ଖେଳ

ଜାତୀୟ ଚୟନକର୍ତ୍ତା ଦୌଡ଼ରେ ଅଗରକର ସାମିଲ

ନୂଆଦିଲ୍ଲୀ, ୨୫ା୧ (ପି.ଟି.)-ଜାତୀୟ କ୍ରିକେଟର ଚୟନକର୍ତ୍ତା ପାଇଁ ଶୁକ୍ରବାର ଆବେଦନର ଅନ୍ତିମ ଦିବସ ଥିଲା। ପୂର୍ବତନ ଭାରତୀୟ ପେସ୍‌ ବୋଲର ଅଜିତ ଅଗରକର ଶେଷ ମୁହୂର୍ତ୍ତରେ ଦରଖାସ୍ତ କରିଛନ୍ତି। ଫଳରେ ଚେୟାରମ୍ୟାନ ପଦବୀ ପାଇଁ ସେ ଦୌଡ଼ରେ ଅନ୍ୟମାନଙ୍କଠାରୁ ଆଗରେ ରହିବେ।…

ଚତୁର୍ଥ ରାଉଣ୍ଡରେ ଫେଡରର, ଜୋକୋଭିଚ୍‌, ସିଲିକ

ମେଲବୋର୍ନ, ୨୫।୧(ଏଏଫପି)- ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସରେ ଶୁକ୍ରବାର ସିଡେଡ ଖେଳାଳିମାନେ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସୁଇଜରଲାଣ୍ଡର ଅଭିଜ୍ଞ ଖେଳାଳି ତୃତୀୟ ସିଡ୍‌ ରୋଜର ଫେଡରର ମାରାଥନ ୪-୬, ୭-୬, ୬-୪, ୪-୬, ୭-୬ ସେଟ୍‌ରେ ଅଷ୍ଟ୍ରେଲିଆର ଜନ୍‌ ମିଲମ୍ୟାନଙ୍କୁ…

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ସେରେନା, ଓସାକାଙ୍କ ବିପର୍ଯ୍ୟୟ

ମେଲବୋର୍ନ,୨୫।୧ (ଏଏଫ୍‌ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟରେ ଶୁକ୍ରବାର ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଏକାଧିକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଅଭିଜ୍ଞ ଆମେରିକୀୟ ଖେଳାଳି ସେରେନା ଓ୍ବିଲିୟମ୍ସ, ଡେନ୍‌ମାର୍କର କାରୋଲିନ୍‌ ଓଜନିଆକି ଓ ଗତଥରର ଚାମ୍ପିୟନ ତଥା…

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଭାରତ- ଅଷ୍ଟ୍ରେଲିଆ କ୍ୱାର୍ଟର ଫାଇନାଲ

ବ୍ଲୋଏମଫେଣ୍ଟେନ,୨୫।୧(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଭାରତ ଓ ଅଷ୍ଟ୍ରେଲିଆ କ୍ୱାର୍ଟର ଫାଇନାଲରେ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି। ଶୁକ୍ରବାର ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଭାରତ ଡକ୍‌ଓ୍ବର୍ଥ ଲୁଇସ୍‌ ନିୟମରେ ୪୪ ରନରେ…

ଜାତୀୟ ଜୁନିୟର ଭଲିବଲ: ସମୀର, ପାର୍ବତୀଙ୍କୁ ଓଡ଼ିଶାର ନେତୃତ୍ୱ

ଭୁବନେଶ୍ୱର, ୨୪।୧ (ସ୍ପୋଟର୍‌ସ ବ୍ୟୁରୋ)- ଆନ୍ଧ୍ର ପ୍ରଦେଶର ଓ୍ବାଇଏସ୍‌ଆର୍‌ କଡପ୍ପା ଜିଲାସ୍ଥିତ ରାଜାମପେଟ୍‌ଠାରେ ଆସନ୍ତା ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ଜୁନିୟର ଭଲିବଲ୍‌ (ବାଳକ/ବାଳିକା) ଚାମ୍ପିୟନଶିପ୍‌ର ୪୬ତମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିଲାଗି ଓଡ଼ିଶା ବାଳିକା ଓ ବାଳକ ଦଳ…

ପ୍ରଥମ ଟି୨୦ରେ ପାକିସ୍ତାନ ବିଜୟୀ

ଲାହୋର, ୨୪।୧- ଭ୍ରମଣକାରୀ ବାଂଲାଦେଶ ବିପକ୍ଷରେ ଶୁକ୍ରବାର ଏଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ପାକିସ୍ତାନ ୫ ଉଇକେଟ୍‌ରେ ଜିତିନେଇଛି। ବାଂଲାଦେଶ ପକ୍ଷରୁ ଧାର୍ଯ୍ୟ ୧୪୨ ରନର ଲକ୍ଷ୍ୟକୁ ବାବର ଆଜାମଙ୍କ ନେତୃତ୍ୱାଧୀନ ପାକିସ୍ତାନ ୩ଟି ବଲ୍‌ ଓ ୫ ଉଇକେଟ୍‌…

ବଲ ଗର୍ଲଙ୍କୁ କିସ୍‌ କଲେ ନାଡାଲ

ମେଲବୋର୍ନ,୨୪।୧- ଚଳିତ ଅଷ୍ଟ୍ରେଲିଆନ ଓପନର ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ବେଳେ ସ୍ପାନିଶ କିମ୍ବଦନ୍ତୀ ରାଫାଲ ନାଡାଲ ପ୍ରଶଂସକଙ୍କ ମନ ଜିଣିଛନ୍ତି। ଆର୍ଜେଣ୍ଟିନା ଫେଡୋରିକୋ ଡେଲବୋନିଙ୍କ ବିପକ୍ଷ ମ୍ୟାଚ୍‌ବେଳେ ନାଡାଲଙ୍କ ଏକ ଶକ୍ତିଶାଳୀ ଫୋରହ୍ୟାଣ୍ଡ ଶଟ ବଲ ଗର୍ଲଙ୍କ ମୁଣ୍ଡରେ ବାଜିଥିଲା। ୧୯…

ଶୀର୍ଷରେ କୋହଲି, ଉପରକୁ ଉଠିଲେ ରାହାନେ

ଦୁବାଇ,୨୪।୧(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଉପରକୁ ଉଠି ୮ମ ସ୍ଥାନ ଅଧିକାର କରିଛନ୍ତି। କୋହଲିଙ୍କ ନିକଟରେ ସର୍ବାଧିକ ୯୧୮ ପଏଣ୍ଟ ରହିଛି। ଦ୍ୱିତୀୟ ସ୍ଥାନରେ…

ଭାରତର ଦମଦାର ବିଜୟ

ଅକ୍‌ଲାଣ୍ଡ,୨୪।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଦମଦାର ବିଜୟ ହାସଲ କରିଛି। ଘରୋଇ ଦଳ ଦ୍ୱାରା ଧାର୍ଯ୍ୟ ୨୦୩ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ଭ୍ରମଣକାରୀ ଭାରତ ଗୋଟିଏ ଓଭର ଓ ୬ ଉଇକେଟ ହାତରେ ରଖି ହାସଲ…

୬ ବର୍ଷରେ ଟେଲରଙ୍କ ପ୍ରଥମ ଟି୨୦ ଅର୍ଦ୍ଧଶତକ

ଅକ୍‌ଲାଣ୍ଡ,୨୪।୧- ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ବରିଷ୍ଠ ବ୍ୟାଟ୍ସମ୍ୟାନ ରସ ଟେଲର ୨୭ ବଲରେ ବିସ୍ଫୋରକ ୫୪ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ ଅର୍ଦ୍ଧଶତକୀୟ ଇନିଂସରେ ସାମିଲ ଥିଲା ୩ ଲେଖାଏ ଚୌକା ଓ ଛକା। ଗତ ୬…

ଭାରତ ଆଗରେ ବିଶାଳ ବିଜୟଲକ୍ଷ୍ୟ

ଅକ୍‌ଲାଣ୍ଡ,୨୪।୧- ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୨୦୪ ରନ୍‌ର ବିଶାଳ ବିଜୟଲକ୍ଷ୍ୟ ଛିଡ଼ା କରିଛି। ଦୁଇ ଓପନର ମାର୍ଟିନ ଗୁପ୍ଟିଲ ଓ କଲିନ ମୁନ୍‌ରୋଙ୍କ ଧୂଆଁଧାର ଆରମ୍ଭ ପରେ ଅଧିନାୟକ କେନ ଓ୍ବିଲିୟମସନ…

ବଦଳିପାରେ ଆଇପିଏଲ ମ୍ୟାଚ୍‌ ଟାଇମିଂ

ମୁମ୍ବାଇ,୨୪।୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଗଭର୍ନିଂ କାଉନ୍‌ସିଲ(ଜିସି)ବୈଠକ ନୂଆଦିଲ୍ଲୀଠାରେ ସୋମବାର ଅନୁଷ୍ଠିତ ହେବ। ଏହାର ମୁଖ୍ୟ ଏଜେଣ୍ଡା ହେଉଛି ଆଇପିଏଲ ମ୍ୟାଚ୍‌ ଟାଇମିଂ। ୨୦୨୦ ସଂସ୍କରଣର କାର୍ଯ୍ୟସୂଚୀ ପ୍ରକାଶ ପାଇବାକୁ ଥିବାବେଳେ ଗୁଆହାଟୀ ଷ୍ଟାଡିୟମରେ ଖେଳିବାକୁ ରାଜସ୍ଥାନ ରୟାଲ୍ସର ଅନୁରୋଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?