Posted inଖେଳ

ଆଇପିଏଲ୍‌ରେ ପ୍ରଥମ ଲଢ଼େଇ ପାଇଁ ସିଏସ୍‌କେ ପ୍ରସ୍ତୁତ: ଧୋନୀଙ୍କ ସ୍କ୍ବାର୍ଡରେ ରହିବେ ଏହି ଖେଳାଳି; ଜାଣନ୍ତୁ..

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌-୧୩ତମ ସଂସ୍କରଣ। ଏହାର ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ତେବେ ମୁମ୍ବାଇ ଟିମ୍‌ ୪ଥର ଆଇପିଏଲ୍‌ ଜିତିସାରିଛି। ଅପରପକ୍ଷେ ସିଏସ୍‌କେର ଭାର ସମ୍ଭାଳିଛନ୍ତି ସବୁଠାରୁ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଧୋନୀଙ୍କ ନେତୃତ୍ୱରେ ମଧ୍ୟ ଟିମ୍‌ ୩ ଥର ଚାମ୍ପିଅନ୍‌ ହୋଇଛି। ତେବେ ଗତବର୍ଷ ମାହିଙ୍କ ଟିମ୍‌ ଫାଇନାଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସଙ୍କଠାରୁ ହାରି ଯାଇଛି।

ଚଳିତ ବର୍ଷ ଆଇପିଏଲ୍‌ ଆଗରୁ ସିଏସ୍‌କେକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି। ଅଗଷ୍ଟ ୨୧ରେ ଟିମ୍‌ ୟୁଏଇ ପହଞ୍ଚିଥିଲା। ପରେ ଦୁଇଜଣ ଖେଳାଳି ଏବଂ ୧୧ଜଣ ସପୋର୍ଟ ଷ୍ଟାଫଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା। ଏହାପରେ ସୁରେଶ ରାଇନା ଓ ହରଭଜନ ସିଂହ ବ୍ୟକ୍ତିଗତ କାରଣକୁ ନେଇ ଆଇପିଏଲ୍‌ରୁ ବାହାରିଥିଲେ। ଏହାପରେ ଟିମ୍‌ ବଦଳ ଖେଳାଳି ପାଇଁ ଅପିଲ କରିନାହିଁ। ଏହାସତ୍ତ୍ୱେ ଚେନ୍ନାଇକୁ ଆଇପିଏଲ୍‌ର ପ୍ରମୁଖ ଦାବିଦାର ଭାବେ ଗଣାଯାଉଛି। ଅଧିନାୟକ ଧୋନୀ, ରବିନ୍ଦ୍ର ଜାଡେଜା, ମୁରଲୀ ବିଜୟ, ଶେନ୍‌ ଓ୍ବାଟ୍ସନ୍‌, ଅମ୍ବାନ୍ତି ରାୟୁଡ଼ୁ, ଦୀପକ ଚାହର, ଶାର୍ଦ୍ଦୁଳ ଠାକୁର ଏବଂ ଇମରାନ ତାହିରଙ୍କ ଭଳି ଅନୁଭବୀ ଖେଳାଳି ଟିମ୍‌କୁ ସୁଦୃଢ଼ କରିପାରେ। ସେହିଭଳି ଗାୟକଓ୍ବାଡ ଏବଂ ସ୍ୟାମ୍‌ କରନଙ୍କ ଭଳି ଯୁବ ଖେଳାଳି ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।

ଚେନ୍ନାଇ ସୁପରକିଙ୍ଗ୍ସ ଟିମ୍‌:
ଏମ୍‌ଏସ୍‌ ଧୋନୀ, ଶାର୍ଦ୍ଦୁଳ ଠାକୁର, କେଏମ୍‌ ଆସିଫ୍‌, ଦୀପକ ଚାହର, ଇମରାନ ତାହିର, କର୍ଣ୍ଣ ଶର୍ମା, ଏନ୍‌. ଜଗଦିଶନ, ମୋନୁ କୁମାର, ମିଶେଲ ସେଣ୍ଟନର, ରବିନ୍ଦ୍ର ଜାଡେଜା, ଲୁଙ୍ଗି ଏଙ୍ଗିଡ଼ି, କେଦାର ଯାଧବ, ଡ୍ବାଏନ୍‌ ବ୍ରାଭୋ, ଋତୁରାଜ ଗାୟକଓ୍ବାଡ, ମୁରଲୀ ବିଜୟ, ଫାଫ ଦୁ ପ୍ଲେସିସ, ଅମ୍ବାନ୍ତି ରାୟୁଡୁ, ଶେନ୍‌ ଓ୍ବାଟ୍ସନ୍‌, ପିୟୁଷ ଚାଓ୍ବଲା, ଜୋଶ ହେଜଲଉଡ, ସାମ କରନ ଏବଂ ସାଇ କିଶୋର।


Enter your email to get our daily news in your inbox.

All Right Reserved By Dharitri.Com

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri