ଖେଳ

ହାମିଲଟନଙ୍କୁ ପୋଲ ପୋଜିଶନ

ମୁଗେଲୋ (ଇଟାଲୀ), ୧୩ା୯ (ଏପି)-ଟସ୍କାନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ମୋଟର ରେସ୍‌ ପାଇଁ ଲୁଇସ୍‌ ହାମିଲଟନ ତାଙ୍କ ମର୍ସିଡିଜ୍‌ ଟିମ୍‌ମେଟ୍‌ ଭାଲଟେରି ବୋଟାସ୍‌ଙ୍କୁ .୦୫୯ ସେକେଣ୍ଡ ପଛରେ ପକାଇ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଏହାଦ୍ୱାରା ତାଙ୍କ ପୋଲ୍‌ପୋଜିଶନ...

ଯୁବରାଜଙ୍କୁ ଗମ୍ଭୀରଙ୍କ ସମର୍ଥନ: କହିଲେ ‘ପ୍ରଶଂସକ ତାଙ୍କୁ ଖେଳୁଥିବା ଦେଖିବାକୁ ଚାହୁଁଛନ୍ତି, ପଞ୍ଜାବରୁ କାହିଁକି ନୁହେଁ’

ନୂଆଦିଲ୍ଲୀ,୧୨।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ମହାନ ଅଲରାଉଣ୍ଡର ଯୁବରାଜ ସିଂ ଅବସରରୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ଚିଠି ଲେଖି ଜଣାଇଛନ୍ତି। ଏହା ଜଣାପଡ଼ିବା ପରେ ୟୁଭିଙ୍କ ପ୍ରଶଂସକମାନେ ଖୁସିବ୍ୟକ୍ତ...

ଓଡ଼ିଶା ଏଫ୍‌ସି ଦଳରେ ଟ୍ରଟ୍‌

ଭୁବନେଶ୍ୱର, ୧୨।୯(କ୍ରୀଡ଼ା ପ୍ରତିନିଧି): ଅଷ୍ଟ୍ରେଲିଆନ ସେଣ୍ଟ୍ରାଲ୍‌ ବ୍ୟାକ୍‌ ଜ୍ୟାକବ ଟ୍ରଟ୍‌ଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫସି। ଫଳରେ ଏହି ଅଷ୍ଟ୍ରେଲୀୟ ଡିଫେଣ୍ଡର ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ୭ମ ସଂସ୍କରଣରେ ଭୁବନେଶ୍ୱର ଭିତ୍ତିକ ଏହି ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖେଳିବା ସ୍ପଷ୍ଟ ହୋଇଯାଇଛି।...

ପ୍ରଥମ ମ୍ୟାଚ୍‌ ଖେଳିବେ ମୋର୍ଗାନ, କୁମିନ୍ସ: କେକେଆର

ଆବୁଧାବି,୧୨।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)ର ପ୍ରଥମ ମ୍ୟାଚରେ ଇଂଲଣ୍ଡର ଇଅନ ମୋର୍ଗାନ ଓ ଅଷ୍ଟ୍ରେଲିଆର ପ୍ୟାଟ୍‌ କୁମିନ୍ସ ଖେଳିବେ। ଏ ନେଇ କେକେଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଭେଙ୍କି ମହୀଶୂର କହିଛନ୍ତି। ସେପ୍ଟେମ୍ବର ୨୩...

ବୋଟାସ ଦ୍ରୁତତମ

ମୁଗେଲୋ (ଇଟାଲୀ), ୧୨ା୯ (ଏପି)-ଟସ୍କାନ ଫର୍ମୁଲା ଓ୍ବାନ ମୋଟର ରେସ୍‌ ଗ୍ରାଁ ପ୍ରି ପାଇଁ ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ପ୍ରାକ୍ଟିସ ସେସନରେ ମର୍ସିଡିଜ୍‌ ଟିମ୍‌ମେଟ ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ଭାଲ୍‌ଟେରି ବୋଟାସ ଦ୍ରୁତତମ ବିବେଚିତ ହୋଇଛନ୍ତି। ମ୍ୟାକଲରେନ୍‌ର ଲାଣ୍ଡୋ...

ମ୍ୟାଚ୍‌ରେ ଇଞ୍ଜୁରି ପରେ ରଗ୍‌ବୀ ଖେଳାଳିଙ୍କ ମୃତ୍ୟୁ

ନ୍ୟୁକ୍ୟାସେଲ (ଅଷ୍ଟ୍ରେଲିଆ), ୧୨ା୯ (ଏପି)- ରବିବାର ଖେଳାଯାଇଥିବା ଏକ ମ୍ୟାଚ ବେଳେ ଆଘାତପ୍ରାପ୍ତ ହୋଇ ଜଣେ ସ୍ବଳ୍ପ ବୟସ୍କ ରଗ୍‌ବୀ ଲିଗ୍‌ ଖେଳାଳି ଜୋଏଲ ଡାର୍କଙ୍କ ମୃତ୍ୟୁ ଘଟିଛି। ସିଡ୍‌ନୀ ଉତ୍ତରାଞ୍ଚଳ ଅନ୍ତର୍ଗତ ନ୍ୟୁକ୍ୟାସେଲରେ ଏକ କ୍ଲବର ସିନିୟର ଦଳ...

ଦୀପକ ଚହରଙ୍କୁ ବିସିସିଆଇ କ୍ଲିୟରାନ୍ସ

ଦୁବାଇ, ୧୨ା୯ (ପି.ଟି.):ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଠାରୁ ଆବଶ୍ୟକ କ୍ଲିୟରାନ୍ସ ହାସଲ କରିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପେସ୍‌ ବୋଲର ଦୀପକ ଚହର ଶୁକ୍ରବାରଠାରୁ ତାଙ୍କ ଟ୍ରେନିଂ ଆରମ୍ଭ କରିଛନ୍ତି। ଦୀପକ କୋଭିଡ୍‌-୧୯ ପଜିଟିଭ ଥିଲେ।...

କ୍ୟାରିବିୟାନ ପ୍ରିମିୟର ଲିଗ୍‌: ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ଚାମ୍ପିୟନ

ତାରୋଉବା,୧୨।୯(ପି.ଟି.): କିରନ ପୋଲାର୍ଡଙ୍କ ନେତୃତ୍ୱାଧୀନ ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ଏଥର ମଧ୍ୟ କ୍ୟାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌) ଟାଇଟଲ ହାସଲ କରିଛି। ଗୁରୁବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ତ୍ରିନିବାଗୋ ୮ ଉଇକେଟ୍‌ରେ ସେଣ୍ଟ ଲୁସିଆ ଜୌକାକୁ ହରାଇ ଚାମ୍ପିୟନ ହୋଇଛି।...

ୟୁଏସ୍‌ ଓପନ୍‌: ପାଭିକ୍‌-ସୋଆରେସ୍‌ ଯୋଡ଼ିଙ୍କୁ ପୁରୁଷ ଡବଲ୍ସ ଟାଇଟଲ

ନ୍ୟୁୟର୍କ,୧୨।୯(ଏପି): ୟୁଏସ୍‌ ଓପନ୍‌ ପୁରୁଷ ଡବଲ୍ସ ଇଭେଣ୍ଟରେ କ୍ରୋଏସିଆର ମେଟ୍‌ ପାଭିକ୍‌ ଓ ଅଭିଜ୍ଞ ବ୍ରାଜିଲ ଖେଳାଳି ବ୍ରୁନୋ ସୁଆରେସ୍‌ ଟାଇଟଲ ହାସଲ କରିଛନ୍ତି। ଗୁରୁବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଏହି ଅଣସିଡ୍‌ ଯୋଡି ୭-୫, ୬-୩ ସେଟ୍‌ରେ ଅଷ୍ଟମ...

ପାରିବାରିକ ଶତ୍ରୁତା ସତ୍ତ୍ୱେ ଡୋନାଙ୍କୁ ଛାଡ଼ିବାକୁ ନାରାଜ ଥିଲେ ଗାଙ୍ଗୁଲୀ: ଏଥିପାଇଁ ଦୁଇଥର କରିଥିଲେ ବିବାହ

ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲୀଙ୍କ ପ୍ରେମଜୀବନ କୌଣସି ଫିଲ୍ମକାହାଣୀଠାରୁ କମ୍‌ ନ ଥିଲା। ସେ ପରିବାରଲୋକଙ୍କୁ ନ ଜଣାଇ ଡୋନା ରାୟଙ୍କୁ ବିବାହ କରିଥିଲେ। ଫଳରେ ତାଙ୍କୁ...

ଆଇପିଏଲ୍‌ରେ ପ୍ରଥମ ଲଢ଼େଇ ପାଇଁ ସିଏସ୍‌କେ ପ୍ରସ୍ତୁତ: ଧୋନୀଙ୍କ ସ୍କ୍ବାର୍ଡରେ ରହିବେ ଏହି ଖେଳାଳି; ଜାଣନ୍ତୁ..

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌-୧୩ତମ ସଂସ୍କରଣ। ଏହାର ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ତେବେ ମୁମ୍ବାଇ ଟିମ୍‌ ୪ଥର ଆଇପିଏଲ୍‌ ଜିତିସାରିଛି। ଅପରପକ୍ଷେ ସିଏସ୍‌କେର ଭାର ସମ୍ଭାଳିଛନ୍ତି ସବୁଠାରୁ ଶ୍ରେଷ୍ଠ...

ରାଫାଲ ବାୟୁସେନାରେ ସାମିଲ ହେବା ଦେଶ ପାଇଁ ଗର୍ବ ଏବଂ ଗୌରବ: ଧୋନୀ

ନୂଆଦିଲ୍ଲୀ,୧୧।୯: ପୂର୍ବ ଲଦାଖ ସୀମାରେ ଭାରତ ଏବଂ ଚାଇନା ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାବେଳେ ଆଜି ଭାରତୀୟ ବାୟୁସେନାରେ ସର୍ବାଧୁନିକ ଯୁଦ୍ଧ ବିମାନ ରାଫାଲ ସାମିଲ ହୋଇଛି।  ଯୁଦ୍ଧବିମାନ ରାଫାଲ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri