Posted inଖେଳ

ଦକ୍ଷିଣ ଆଫ୍ରିକାକୁ ଫେରୁଛି କ୍ରିକେଟ

ଜୋହାନ୍ସବର୍ଗ, ୧୮।୬(ପି.ଟି.)-  କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ ଯୋଗୁ ଗତ ମାର୍ଚ୍ଚରୁ ବନ୍ଦ ରହିଥିବା କ୍ରିକେଟ ଏବେ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି। କିଙ୍ଗଫିଶର୍ସ, କାଇଟ୍ସ ଓ ଇଗଲ୍ସ ନାମରେ ୩ଟି ଦଳକୁ ନେଇ ଏକ ‘୩ଟି କ୍ରିକେଟ’ ପ୍ରତିଯୋଗିତା ଚଳିତ ମାସ ୨୭ ତାରିଖରେ ଆୟୋଜନ କରିବାକୁ କ୍ରିକେଟ ସାଉଥ୍‌ ଆଫ୍ରିକା(ସିଏସଏ) ବୁଧବାର ଘୋଷଣା କରିଛି। ସେଞ୍ଚୁରିଅନର ସୁପରସ୍ପୋର୍ଟ ପାର୍କରେ ମ୍ୟାଚ ଖେଳାଯିବ। ସର୍ବପ୍ରଥମ ସଲିଡାରିଟି କପ୍‌ରେ ୩ଟି ଦଳ ଭାଗନେବେ। କରୋନା ଜନିତ ଲକ୍‌ଡାଉନ୍‌ ପରେ ଦେଶରେ ଏହା ପ୍ରଥମ ସ୍ପୋର୍ଟିଂ ଇଭେଣ୍ଟ ହେବ। ନୂଆ ଫର୍ମାଟ ଅନୁସାରେ ଦକ୍ଷିଣ ଆଫ୍ରିକାର ଶୀର୍ଷସ୍ଥାନୀୟ ୨୪ ଖେଳାଳି ୩ଟି ଦଳରେ ବିଭକ୍ତ ହୋଇ ଖେଳିବେ। ମ୍ୟାଚ ୩୬ ଓଭର ବିଶିଷ୍ଟ ହେବ। ପ୍ରତି ହାଫ୍‌ରେ ୧୮ ଓଭର ଲେଖାଏ ରହିବ। ପ୍ରତି ଟିମ୍‌ ୧୨ ଓଭର ଲେଖାଏ ବ୍ୟାଟିଂ କରିବେ। ଅନ୍ୟ ୨ଟି ଟିମ୍‌ ୬ ଓଭର ଲେଖାଏ ବୋଲିଂ କରିବେ। କେଉଁ ଦଳ ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂ କରିବ ତାହା ଡ୍ର ମାଧ୍ୟମରେ ନିର୍ଦ୍ଧାରିତ ହେବ। ପ୍ରଥମାର୍ଦ୍ଧରେ ବ୍ୟାଟିଂ ଓ ବୋଲିଂ ରୋଟେଶନ ଭିତ୍ତିରେ ହେବ। ପ୍ରଥମାର୍ଦ୍ଧରେ ଯେଉଁ ଦଳ ସର୍ବାଧିକ ସ୍କୋର କରିଥିବା ସେ ଦ୍ୱିତୀୟାର୍ଦ୍ଧରେ ପ୍ରଥମେ ବ୍ୟାଟିଂ କରିବ। ସେହି ଅନୁସାରେ ପରବର୍ତ୍ତୀ ୨ ଦଳ ବ୍ୟାଟିଂ କରିବେ। ଯଦି କୌଣସି ଦଳ ୭ଟି ଉଇକେଟ ହରାଇଲା ତେବେ ଶେଷ ବ୍ୟାଟ୍ସମ୍ୟାନ ଏକାକୀ ବ୍ୟାଟିଂ କରିବେ। ତେବେ ସେ କେବଳ ଇଭେନ ନମ୍ବର ରନ ସ୍କୋର କରିପାରିବେ। ସର୍ବାଧିକ ରନ କରିଥିବା ଦଳ ସ୍ବର୍ଣ୍ଣ ଏବଂ ପରବର୍ତ୍ତୀ ଦୁଇ ଦଳ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇବେ।

ଅଂଶଗ୍ରହଣକାରୀ ଦଳ
କିଙ୍ଗଫିଶର୍ସ: କାଗିଶୋ ରାବାଡ଼ା(ଅଧିନାୟକ), ଫାଫ୍‌ ଡୁପ୍ଲେସି, କ୍ରିସ୍‌ ମୋରିସ, ଟାବ୍ରାଇଜ୍‌ ଶାମ୍‌ସି, ରୀଜା ହେଣ୍ଡ୍ରିକ୍ସ, ଜାନେମନ ମଲନ, ହେନରିଚ୍‌ କ୍ଲାସେନ, ଗ୍ଲେଣ୍ଟନ ଷ୍ଟୁରମାନ।
କାଇଟ୍ସ: କ୍ୱିଣ୍ଟନ ଡିକକ୍‌(ଅଧିନାୟକ), ଡେଭିଡ ମିଲର, ଟେମ୍ବା ବାଭୁମା, ଏଡ଼ରିଚ୍‌ ନର୍ଜେ, ଡାଓ୍ବିନ ପ୍ରିଟୋରିଅସ, ବେଉରନ ହେଣ୍ଡ୍ରିକ୍ସ, ଜେ.ଜେ. ସ୍ମୁଟ୍ସ, ଲଉଥୋ ସିପାମ୍ଲା।
ଇଗଲ୍ସ: ଏବି ଡି’ଭିଲର୍ସ(ଅଧିନାୟକ), ଇଡେନ ମାରକ୍ରାମ, ଲୁନ୍‌ଗି ଏନ୍‌ଗିଡି, ଆଣ୍ଡିଲ୍‌ ଫେଲୁକ୍ୱାୟୋ, ରସି ଭାନ୍‌ ଡର୍‌ ଡୁସେନ, ଜୁନିୟର ଡାଲା, କାଏଲ ଭେରିନେ, ସିସାନ୍ଦା ମଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri