ଟୁର୍ ଡି’ ଫ୍ରାନ୍ସ ଆୟୋଜନ ନେଇ ସନ୍ଦେହ
ପ୍ୟାରିସ,୨ା୪ (ଏଏଫ୍ପି)-ଚଳିତ ବର୍ଷ ଟୁର୍ ଡି’ ଫ୍ରାନ୍ସ ସାଇକ୍ଲିଂ ରେସ୍ ହେବ କି ନା ସେ ନେଇ ଆୟୋଜକଙ୍କ ତରଫରୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ। କାର୍ଯ୍ୟସୂଚୀ ଅନୁସାରେ ଏହି ପ୍ରତିଯୋଗିତା ଜୁନ୍ ୨୭ରେ ଆରମ୍ଭ ହୋଇ ଜୁଲାଇ ୧୯ରେ ପ୍ୟାରିସ୍ସ୍ଥିତ…
ଫୁକୁଶିମାରେ ଗୋଟିଏ ମାସ ରହିବ ଅଲିମ୍ପିକ ଜ୍ୟୋତି
ଟୋକିଓ, ୨ା୪ (ଏପି)- ସାଧାରଣରେ ପ୍ରଦର୍ଶନ ଉଦ୍ଦେଶ୍ୟରେ ଜାପାନର ଉତ୍ତର-ପୂର୍ବାଞ୍ଚଳ ଅନ୍ତର୍ଗତ ଫୁକୁଶିମାରେ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଅଲିମ୍ପିକ ଜ୍ୟୋତି ରହିବ। ବୁଧବାର ଫୁକୁଶିମାସ୍ଥିତ ଜେ-ଭିଲେଜ୍ ନ୍ୟାଶନାଲ ଟ୍ରେନିଂ ସେଣ୍ଟରଠାରେ ଟୋକିଓ ଅଲିମ୍ପିକ ଓ ଜିଲା କାର୍ଯ୍ୟାଳୟର କର୍ମଚାରୀଙ୍କ ମଧ୍ୟରେ ବିଧିବଦ୍ଧ…
କୋଭିଡ୍- ୧୯: ପୂର୍ବତନ ଫୁଟବଲ କ୍ଲବ ସଭାପତିଙ୍କ ମୃତ୍ୟୁ
ଡକାର (ସେନେଗାଲ),୧।୪ (ଏପି): କରୋନା ଭାଇରସ ସଂକ୍ରମଣରେ ଫ୍ରେଞ୍ଚ୍ ଫୁଟବଲ କ୍ଲବ ମାର୍ସେଲିର ସଭାପତି ପେପ୍ ଡିଓଫ୍ ମୃତ୍ୟୁବରଣ କରିଛନ୍ତି। ପେପ୍ ୬୮ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ପଶ୍ଚିମ ଆଫ୍ରିକୀୟ ଦେଶଗୁଡିକରେ ଏହା ପ୍ରଥମ କରୋନା ଭାଇରସ ସମ୍ପର୍କିତ ମୃତ୍ୟୁ…
ଓ୍ବର୍ନଙ୍କ ସର୍ବକାଳୀନ ଭାରତୀୟ ଏକାଦଶରେ ଗାଙ୍ଗୁଲି ଅଧିନାୟକ
ନୂଆଦିଲ୍ଲୀ,୧।୪(ପି.ଟି.): ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସ୍ପିନର ଶେନ ଓ୍ବର୍ନ ତାଙ୍କର ସର୍ବକାଳୀନ ଭାରତୀୟ ଏକାଦଶ ଘୋଷଣା କରିଛନ୍ତି। ସେ ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଏହି ଦଳର ନେତୃତ୍ୱ ପ୍ରଦାନ କରିଛନ୍ତି। ଏଥିରେ…
କୋଭିଡ-୧୯: କର୍ମଚାରୀଙ୍କ ଦରମା କାଟିଲା ନ୍ୟୁଜିଲାଣ୍ଡ ରଗ୍ବୀ
ଓ୍ବେଲିଂଟନ,୧।୪(ଏଏଫ୍ପି): କୋଭିଡ-୧୯ ସଂକ୍ରମଣ କାରଣରୁ ନ୍ୟୁଜିଲାଣ୍ଡ ରଗ୍ବୀ (ଏନ୍ଜେଡ୍ଆର) ପାଖାପାଖି ୬୦ ମିଲିୟନ ଆମେରିକୀୟ ଡଲାର କ୍ଷତି ସହିବ ବୋଲି ଆଶଙ୍କା ପ୍ରକାଶ କରିଛି। ଫଳରେ ନୁଜିଲାଣ୍ଡ ରଗ୍ବୀ ତା’ର ସମସ୍ତ କର୍ମଚାରୀଙ୍କ ଦରମା କାଟିବାକୁ ନିଷ୍ପତ୍ତି ନେଇଛି। ଯଦି ପରିସ୍ଥିତି…
କୋଭିଡ-୧୯: ମ୍ୟାକ୍ଏନ୍ରୋ କରୋନା ପଜିଟିଭ୍
ଓ୍ବାଶିଂଟନ,୧ା୪(ଏ.ପି.)- ଆମେରିକାର ପୂର୍ବତନ ଡେଭିସ କପ୍ ଅଧିନାୟକ ପାଟ୍ରିକ୍ ମେକ୍ଏନ୍ରୋ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସେ ଏ ନେଇ ସମସ୍ତଙ୍କୁ ଜଣାଇଛନ୍ତି। ମେକ୍ଏନ୍ରୋ ହେଉଛନ୍ତି ୮ଥର ମେଜର ଚାମ୍ପିୟନ ଜନ୍…
କରୋନା ସହାୟତା: ହକି ଇଣ୍ଡିଆର ୨୫ ଲକ୍ଷ ଟଙ୍କା ଦାନ
ନୂଆଦିଲ୍ଳୀ,୧।୪(ପି.ଟି.): କୋଭିଡ-୧୯ ମହାମାରୀକୁ ରୋକିବା ଅଭିଯାନରେ ସାମିଲ ହୋଇଛି ହକି ଇଣ୍ଡିଆ। ଏଥିପାଇଁ ହକି ଇଣ୍ଡିଆ ୨୫ ଲକ୍ଷ ଟଙ୍କା ଦାନ କରିଛି। ବୁଧବାର ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏହି ଅର୍ଥ ପ୍ରଦାନ କରାଯାଇଛି। କରୋନା ମହାମାରୀକୁ ରୋକିବାକୁ ଦେଶ ପାଇଁ…
କରୋନା ସହାୟତା ତାଲିକାରେ ଦେବାଶିଷ, ବିପ୍ଳବ
ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), କଟକ ଅଫିସ,୧ା୪- କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଚାଲିଥିବା ଲଢ଼େଇରେ ନିଜ ଅବଦାନ ରଖିଛନ୍ତି ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି ଓ ଓଡ଼ିଶା ରଣଜୀ ଟ୍ରଫି ଦଳର ସିନିୟର ସଦସ୍ୟ ବିପ୍ଳବ ସାମନ୍ତରାୟ।…
ନ୍ୟୁଜିଲାଣ୍ଡ ତରଫରୁ ଖେଳିବା ସୁଯୋଗ ଅପେକ୍ଷାରେ କନଓ୍ବେ
ଦୁବାଇ, ୧ା୪ (ପି.ଟି.)-ନ୍ୟୁଜିଲାଣ୍ଡ ତରଫରୁ ଖେଳିବା ଲାଗି ଆଗ୍ରହ ରଖିଛନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଡେଭନ କନଓ୍ବେ । ଏଥିପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଅନୁମତି ହାସଲ କରିସାରିଛନ୍ତି। ସମ୍ଭବତଃ ସେ ଭାରତ ଏ’ କିମ୍ବା ବାଂଲାଦେଶ ବିପକ୍ଷରେ…
କରୋନା ପ୍ରଭାବ: ଡେନର୍ବିଙ୍କ ପାଇଁ ବିମାନ ବ୍ୟବସ୍ଥା କଲେ ସ୍ବିଡେନ ସରକାର
ନୂଆଦିଲ୍ଲୀ, ୧ା୪ (ପି.ଟି.)- କରୋନା ଭାଇରସ ସଂକ୍ରମଣ ଜନିତ କାରଣ ଯୋଗୁ ଏବେ ଭାରତରେ ୨୧ ଦିନିଆ ଲକ୍ଡାଉନ୍ ଲାଗୁ ହୋଇଛି। ଫଳରେ ଅନ୍ୟ କ୍ରୀଡ଼ା ଭଳି ୧୭ ବର୍ଷରୁ କମ୍ ଭାରତୀୟ ମହିଳା ଫୁଟବଲ ଦଳର ଟ୍ରେନିଂ ମଧ୍ୟ ବନ୍ଦ…
ଆଇପିଏଲ୍ ବିନା ପ୍ରଭାବିତ ହେବେ ଘରୋଇ କ୍ରିକେଟର
ନୂଆଦିଲ୍ଲୀ, ୧ା୪ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ନ ହେଲେ ଖେଳାଳିମାନଙ୍କୁ କିପରି ବେତନ ଦିଆଯିବ ସେ ନେଇ ଫ୍ରାଞ୍ଚାଇଜ୍ଗୁଡ଼ିକ ଚିନ୍ତିତ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିକଳ୍ପ ରାସ୍ତା ବାହାର ନ କରିଲେ। କୋଭିଡ୍-୧୯ ପାଇଁ ସ୍ଥଗିତ…
କୋଭିଡ୍-୧୯: ଟିଟିଏଫ୍ଆଇ ଦେଲା ୫ ଲକ୍ଷ ଟଙ୍କା
ନୂଆଦିଲ୍ଲୀ,୩୧।୩(ପି.ଟି.)-କୋଭିଡ୍-୧୯ ମୁକାବିଲା ପାଇଁ ଟେବୁଲ ଟେନିସ ଫେଡେରେଶନ ଅଫ୍ ଇଣ୍ଡିଆ (ଟିଟିଏଫ୍ଆଇ) ୫ଲକ୍ଷ ଟଙ୍କା ଦାନ କରିଛି। ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଟିଟିଏଫ୍ଆଇ ଏହି ଅର୍ଥ ପ୍ରଦାନ କରିଛି। ନିଜ ସାମାଜିକ ଦାୟିତ୍ୱବୋଧତାକୁ ହୃଦୟଙ୍ଗ କରି ଆମେ ଏହି ଅର୍ଥ କରୋନା…

