Posted inଖେଳ

ଯୁବରାଜଙ୍କୁ ଗମ୍ଭୀରଙ୍କ ସମର୍ଥନ: କହିଲେ ‘ପ୍ରଶଂସକ ତାଙ୍କୁ ଖେଳୁଥିବା ଦେଖିବାକୁ ଚାହୁଁଛନ୍ତି, ପଞ୍ଜାବରୁ କାହିଁକି ନୁହେଁ’

ନୂଆଦିଲ୍ଲୀ,୧୨।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ମହାନ ଅଲରାଉଣ୍ଡର ଯୁବରାଜ ସିଂ ଅବସରରୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ଚିଠି ଲେଖି ଜଣାଇଛନ୍ତି। ଏହା ଜଣାପଡ଼ିବା ପରେ ୟୁଭିଙ୍କ ପ୍ରଶଂସକମାନେ ଖୁସିବ୍ୟକ୍ତ କରିଥିବା ବେଳେ ଏବେ ସାଥୀ ଖେଳାଳି ମଧ୍ୟ ତାଙ୍କ ଫେରିବା ବାଟକୁ ଚାହିଁଥିବା ପ୍ରକାଶ କରିଛନ୍ତି।

ପୂର୍ବତନ କ୍ରିକେଟର ତଥା ଏମ୍‌ପି ଗୌତମ ଗମ୍ଭୀର ଏହି ପ୍ରସଙ୍ଗରେ କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ସବୁ ଲୋକେ ତାଙ୍କୁ ଖେଳୁଥିବା ଦେଖିବାକୁ ପସନ୍ଦ କରନ୍ତି। ଯଦି ସେ ପଞ୍ଜାବ ପାଇଁ ଖେଳିବାକୁ ଚାହୁଁଛନ୍ତି ତେବେ କାହିଁକି ନୁହେଁ। ଆପଣ କୌଣସି କ୍ରିକେଟରକୁ ଖେଳ ଆରମ୍ଭ କରିବା ନଚେତ ଶେଷ କରିବାକୁ ବାଧ୍ୟ କରିପାରିବେ ନାହିଁ। ଯଦି ସେ ସନ୍ୟାସରୁ ଫେରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ହାର୍ଦ୍ଦିକ ସ୍ବାଗତ ବୋଲି ଗମ୍ଭୀର କହିଛନ୍ତି।

୨୦୧୧ ବିଶ୍ୱକପ୍‌ରେ ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିବା ଯୁବରାଜ ଗତ ଜୁନ୍‌ରେ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ପଞ୍ଜାବ କ୍ରିକେଟର ବୃହତ୍ତର ସ୍ବାର୍ଥ ପାଇଁ ପିସିଏ ସମ୍ପାଦକ ପୁନୀତ ବାଲି ତାଙ୍କୁ ପ୍ରଥମେ ଅବସରରୁ ପ୍ରତ୍ୟାବର୍ତ୍ତନ କରିବାକୁ ସ୍ତାବ ଦେଇଥିଲେ। ତେବେ ଅତିକମ୍‌ରେ ଟି୨୦ ଫର୍ମାଟରେ ଖେଳିବାକୁ ଯୁବରାଜ ରାଜି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୯ରେ ବିସିସିଆଇ ଏସ୍‌ଜିଏମ୍‌

ନୂଆଦିଲ୍ଲୀ,୨୦।୫(ପି.ଟି.): ମେ’ ୨୯ ତାରିଖରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସ୍ବତନ୍ତ୍ର ସାଧାରଣ ବୈଠକ (ଏଜିଏମ୍‌) ବସିବ। ଦେଶରେ ଅକ୍ଟୋବର ଓ ନଭେମ୍ବରରେ ଆୟୋଜନ...

ସଲମାନ ତୁମ ଭାଇ ହୋଇଥିବେ, ମୋର କିନ୍ତୁ ‘ଜାନ୍‌’: ନିଖତ୍‌

ନୂଆଦିଲ୍ଲୀ,୨୧।୫: ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ଭାରତୀୟ ବକ୍ସର ନିଖତ୍‌ ଜରିନ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବଡ଼ ପ୍ରଶଂସକ।...

ଦୁଲୀପ ଟ୍ରଫି ମ୍ୟାଚରେ ନାଡ଼ା ଡୋପ୍‌ ଟେଷ୍ଟ ଆରମ୍ଭ କରିବ

ନୂଆଦିଲ୍ଲୀ,୧୮।୮(ପି.ଟି.)- ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା) ଆଗାମୀ ଦୁଲୀପ ଟ୍ରଫି ମ୍ୟାଚ୍‌ ଅବସରରେ ଭାରତୀୟ କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ଆରମ୍ଭ କରିବ। ବେଙ୍ଗାଲୁରୁରେ ଖେଳାଯିବାକୁ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ କୋହଲି କଲେ ଖୁଲାସା

ଦୁବାଇ,୧୯।୧୦: ଭାରତ ଟି -୨୦ ବିଶ୍ୱକପ ୨୦୨୧ର ପ୍ରଥମ ଅଭ୍ୟାସ ଅପ୍‌ ମ୍ୟାଚରେ ଇଂଲଣ୍ଡକୁ ୭ ଉଇକେଟରେ ପରାସ୍ତ କରିଛି। କ୍ୟାପଟେନ ବିରାଟ କୋହଲି ଏହି...

ହଙ୍ଗେରୀରେ ଟ୍ରେନିଂ ନେବେ ଭିନେଶ

ନୂଆଦିଲ୍ଲୀ, ୨୬ା୧୨ (ପି.ଟି.)-ଚାମ୍ପିୟନ ରେସ୍‌ଲର ଭିନେଶ ଫୋଗତଙ୍କ ୪୦ ଦିନିଆ କ୍ୟାମ୍ପ ପାଇଁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଭିନେଶଙ୍କ ସହିତ ତାଙ୍କ ବ୍ୟକ୍ତିଗତ କୋଚ୍‌...

ବିସିସିଆଇର ଘୋଷଣା: ଏଥର ହେବ ରଣଜୀ ଟ୍ରଫି

ନୂଆଦିଲ୍ଲୀ, ୩ା୭- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରଣଜୀ ଟ୍ରଫି ସମେତ ଏହାର ସମସ୍ତ ଘରୋଇ ଟୁର୍ନାମେଣ୍ଟ ଆୟୋଜନ କରିବ। ୨୦୨୧-୨୨ ସିଜନରେ ମୋଟ...

ଗୁଜରାଟ -ମୁମ୍ବାଇ ଉଦ୍‌ଘାଟନୀ ମୁକାବିଲା

ମୁମ୍ବାଇ, ୪ା୩ (ପି.ଟି.): ବହୁ ପ୍ରତିକ୍ଷୀତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ୫ଟି ଦଳକୁ ନେଇ ଶନିବାରଠାରୁ ଆରମ୍ଭ ହେବ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)...

ଅନ୍ୟ ଉପରେ ନିଜ ମତ ଲଦେ ନାହିଁ: ରାବାଡ଼ା

ଦୁବାଇ,୨୩।୧୦(ପି.ଟି.): ଖୋଲାଖୋଲି ମନ୍ତବ୍ୟ ଦେବା ନେଇ ପରିଚିତ ଥିବା ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରାବାଡ଼ା ଅନ୍ୟ ଉପରେ ନିଜ ମତ ଲଦି ଦିଅନ୍ତି...

Advertisement
Archives

Model This Week