Posted inଖେଳ

ବାତ୍ରାଙ୍କୁ କ୍ଲିନ୍‌ ଚିଟ୍‌

ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଉପସଭାପତି ସୁଧାଂଶୁ ମିତ୍ତଲଙ୍କ ଅଭିଯୋଗକୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଅଗ୍ରାହ୍ୟ କରିବା ସହ ଏହାର ସଭାପତି ନରିନ୍ଦର ବାତ୍ରାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଦେଇଛି। ୨୦୧୬ ନିର୍ବାଚନ ବେଳେ ବାତ୍ରା ଏଫ୍‌ଆଇଏଚ୍‌ ନିୟମାବଳୀର ଉଲ୍ଲଂଘନ କରିଥିବା ମିତ୍ତଲ ଅଭିଯୋଗ କରିଥିଲେ। ଏଫ୍‌ଆଇଏଚ୍‌ର ଇଣ୍ଡିପେଣ୍ଡେଣ୍ଟ ଇଣ୍ଟିଗ୍ରିଟି ୟୁନିଟ୍‌ ଚେୟାରମ୍ୟାନ ଓ୍ବେନ୍‌ ସ୍ନେଲ କିନ୍ତୁ ବାତ୍ରାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛନ୍ତି। ମିତ୍ତଲ ଅଭିଯୋଗ କରିଥିଲେ ୨୦୧୬ ନଭେମ୍ବରରେ ଏଫ୍‌ଆଇଏଚ୍‌ର ମୁଖ୍ୟ ଭାବେ ନିର୍ବାଚିତ ହେବା ବେଳେ ବାତ୍ରା ହକି ଇଣ୍ଡିଆର ସଭାପତି ପଦବୀରେ ରହିଥିଲେ। ତେବେ ବାତ୍ରା ଏଫ୍‌ଆଇଏଚ୍‌ର ସଭାପତି ହେବାପରେ ହକି ଇଣ୍ଡିଆରୁ ଓହରିଯାଇଥିବାରୁ ସେ କୌଣସି ନିୟମ ଉଲ୍ଲଂଘନ କରି ନାହାନ୍ତି। ବାତ୍ରା ସଫେଇ ଦେଇ କହିଥିଲେ ଯେ, ସେ ଏଫଆଇଏଚ୍‌ ସଭାପତି ଭାବେ ନିର୍ବାଚିତ ହେବା ପଛରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ନାହିଁ। କାରଣ ସେ ୨୦୧୬ ନଭେମ୍ବର ୨୫ରେ ହକି ଇଣ୍ଡିଆ ସଭାପତି ପଦବୀରୁ ଇସ୍ତଫା ଦେଇସାରିଥିଲେ। ସୂଚନାଯୋଗ୍ୟ, ମିତ୍ତଲ ପୂର୍ବରୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)କୁ ଏକ ଚିଠି ଲେଖିଥିଲେ। ବାତ୍ରା ବେଆଇନ ଭାବେ ଆଇଓଏ ସଭାପତି ଭାବେ ନିର୍ବାଚିତ ହୋଇଥିବା ଅଭିଯୋଗ କରିଥିଲେ। ତେବେ ଶୁକ୍ରବାର ଆଇଓସି ମଧ୍ୟ ବାତ୍ରାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଛି। ଆଇଓଏ ସଭାପତି ପଦବୀ ହାସଲ କରିବା ଲାଗି ବାତ୍ରା କୌଣସି ଅସାଧୁ ଉପାୟ ଅବଲମ୍ବନ କରି ନ ଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ଛାଡ଼ିଲେ ରାଚିନ ରବୀନ୍ଦ୍ର

କୋଲକାତା,୧୫ା୫: ନ୍ୟୁଜିଲାଣ୍ଡର ଇଂଲଣ୍ଡ ଟେଷ୍ଟ ଟୁର୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ଲାଗି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଲ୍‌ରାଉଣ୍ଡର ରାଚିନ ରବୀନ୍ଦ୍ର ଆଇପିଏଲ୍‌ ଛାଡ଼ିଛନ୍ତି। ଗୁଜରାଟ…

ଦଣ୍ଡିତ ହେଲା ପାକିସ୍ତାନ

ମୀରପୁର,୧୫ା୫: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସ୍ଲୋ ଓଭର-ରେଟ୍‌ ପାଇଁ ପାକିସ୍ତାନ କ୍ରିକେଟ ଦଳ ଦଣ୍ଡିତ ହୋଇଛି। ଖେଳାଳିଙ୍କ ମ୍ୟାଚ ଫି’ର ୪୦ ପ୍ରତିଶତ ଜରିମାନା…

ଇଶାନଙ୍କୁ ୧ କୋଟି ଟଙ୍କାର ଚେକ୍‌ ଦେଲେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୫।୫: ବିସ୍ଫୋରକ ବ୍ୟାଟସମ୍ୟାନ ଇଶାନ କିଷାନ ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଭେଟଛନ୍ତି। ଏହି ସମୟରେ ସମ୍ରାଟ ଚୌଧୁରୀ ପାଟନାର ବାସିନ୍ଦା ଇଶାନ କିଷାନଙ୍କୁ…

ଲଗାତର ପଞ୍ଚମ ପରାଜୟ: ପ୍ଲେଅଫ୍‌ରେ ପହଞ୍ଚିବା ବଢ଼ିଲା ଚିନ୍ତା…

ଧର୍ମଶାଳା,୧୫ା୫: ପିଛା ଛାଡ଼ୁନି ପରାଜୟ। ଶାର୍ଦ୍ଦୁଳ ଠାକୁରଙ୍କ ଘାତକ ବୋଲିଂ ପରେ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୬ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ…

ମୁମ୍ୱାଇ ଇଣ୍ଡିଆନ୍ସ ଆଗରେ ୨୦୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ଧର୍ମଶାଳା,୧୪ା୫: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିଛନ୍ତି। ଶାର୍ଦ୍ଦୁଳ ଠାକୁରଙ୍କ ୪ ଉଇକେଟ ସଫଳତା ସତ୍ତ୍ୱେ ପଞ୍ଜାବ…

MI ଅଧିନାୟକ ହେଲେ ଜସପ୍ରିତ ବୁମ୍‌ରା, ଦାୟିତ୍ୱ ମିଳିବା ପରେ ଭାବପ୍ରବଣ ହୋଇ କହିଲେ ଏମିତି…

ନୂଆଦିଲ୍ଲୀ, ୧୪।୫: ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପୁଣିଥରେ ପରିବର୍ତ୍ତନ ହୋଇଛି। ଜସପ୍ରିତ ବୁମରା MI ଦଳର ଅଧିନାୟକତ୍ୱ କରୁଛନ୍ତି, ଏବଂ…

ସିଏସ୍‌କେରେ ସାମିଲ ହେଲେ ଦକ୍ଷିଣ ଆଫ୍ରିକାର ଏହି ଅଲରାଉଣ୍ଡର

ଚେନ୍ନାଇ,୧୪ା୫: ଆହତ ସମସ୍ୟା କାରଣରୁ ସ୍ୱଦେଶ ଫେରିଥିବା ଜେମି ଓଭରଟନଙ୍କ ବଦଳ ଖେଳାଳି ଭାବେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଡିଆନ ଫରେଷ୍ଟରଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ ସ୍ଥାନ, IPL ୨୦୨୬ ମଧ୍ୟରେ BCCIର ବଡ଼ ଘୋଷଣା

ନୂଆଦିଲ୍ଲୀ,୧୪।୫: ଆଇପିଏଲ ୨୦୨୬ ପରେ ଭାରତ ଏ ଦଳ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ବିପକ୍ଷରେ ଏକ ଦିନିକିଆ ତ୍ରି-ସିରିଜ ଖେଳିବ। ପ୍ରଥମ ମ୍ୟାଚ ଜୁନ ୯ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri