Posted inଖେଳ

ପ୍ରଥମ ମ୍ୟାଚ୍‌ ଖେଳିବେ ମୋର୍ଗାନ, କୁମିନ୍ସ: କେକେଆର

ଆବୁଧାବି,୧୨।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)ର ପ୍ରଥମ ମ୍ୟାଚରେ ଇଂଲଣ୍ଡର ଇଅନ ମୋର୍ଗାନ ଓ ଅଷ୍ଟ୍ରେଲିଆର ପ୍ୟାଟ୍‌ କୁମିନ୍ସ ଖେଳିବେ। ଏ ନେଇ କେକେଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଭେଙ୍କି ମହୀଶୂର କହିଛନ୍ତି। ସେପ୍ଟେମ୍ବର ୨୩ ତାରିଖରେ କେକେଆର ତା’ର ପ୍ରଥମ ମ୍ୟାଚ୍‌ ଖେଳିବ। ଆବୁଧାବି କର୍ତ୍ତୃପକ୍ଷ କ୍ୱାରାଣ୍ଟାଇନ୍‌ ଅବଧିକୁ ୧୪ରୁ ୬ ଦିନକୁ କମାଇବାକୁ ରାଜି ହେବା ପରେ ଏହି ମ୍ୟାଚ ଆୟୋଜନ ହେବା ନିଶ୍ଚିତ ହୋଇଛି। ମୋର୍ଗାନ ଓ କୁମିନ୍ସ ୧୭ ତାରିଖରେ ପହଞ୍ଚିବେ। ଫଳରେ ୨୩ ତାରିଖ ବେଳକୁ ସେମାନଙ୍କ କ୍ୱାରାଣ୍ଟାଇନ୍‌ ଅବଧି (୬ ଦିନ) ଶେଷ ହୋଇଯାଇଥିବ ବୋଲି ସେ କହିଛନ୍ତି।
ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବା ଗୋଟିଏ ଦିନ ପରେ ମୋର୍ଗାନ ଓ ତାଙ୍କ ସାଥୀ ଇଂଲଣ୍ଡ ଖେଳାଳି ଟମ୍‌ ବାଣ୍ଟନ ଓ ଅଷ୍ଟ୍ରେଲିଆ ଦ୍ରୁତ ବୋଲର କୁମିନ୍ସ ଆବୁଧାବିରେ ଏକ ଚାର୍ଟର୍ଡ ଫ୍ଲାଇଟ୍‌ରେ ଆସି ପହଞ୍ଚିବେ। ପଜିଟିଭ୍‌ ନ ହୋଇଥିଲେ ଦୁବାଇରେ କୌଣସି ବ୍ୟକ୍ତିଙ୍କ ପାଇଁ କ୍ୱାରାଣ୍ଟାଇନ୍‌ ପିରିୟଡ ବାଧ୍ୟତାମୂଳକ ନୁହେଁ। ତେଣୁ ଦୁବାଇରେ ପହଞ୍ଚିଲା ମାତ୍ରେ କ୍ରିକେଟରମାନେ ମ୍ୟାଚ୍‌ ଖେଳିବାକୁ ଅନୁମତି ପାଇପାରିବେ। ଇତିମଧ୍ୟରେ କ୍ୟାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌) ଶେଷ ହୋଇଛି। ଫଳରେ ଖେଳାଳିମାନେ ସିଧାସଳଖ ୟୁଏଇରେ ପହଞ୍ଚିବେ। କେକେଆର ଦଳରେ ଆନ୍ଦ୍ରେ ରସେଲ, ସୁନୀଲ ନାରିନ ଓ କ୍ରିସ୍‌ ଗ୍ରୀନ୍‌ ସାମିଲ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri