Posted inଖେଳ

ବିଶ୍ୱ ଚାମ୍ପିୟନ ସ୍ପ୍ରିଣ୍ଟର କୋଲ୍‌ମ୍ୟାନ୍‌ ସସ୍‌ପେଣ୍ଡ

ଓ୍ବାଶିଂଟନ, ୧୭ା୬ (ଏପି): ଡ୍ରଗ୍ସ ଟେଷ୍ଟ ବେଳେ ଅନୁପସ୍ଥିତ ଯୋଗୁ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) ୧୦୦ମିଟର ବିଶ୍ୱ ଚାମ୍ପିୟନ ଖ୍ରିଷ୍ଟିଆନ କୋଲ୍‌ମ୍ୟାନଙ୍କୁ ସାମାୟିକ ସସ୍‌ପେଣ୍ଡ କରିଛି। ଓ୍ବାଲର୍‌ଡ ଆଥଲେଟିକ୍ସ ଆଣ୍ଟି-ଡୋପିଂ ରୁଲ୍ସ କିମ୍ବା ଇଣ୍ଟିଗ୍ରିଟି କୋଡ୍‌ ଅଫ୍‌ କଣ୍ଡକ୍ଟ ଅଧୀନରେ ଶୁଣାଣି ସହ ଚୂଡ଼ାନ୍ତ ନିଷ୍ପତ୍ତି ନ ହେଲା ପର୍ଯ୍ୟନ୍ତ ଏହି ଆମେରିକୀୟ ସ୍ପ୍ରିଣ୍ଟର ସସ୍‌ପେଣ୍ଡ ରହିବେ। କୋଲ୍‌ମ୍ୟାନ୍‌ ପୂର୍ବରୁ ତାଙ୍କ ଟୁଇଟରରେ ସଫେଇ ଦେଇ କହିଛନ୍ତି, ଡ୍ରଗ୍‌ଟେଷ୍ଟରମାନେ ଡିସେମ୍ବର ୯ରେ ମୋତେ ପାଇ ନ ଥିଲେ। ସେତେବେଳେ ମୁଁ ନିକଟବର୍ତ୍ତୀ ଏକ ମଲ୍‌ରେ ଖ୍ରିଷ୍ଟମାସ୍‌ ସପିଂରେ ବ୍ୟସ୍ତ ଥିଲି। ଡୋପିଂ ନିୟମାନୁସାରେ ଜଣେ ତାଲିକାଭୁକ୍ତ ଏଲିଟ୍‌ ଆଥଲେଟ ସେମାନଙ୍କ ଦୈନିକ ଠିକଣା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ବାଧ୍ୟ। କାରଣ ଯେ କୌଣସି ଦିନ ତାଙ୍କଠାରୁ ଡୋପ୍‌ ସାମ୍ପଲ ସଂଗ୍ରହ କରାଯାଇପାରେ। ଏଥିପାଇଁ ତାଙ୍କୁ ଏକ ଘଣ୍ଟା ସମୟ ମଧ୍ୟ ଦେବାକୁ ପଡ଼ିବ। ଏଥିରେ ଖିଲାପ କଲେ ସମ୍ପୃକ୍ତ ଆଥଲେଟ୍‌ ଡୋପ୍‌ ଟେଷ୍ଟକୁ ଫାଙ୍କି ଦେଉଛନ୍ତି ବୋଲି ବୁଝାଯିବ। କୋଲମ୍ୟାନ ୧୨ ମାସରେ ଏହାକୁ ମିଶାଇ ୩ ଥର ଏହି ନିୟମର ଉଲ୍ଲଂଘନ କରିସାରିଛନ୍ତି। ଟୋକିଓ ଗେମ୍ସ ପୁରୁଷ ୧୦୦ମିଟର ଦୌଡ଼ ପାଇଁ କୋଲ୍‌ମ୍ୟାନ୍‌ଙ୍କୁ ଫେଭରାଇଟ୍‌ ବିବଚେନା କରାଯାଉଛି। ସେ ସଫେଇ ଦେଇ କହିଛନ୍ତି ତାଙ୍କ ଘରକୁ କେହି ଡୋପ୍‌ ଟେଷ୍ଟର ଆସିଥିବା କୌଣସି ରେକର୍ଡ ନାହିଁ। ଯଦି ଅବା କେତେବେଳେ ତାଙ୍କୁ ଖୋଜା ଯାଇଛି, ସେତେବେଳେ ସେ ୫ ମିନିଟ୍‌ ହେବ ବାହାରକୁ ଯାଇଥିଲେ। ଗତ ସେପ୍ଟେମ୍ବରରେ କାତାରର ଦୋହାଠାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ ୧୦୦ମିଟର ଦୌଡ଼ରେ କୋଲମ୍ୟାନ ଟାଇଟଲ ଜିତିଥିଲେ। ଏକ ବୈଷୟିକ କାରଣରୁ ଡ୍ରଗ୍ସ ଟେଷ୍ଟ ମିସ୍‌ କରିଥିବାରୁ ୟୁଏସ୍‌ ଆଣ୍ଟି ଡୋପିଂ ଏଜେନ୍ସି ତାଙ୍କୁ ଛାଡ଼ି ଦେଇଥିଲା। କୋଲମ୍ୟାନ ମଙ୍ଗଳବାର କହିଛନ୍ତି ମୁଁ କେବେ ହେଲେ ପ୍ରଦର୍ଶନବର୍ଦ୍ଧକ ଔଷଧ ସେବନ କରି ନାହିଁ କିମ୍ବା ଭବିଷ୍ୟତରେ କରିବି ନାହିଁ। ଡୋପ୍‌ ଟେଷ୍ଟରେ ସବୁବେଳେ ମୁଁ ନିର୍ଦ୍ଦୋଷ ପ୍ରମାଣିତ ହେବି। ଚଳିତ ମାସରେ ଏହି ଭଳି ଅଭିଯୋଗ ମହିଳା ୪୦୦ମିଟର ବିଶ୍ୱ ଚାମ୍ପିୟନ ବାହାରିନ୍‌ର ସାଲଓ୍ବା ଇଦ୍‌ ନାସେରଙ୍କ ବିରୋଧରେ ଆସିଥିଲା। ଘଟଣାର ତଦନ୍ତ ଚାଲିଛି। ସାଲଓ୍ବା ଗତବର୍ଷ ଦୋହାରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ପୂର୍ବତନ ୟୁଏସ୍‌ ଜାତୀୟ ୨୦୦ ମିଟର ଚାମ୍ପିୟନ ଦିଆଜା ଷ୍ଟିଭେନ୍ସ ଗତ ମେ ମାସରେ ସସ୍‌ପେଣ୍ଡ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାନେଜମେଣ୍ଟ ଉପରେ ବର୍ଷିଲା BCCI: ବିପଦରେ ଗୌତମ ଗମ୍ଭୀରଙ୍କ ଚାକିରି!

ନୂଆଦିଲ୍ଲୀ, ୧୦।୭: ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟି-୨୦ ମ୍ୟାଚରେ ପରାଜୟ ପରେ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରିପୋର୍ଟ ଅନୁଯାୟୀ,…

ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ମାସରେ ହେବା ନେଇ ସୂଚନା

ଭୁବନେଶ୍ୱର,୧୦।୭: ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍‌। ଏଥର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଏପ୍ରିଲ କିମ୍ବା ମେ’ ମାସ ଆଡ଼କୁ…

ଟ୍ରାକ୍ଟର ଡାଲାରେ ବସି ଗଲେ ବିଜେଡି ନେତା, ଭିଡିଓ ଭାଇରାଲ ପରେ…

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାକୁ ବିଜେଡି ଦଳର ରାଜ୍ୟର ଏକ ଟିମ୍‌ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ…

ଟ୍ରମ୍ପଙ୍କୁ ମିଳିଲା ବଡ଼ ସମ୍ମାନ, ଏମିତି ସମ୍ମାନ ପାଇବାରେ ସେ ହେଲେ ପ୍ରଥମ ରାଷ୍ଟ୍ରପତି

ଓ୍ବାଶିଂଟନ,୧୦।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କ ଦ୍ୱାରା ଜାତୀୟ ସ୍ମାରକୀ ଠାରୁ ଆରମ୍ଭ କରି ନୋଟ ପର୍ଯ୍ୟନ୍ତ ସବୁଠି ତାଙ୍କ ନାମ ଏବଂ…

କିଏ ଏହି ମହିଳା ଖେଳାଳି? ଯାହାଙ୍କ ବ୍ୟାଟରେ ଅଟୋଗ୍ରାଫ୍ ଦେଲେ ମୋଦି

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଅନେକ ଖେଳାଳିଙ୍କୁ ଭେଟିଥିଲେ। ସେ ଯେଉଁ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ! ଟିକା ନେବା ପରେ ବି ୪ ସଂକ୍ରମିତ, ୨ ଜଣଙ୍କ ଜୀବନ ଗଲା…

ଅମରାବତୀ,୧୦।୭: ଆନ୍ଧ୍ରପ୍ରଦେଶରୁ ଆସିଛି ଚିନ୍ତାଜନକ ଖବର। ଦେଶରେ ପୁଣିଥରେ ମାରାତ୍ମକ କରୋନା ଭାଇରସ ଫେରିବାର ସଙ୍କେତ ମିଳିଛି। ରାଜ୍ୟର କଡ଼ପ୍ପା ଜିଲାରେ କୋଭିଡ-୧୯ର କିଛି ନୂଆ ମାମଲା…

ଗୋଟିଏ ପରେ ଗୋଟିଏ ଭୁଲ କରୁଛନ୍ତି ଗୌତମ ଗମ୍ଭୀର-ଶ୍ରେୟସ ଆୟର! ଟିମ ଇଣ୍ଡିଆର ପରିସ୍ଥିତି ଆହୁରି ଖରାପ ହୋଇ ଯିବନାହିଁ ତ…

ନୂଆଦିଲ୍ଲୀ,୧୦।୭: ୨୦୨୬ ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ବିଜୟରେ ଅଭ୍ୟସ୍ତ ହୋଇଯାଇଥିଲା; ସିରିଜ ହାରିବା ପ୍ରଶ୍ନବାଚୀ ବାହାରେ ଥିଲା। ତା’ପରେ ଶ୍ରେୟସ ଆୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri