Posted inଖେଳ

ମ୍ୟାଚ୍‌ରେ ଇଞ୍ଜୁରି ପରେ ରଗ୍‌ବୀ ଖେଳାଳିଙ୍କ ମୃତ୍ୟୁ

ନ୍ୟୁକ୍ୟାସେଲ (ଅଷ୍ଟ୍ରେଲିଆ), ୧୨ା୯ (ଏପି)- ରବିବାର ଖେଳାଯାଇଥିବା ଏକ ମ୍ୟାଚ ବେଳେ ଆଘାତପ୍ରାପ୍ତ ହୋଇ ଜଣେ ସ୍ବଳ୍ପ ବୟସ୍କ ରଗ୍‌ବୀ ଲିଗ୍‌ ଖେଳାଳି ଜୋଏଲ ଡାର୍କଙ୍କ ମୃତ୍ୟୁ ଘଟିଛି। ସିଡ୍‌ନୀ ଉତ୍ତରାଞ୍ଚଳ ଅନ୍ତର୍ଗତ ନ୍ୟୁକ୍ୟାସେଲରେ ଏକ କ୍ଲବର ସିନିୟର ଦଳ ତରଫରୁ ପଦାର୍ପଣ ମ୍ୟାଚ ଖେଳୁଥିବା ବେଳେ ଡାର୍କଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ନ୍ୟୁ କ୍ୟାସେଲସ୍ଥିତ ଜନ୍‌ ହଣ୍ଟର ହସ୍ପିଟାଲରେ ତାଙ୍କ ମୁଣ୍ଡରେ ଅସ୍ତ୍ରୋପଚାର ହୋଇଥିଲା। ୫ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ୧୯ ବର୍ଷୀୟ ଡାର୍କଙ୍କ ସମ୍ପର୍କୀୟ ଭାଇ ବୟଡ୍‌ କର୍ଡନର ହେଉଛନ୍ତି ଜଣେ ଅନ୍ତର୍ଜାତୀୟ ଫରଓ୍ବାର୍ଡ। ରାଜ୍ୟରେ ରଗ୍‌ବୀ ଖେଳ ପରିଚାଳନା କରୁଥିବା ନ୍ୟୁସାଉଥ ଓ୍ବେଲ୍ସ ରଗ୍‌ବୀ ଲିଗ୍‌ ଡାର୍କ ଓ ତାଙ୍କ ପରିବାର ପ୍ରତି ସମ୍ମାନ ଜଣାଇ ନ୍ୟୁକ୍ୟାସେଲରେ ରବିବାର ଖେଳାଯିବାକୁଥିବା ସମସ୍ତ ସିନିୟର ଗେମ୍ସକୁ ସ୍ଥଗିତ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାଇନାରେ କ୍ରିକେଟ ଲାଗି ରହିଛି ଗୋଟିଏ ଘାସ ପିଚ୍‌

ସାଙ୍ଘାଇ,୯।୮(ଏଏଫ୍‌ପି)- ଚାଇନାରେ ପ୍ରାୟ ନାଗରିକଙ୍କୁ କ୍ରିକେଟ କ୍ରୀଡ଼ା ବିଷୟରେ ଜଣାନାହିଁ। ୧.୪ ବିଲିୟନ ଜନସଂଖ୍ୟାଙ୍କ ଲାଗି ଗୋଟିଏ ଘାସ ପିଚ୍‌ ରହିଛି। ଏବେ ସେମାନେ ଫୁଟ୍‌ବଲ...

ପୁଣି ବ୍ରୋଞ୍ଜ ଜିତି ଇତିହାସ ରଚିଲେ ଅବନୀ

ଟୋକିଓ,୩।୯: ମହିଳା ୫୦ ମିଟର ରାଇଫଲ ପି-୩, ଏସ୍‌ଏଚ୍‌-୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଅବନୀ ଲେଖରା ଇତିହାସ ସୃଷ୍ଟି କରଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ଏହା...

ପରିବାର ପୋଷିବା ପାଇଁ ଚୋରି କରିଥିଲେ ଏହି ବିସ୍ଫୋରକ କ୍ରିକେଟର୍‌

ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଷ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ କ୍ରିକେଟ ପଡିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। ସେ ଓ୍ବେଷ୍ଟଇଣ୍ଡିଜର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଏକଦିବସୀୟ କ୍ରିକେଟରେ ୨୩ଟି...

ସର୍ଜରୀ ପରେ ପ୍ରଶଂସକଙ୍କୁ ଏଭଳି ବାର୍ତ୍ତା ଦେଲେ ଏହି ଭାରତୀୟ ଅଲ୍‌ରାଉଣ୍ଡର

ସିଡନୀ,୧୨।୧: ଭାରତୀୟ କ୍ରିକେଟ ଟିମ୍‌ର ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ ହେବା ପରେ ଚତୁର୍ଥ ଟେଷ୍ଟରୁ ବାହାର ହୋଇଛନ୍ତି। ଅଷ୍ଟ୍ରେଲିଆରେ ସେ ନିଜ ଆଙ୍ଗୁଠିର ସର୍ଜରୀ...

ଏମିତି ଫଟୋ ଶେୟାର ଶୁଭମନ୍‌, ପ୍ରଶଂସକ କହିଲେ ସାରାଙ୍କ ସହ ବ୍ରେକ୍‌ଅପ୍‌ ହୋଇଗଲା କି

ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଏବେ ଛୁଟି କାଟୁଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌)...

ହାଇଦ୍ରାବାଦ ଆଗରେ ବିଶାଳ ଟାର୍ଗେଟ

ଚେନ୍ନାଇ, ୧୧ା୪- ନୀତିଶ ରାଣା ଓ ରାହୁଲ ତ୍ରିପାଠିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌ ଆଗରେ ୧୮୮ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଛି...

ଟସ୍‌ ଜିତି ପ୍ରଥମେ ବୋଲିଂ କରିବ ଚେନ୍ନାଇ ସୁପର୍‌ କିଙ୍ଗ୍ସ

ଆବୁଧାବି, ୧୯।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହୋଇଯାଇଛି। ଉଦ୍‌ଘାଟନୀ ମୁକାବିଲରେ ଗତଥରର ରନର୍ସଅପ୍‌...

ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ମୋରେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୫ା୬ (ପି.ଟି.)-ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ଭାରତର ପୂର୍ବତନ ଉଇକେଟକିପର କିରଣ ମୋରେ। ବିଶ୍ୱକପ୍‌ ବିଜୟୀ ପୂର୍ବତନ...

Advertisement
Archives

Model This Week