ସ୍ଥିତି ଉପରେ ନଜର
ନୂଆଦିଲ୍ଲୀ, ୨୮ା୩ (ପି.ଟି.)- ସବୁଠାରୁ କ୍ଷମତାଶାଳୀ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ବସିଥିଲା। ଏହା ଟେଲିକନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଭାରତର ତରଫରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ପୂର୍ବତନ ସଭାପତି…
ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଆବେଦନ ତାରିଖ ଘୁଞ୍ଚିବ
ଭୁବନେଶ୍ୱର, ୨୮।୩ (କ୍ରୀଡ଼ା ପ୍ରତିନିଧି)- କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ସଂକ୍ରମଣକୁ କିପରି ରୋକାଯାଇ ପାରିବ ଏବଂ ଏଥିରୁ କିପରି ରକ୍ଷା ମିଳିବ ତାହା ଏବେ ଚିନ୍ତାର ପ୍ରମୁଖ କାରଣ ପାଲଟିଛି। ଏହାର ପ୍ରଭାବରେ…
ରଗ୍ବୀ ବିଶ୍ୱକପ୍: କରୋନା ଭାଇରସ୍ ସେବାକାରୀ ଲାଗି ୨୦୨୧ମାଗଣା ଟିକେଟ
ଲଣ୍ଡନ, ୨୭ା୩ (ଏଏଫ୍ପି)-କରୋନା ଭାଇରସ୍ ବିପକ୍ଷରେ ଚାଲିଥିବା ଲଢେଇରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା କର୍ମଚାରୀଙ୍କ ପାଇଁ ୨୦୨୧ ରଗ୍ବୀ ବିଶ୍ୱକପ୍ ଦେଖିବା ଲାଗି ମାଗଣା ଟିକେଟର ବ୍ୟବସ୍ଥା କରାଯାଇଛି। ଟୁର୍ନାମେଣ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଜନ୍ ଡଟନ ଗୁରୁବାର ଏକ ଅନ୍ଲାଇନ୍…
ମାଗଣା ଖାଦ୍ୟ ଯୋଗାଇଲେ ଅମ୍ପାୟର ଆଲିମ ଦାର୍
ଲାହୋର,୨୭।୩(ପି.ଟି)- ପାକିସ୍ତାନର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏଲିଟ ପ୍ୟାନେଲ ଅମ୍ପାୟର ଆଲିମ ଦାର୍ ତାଙ୍କ ବଦାନ୍ୟତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। କରୋନା ଭାଇରସ୍ ସଂକ୍ରମଣ କାରଣରୁ ଚାକିରି ହରାଇଥିବା ବେକାର ଲୋକମାନଙ୍କୁ ସେ ତାଙ୍କ ରେଷ୍ଟୁରାଣ୍ଟରେ ମାଗଣାରେ ଖାଦ୍ୟ ଯୋଗାଇଛନ୍ତି।…
କର୍ମଚାରୀଙ୍କୁ ଘରକୁ ବିଦା କଲା ଫୁଟବଲ ଏଫ୍ଏଫ୍ଏ
ସିଡନୀ,୨୭।୩(ଏଏଫ୍ପି): କୋଭିଡ-୧୯ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଫୁଟବଲ ଫେଡେରେଶନ ଅଫ୍ ଅଷ୍ଟ୍ରେଲିଆ (ଏଫ୍ଏଫ୍ଏ) ତା’ର କର୍ମଚାରୀଙ୍କୁ ଘରକୁ ବିଦା କରିଛି। ଫେଡେରେଶନର ୭୦ ପ୍ରତିଶତ କର୍ମଚାରୀଙ୍କୁ ଘରକୁ ଯିବାକୁ ପଡିଛି। କରୋନା ଭାଇରସ୍ କାରଣରୁ ସାରା ଦେଶରେ ଫୁଟବଲ ଇଭେଣ୍ଟ…
କୋଭିଡ-୧୯: ଦରମା କାଟିବ ବାର୍ସିଲୋନା
ବାର୍ସିଲୋନା,୨୭।୩(ଏଏଫ୍ପି): କରୋନା ଭାଇରସ୍ ବଶ୍ୱରେ ମହାମାରୀ ରୂପ ନେଇଥିବାରୁ ଆର୍ଥିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ହାଇପ୍ରୋଫାଇଲ ଫୁଟବଲ କ୍ଲବ ବାର୍ସିଲୋନା ଦରମା କାଟିବାକୁ ନିଷ୍ପତ୍ତି ନେବ ବୋଲି କହିଛି। ତେବେ ସ୍ପେନର ଏହି ଜଣାଶୁଣା କ୍ଲବ ସବୁ କର୍ମଚାରୀ କିମ୍ବା…
୨୦୨୧ ଅଲିମ୍ପିକ୍ସ: ସ୍ଥାନ ବଜାୟ ରଖିବେ ଯୋଗ୍ୟ ଆଥଲେଟ୍
ପ୍ୟାରିସ୍, ୨୭।୩(ଏଏଫ୍ପି): କୋଭିଡ-୧୯ ସଂକ୍ରମଣ ଲାଗି ୨୦୨୦ ଟୋକିଓ ଅଲିମ୍ପିକ୍ପ ସ୍ଥଗିତ ରହିଛି ଓ ଗୋଟିଏ ବର୍ଷ ଘୁଞ୍ଚିଯାଇଛି। ତେବେ ଏହା ସତ୍ତ୍ୱେ ଯେଉଁ ଆଥଲେଟ୍ମାନେ ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ସେମାନେ ସ୍ଥାନ ବଜାୟ ରଖିବେ। ଅର୍ଥାତ୍…
କୋଭିଡି-୧୯: ଆରୋଗ୍ୟ ଲାଭ କଲେ କଲମ୍ବିଆ ସାଇକ୍ଳିଷ୍ଟ
ବୋଗୋଟା,୨୭।୩ (ଏଏଫପି): ସାରା ବିଶ୍ୱରେ କାରୋନା ଭାଇରସର ଆତଙ୍କ ଜାରି ରହିଥିବାବେଳେ କଲମ୍ପିଆର ଜଣେ ସାଇକ୍ଲିଷ୍ଟ ଏଥିରୁ ଆରୋଗ୍ୟ ଲାଭ କରିଛନ୍ତି। ୨୫ ବର୍ଷୀୟ ଫର୍ଣ୍ଣାଣ୍ଡୋ ଗାଭିରିଆ କରୋନା ଭାଇରସରୁ ମୁକ୍ତ ହୋଇଛନ୍ତି ବୋଲି କହିଛନ୍ତି। ୟୁନାଇଟେ ଆରବ ଏମିରେଟ୍ସ (ୟୁଏଇ)…
କୋଭିଡ୍-୧୯: ୫୦ ଲକ୍ଷ ଟଙ୍କା ଦାନ କଲେ ସଚିନ
ନୂଆଦିଲ୍ଲୀ,୨୭।୩(ପି.ଟି.): କୋଭିଡ-୧୯ ସଂକ୍ରମଣକୁ ରୋକିବା ତଥା କରୋନା ଭାଇରସ ବିରୋଧରେ ଲଢେଇ ପାଇଁ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ଅର୍ଥକୁ ସଚିନ ସମାନ ଦୁଇଭାଗରେ ବିଭକ୍ତ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ…
ତୁର୍କୀ ବକ୍ସର କରୋନାରେ ସଂକ୍ରମିତ
ଓ୍ବାଶିଂଟନ୍, ୨୬ା୩ (ଏପି)-ତୁର୍କୀର ଜଣେ ବକ୍ସର ସରହାତ୍ ଗୁଲର ଏବଂ ତାଙ୍କ ଟ୍ରେନର ସୈଫୁଲ୍ଲା ଡମ୍ଲୁପିନାର କରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିବା ଜଣାପଡ଼ିଛି। ଲଣ୍ଡନରେ ଅନୁଷ୍ଠିତ ଅଲିମ୍ପିକ କ୍ୱାଲିଫିକେଶନ ପ୍ରତିଯୋଗିତାରୁ ଏହି ଦୁଇ ଜଣ ଫେରିଥିଲେ। ତୁର୍କିଶ ବକ୍ସିଂ ଫେଡେରଶନ…
ଆଇସିସିର ଆକସ୍ମିକ ଯୋଜନା ବୈଠକ ଆଜି
ନୂଆଦିଲ୍ଲୀ, ୨୬ା୩ (ପି.ଟି.)- କୋଭିଡ୍-୧୯ ସଂକ୍ରମଣ ବିଶ୍ୱ କ୍ରୀଡ଼ାଜଗତକୁ ସ୍ଥିର କରିଦେଇଛି। ଏହିପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଡକାଯାଇଛି। ଏଥିରେ ସଦସ୍ୟମାନେ ସାମ୍ପ୍ରତିକ ପରିସ୍ଥିତିରେ ଆଇସିସିର ଆକସ୍ମିକ ଯୋଜନା ସମ୍ପର୍କରେ ଆଲୋଚନା ହେବ।…
ଅଲିମ୍ପିକ୍ସ ୨୦୨୧: କୋଚ୍ମାନଙ୍କ କାର୍ଯ୍ୟକାଳ ବଢାଇବ ଭାରତ
ନୂଆଦିଲ୍ଲୀ,୨୬।୩(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ପରେ ଯେଉଁ କୋଚ୍ମାନଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା ସେମାନଙ୍କ ଚୁକ୍ତି ମିଆଦ ବୃଦ୍ଧି କରାଯିବ। ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ଅନ୍ତଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ନିଷ୍ପତ୍ତି ନେବା ପରେ କୋଚ୍ମାନେ ଦାୟିତ୍ୱରେ ରହିବା…

