ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଈଶାନ୍ତ, କହିଲେ-‘ଏହି ଅଭିଶାପକୁ ଆଶୀର୍ବାଦ ଭଳି ଗ୍ରହଣ କରିଛି’..
ନୂଆଦିଲ୍ଲୀ,୨୪ା୨: ଭାରତ-ଇଲଂଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍ କ୍ରିକେଟର ଇଶାନ୍ତ ଶର୍ମାଙ୍କ କ୍ୟାରିୟରର ୧୦୦ତମ ମୁକାବିଲା ହେବ। କୌଣସି ଖେଳାଳି ପାଇଁ ଏହା ବେଶ ଗୌରବର ସମୟ। ଏହାସତ୍ତ୍ୱେ ବେଶ୍ ଖୁସି ନାହାନ୍ତି ଈଶାନ୍ତ। ଜୀବନର ବଡ଼ ମୁକାବିଲା…
ଟାଇଗର ଉଡସ୍ ଗୁରୁତର ଆହତ
ଲସ୍ ଏଞ୍ଜେଲସ୍,୨୪।୨: ଗଲ୍ଫର ଟାଇଗର ଉଡସ୍ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଡରେ ଆଘାତ ଲାଗିଛି। ଚିକିତ୍ସା ଲାଗି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏୟାର ବ୍ୟାଗ୍ ଯୋଗୁ ତାଙ୍କର ବିଶେଷ କ୍ଷତି ହୋଇ ନ ଥିବା…
ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ମୁକାବିଲା: ଜାଣନ୍ତୁ କେବେ ଆଉ କେଉଁଠି ଦେଖିପାରିବେ ଏହି ଦିବାରାତ୍ର ମ୍ୟାଚ୍
ଅହମ୍ମଦାବାଦ,୨୩।୨: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ୍ ଶେଷ ହେବା ପରେ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ଦ୍ୱିତୀୟ ଟିମ୍ ବିଷୟରେ ଜଣାପଡ଼ିବ। କାରଣ ଏଥିପାଇଁ ଭାରତକୁ ନିହାତି ପକ୍ଷେ ଗୋଟିଏ…
ଆଇଏସ୍ଏଲ୍: ନର୍ଥ ଇଷ୍ଟ ବିଜୟୀ
ମାର୍ଗାଓ,୨୪।୨: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ମଙ୍ଗଳବାର ଖେଳଯାଇଥିବା ମ୍ୟାଚ୍ରେ ନର୍ଥଇଷ୍ଟ ୟୁନାଇଟେଡ ୨-୧ ଗୋଲରେ ଇଷ୍ଟ ବେଙ୍ଗଲ୍କୁ ପରାସ୍ତ କରିଛି। ନର୍ଥଇଷ୍ଟ ତରଫରୁ ଭି.ପି. ସୁହେର ୪୮ତମ ମିନିଟ୍ରେ ଗୋଲ ଦେଇଥିଲେ। ୫୫ ମିନିଟ୍ରେ ଇଷ୍ଟ ବେଙ୍ଗଲର ସାର୍ଥକ ଗୋଲୁଇଙ୍କ…
ବିଜୟ ହଜାରେ ଟ୍ରଫି: ବିହାର ଖେଳାଳି କୋଭିଡ୍ ପଜିଟିଭ୍
ମୁମ୍ବାଇ, ୨୪।୨ (ପି.ଟି.)-ବିଜୟ ହଜାରେ ଟ୍ରଫିରେ ବିହାରର ଜଣେ ଖେଳାଳି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପରେ ଦଳର ଅନ୍ୟ ଖେଳାଳିମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଛି। କରୋନା ସଂକ୍ରମିତ ଖେଳାଳି ଏବେ ବେଙ୍ଗାଲୁରୁରେ ଅଛନ୍ତି। ତାଙ୍କୁ ବର୍ତ୍ତମାନ ଅନ୍ୟ ଖେଳାଳିଙ୍କଠାରୁ ପୃଥକ୍…
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଥରଙ୍ଗା
କଲମ୍ବୋ, ୨୪।୨(ପି.ଟି.)-ଶ୍ରୀଲଙ୍କାର ଭେଟେରାନ ଓପନର ଉପୁଲ ଥରଙ୍ଗା ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ତାଙ୍କ ୧୫ବର୍ଷ କ୍ୟାରିୟରରେ କିଛି ସମୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି। ୩୬ବର୍ଷୀୟ ଥରଙ୍ଗା ହେଉଛନ୍ତି ଜଣେ ବାମହାତୀ ବ୍ୟାଟ୍ସମ୍ୟାନ। ଶ୍ରୀଲଙ୍କା…
ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍ କ୍ରିକେଟ: ଭୁବନେଶ୍ୱର ‘ଏ’ ଚାମ୍ପିୟନ
ଭୁବନେଶ୍ୱର, ୨୪।୨ (କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ ଆନ୍ତଃଜିଲା କ୍ରିକେଟ ଟୁର୍ନାମେଣ୍ଟରେ ଭୁବନେଶ୍ୱର ‘ଏ’ ଚାମ୍ପିୟନ ହୋଇଛି। ମଙ୍ଗଳବାର ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଫାଇନାଲରେ ଭୁବନେଶ୍ୱର ‘ଏ’ ଦଳ ୬ ଉଇକେଟରେ କଟକ…
ଜାତୀୟ ଲେଗ୍ କ୍ରିକେଟ: ଓଡ଼ିଶା ଚାମ୍ପିୟନ
ଭୁବନେଶ୍ୱର, ୨୪।୨(କ୍ରୀଡ଼ା ପ୍ରତିନିଧି)-ଉତ୍ତର ପ୍ରଦେଶର ମଥୁରାରେ ମଙ୍ଗଳବାର ଉଦ୍ଯାପିତ ୯ମ ଜାତୀୟ ଲେଗ୍ କ୍ରିକେଟରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଛି। ଚନ୍ଦନ ରାୟଙ୍କ ନେତୃତ୍ୱାଧୀନ ଓଡ଼ିଶା ଫାଇନାଲରେ ଦିଲ୍ଲୀକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୮ ଓଭରରେ ୧୬୩…
ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ୱେ ଏହି କ୍ରିକେଟରଙ୍କୁ ଦିନିକିଆ-ଟି୨୦ ଟିମ୍ରେ ମିଳୁନି ଜାଗା, କାହିଁକି ବୋଲି ପ୍ରଶ୍ନ ଉଠାଇଲେ ଗମ୍ଭୀର
ନୂଆଦିଲ୍ଲୀ,୨୩।୨: ଉଲ୍ଲେଖନୀୟ ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଅଣଦେଖା କରାଯାଉଛି। ଦିନିକିଆ ଏବଂ ଟି୨୦ ଅନ୍ତରାଷ୍ଟ୍ରୀୟ ଟିମ୍ରୁ ବାହାର କରାଯାଇଛି। ଏବେର ଫର୍ମକୁ ଦେଖିଲେ ଏହା ଉଚିତ ନୁହେଁ ବୋଲି କହିଛନ୍ତି କ୍ରିକେଟ ବିଶେଷଜ୍ଞ ଏବଂ ପୂର୍ବ କ୍ରିକେଟର…
ଦିବାରାତ୍ର ଟେଷ୍ଟ ପୂର୍ବରୁ ଏମିତି କହିଲେ କୋହଲି
ଅହମ୍ମଦାବଦ୍, ୨୩।୨ : ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବା ହେଲେ ଭାରତୀୟ ଦଳକୁ ଚଳିତ ଇଂଲଣ୍ଡ ବିପକ୍ଷ ସିରିଜ୍ର ବଳକା ଦୁଇଟି ଟେଷ୍ଟରୁ ଗୋଟିଏ ମ୍ୟାଚ୍ ଜିତିବାକୁ ପଡ଼ିବ। ଅନ୍ୟ ମ୍ୟାଚ୍କୁ ଅତିକମ୍ରେ ଡ୍ର’…
ଆଇପିଏଲ୍ ଖେଳିବେନି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍! ଏଭଳି ହେଉଛିି ଚର୍ଚ୍ଚା
ନୂଆଦିଲ୍ଲୀ,୨୩।୨: ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ବେଶ୍ ଲୋକପ୍ରିୟ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ଓ୍ବାର୍ନର। ସେ ନିଜ ଦମ୍ରେ ମ୍ୟାଚ୍ର କାୟା ପରିବର୍ତ୍ତିତ କରିଦେଇଥାନ୍ତି। ହେଲେ ସେ ଅନେକ ସମୟରେ ଆଘାତ ସମସ୍ୟା ଦେଇ ଗତି କରିଥାନ୍ତି। ଏଥିପାଇଁ ତାଙ୍କୁ ବାଧ୍ୟହୋଇ…
ଶତକ ମାରିବା ପରେ ଖୁସି ହେବା ବଦଳରେ ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଲେ ଏହି କ୍ରିକେଟର: କାରଣ ଜାଣିଲେ…
ନୂଆଦିଲ୍ଲୀ,୨୩।୨: ଗତ ଜାନୁୟାରୀରେ ଭାରତୀୟ ଅଲରାଉଣ୍ଡର ବ୍ରଦର୍ସ ଯୋଡ଼ି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡା ବାପାଙ୍କୁ ହରାଇଛନ୍ତି। ଉଭୟ ବାପା ହିମାଶୁଂ ପାଣ୍ଡ୍ୟାଙ୍କ ବେଶ ନିକଟତର ଥିଲେ। ଏଥିଯୋଗୁ ଏଯାବତ ସେମାନେ ବାପାଙ୍କ ନିଧନକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ନିକଟରେ…

