Posted inଖେଳ

ଦୀପକ ଚହରଙ୍କୁ ବିସିସିଆଇ କ୍ଲିୟରାନ୍ସ

ଦୁବାଇ, ୧୨ା୯ (ପି.ଟି.):ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ଠାରୁ ଆବଶ୍ୟକ କ୍ଲିୟରାନ୍ସ ହାସଲ କରିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପେସ୍‌ ବୋଲର ଦୀପକ ଚହର ଶୁକ୍ରବାରଠାରୁ ତାଙ୍କ ଟ୍ରେନିଂ ଆରମ୍ଭ କରିଛନ୍ତି। ଦୀପକ କୋଭିଡ୍‌-୧୯ ପଜିଟିଭ ଥିଲେ। ଦୁଇଥର ନେଗେଟିଭ୍‌ ଟେଷ୍ଟ ପରେ ବୁଧବାର ସେ ସିଏସ୍‌କେର ବାୟୋ ବବଲରେ ପ୍ରବେଶ କରିଥିଲେ। ନେଟ୍ସ ପୂର୍ବରୁ ବିସିସିଆଇର ପ୍ରୋଟୋକଲ ଅନୁସାରେ ତାଙ୍କର ଏକ କାଡିଓ ଭାସ୍କୁଲାର ଟେଷ୍ଟ ହୋଇଥିଲା। ଏଥିରେ ଉତ୍ତୀର୍ଣ୍ଣ ହେବାପରେ ସେ ଶୁକ୍ରବାରଠାରୁ ଅଭ୍ୟାସ ଆରମ୍ଭ କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଉଦ୍‌ଘାଟନୀ ମ୍ୟାଚ ସେପ୍ଟେମ୍ବର ୧୯ରେ ଖେଳାଯିବ। ଏଥିରେ ଗତବର୍ଷରୁ ରନର୍ସଅପ୍‌ ସିଏସ୍‌କେ ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ୧୯ଜଣ ସଦସ୍ୟ କରୋନା ପଜିଟିଭ ଜଣାପଡ଼ିବାରୁ ଚେନ୍ନାଇ ସୁପର କିଙ୍ଗ୍ସ ଶେଷରେ ଟ୍ରେନିଂ ଆରମ୍ଭ କରିଛି। ପଜିଟିଭ ଥିବା ଦଳର ଅନ୍ୟ ଜଣେ ବ୍ୟାଟ୍ସମ୍ୟାନଙ୍କର ଶନିବାର ଟେଷ୍ଟ ହେବ।
ସୁରେଶ ରାଇନା ଓ ହରଭଜନ ସିଂ ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ନାମେଣ୍ଟରୁ ଓହରିଯାଇଥିବାରୁ ଦଳ ପାଇଁ ଏହା ଧକ୍କା ସଦୃଶ ହୋଇଛି। ସିଏସ୍‌କେ ସିଇଓ କାଶି ବିଶ୍ୱନାଥନ କହିଛନ୍ତି, ଆମେ ସିନିୟର ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ ନିଶ୍ଚୟ କରିବୁ। କିନ୍ତୁ ଅନ୍ୟମାନଙ୍କୁ ସେମାନଙ୍କ ଦକ୍ଷତା ପ୍ରତିପାଦନ କରିବା ଲାଗି ସୁଯୋଗ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri