୟ କୋଚ୍‌ ଜୋଏର୍ଡ ମାରିଜନେ ମଧ୍ୟ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଘରକୁ ଯିବାର ଯୋଜନାରୁ ଓହରିଯାଇ ଯାତ୍ରା ବାତିଲ କରିଛନ୍ତି। ବିମାନବନ୍ଦରକୁ ଯାଉଥିବା ବେଳେ ସେ ଘରକୁ ଯିବାର ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଥିଲେ। ଏଭଳି ପରସ୍ଥିତିରେ ସେ କୌଣସି ରିସ୍କ ନେବାକୁ ଚାହାନ୍ତି ନାହିଁ ବୋଲି ମାରିଜନେ ଟୁଇଟ୍‌ କରିଛନ୍ତି। ମୁଁ କେବେ ପରିବାର ଲୋକଙ୍କ ସହ ମିଶି ତାହା ଜାଣିନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ମହିଳା ଦଳ ଆନାଲିଟିକାଲ କୋଚ୍‌ ଜାନେକେ ସ୍କୁପମ୍ୟାନ ନିଜର ଆମେରିକା ଯାତ୍ରା ବାତିଲ କରିଛନ୍ତି। ଉଲ୍ଲେଖଥାଉ କି, ପୁରୁଷ ହକି ଦଳ ମଧ୍ୟ ଏଠାରେ ଟ୍ରେନିଂ ଜାରି ରଖିଛି। ମାର୍ଚ୍ଚ ୨୭ରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ବିଶ୍ରାମ ରହିଛି। ତେବେ ପରିସ୍ଥିତିରେ ସୁଧାର ନ ହେଲା ପର୍ଯ୍ୟନ୍ତ ପୁରୁଷ ଖେଳାଳିଙ୍କୁ ଯାତ୍ରା କରିବାକୁ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri