Posted inଖେଳ

ଚେନ୍ନାଇ ଦଳ: ହାଜେଲଉଡ୍‌ଙ୍କ ବଦଳରେ ବେହରେନଡର୍ଫ ସାମିଲ

ମୁମ୍ବାଇ,୧୦।୪(ପି.ଟି.): ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜୋଶ ହାଜେଲଉଡ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରିଯିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ଅଦଳବଦଳ ହୋଇଛି। ହାଜେଲଉଡ୍‌ଙ୍କ ବଦଳରେ ଅନ୍ୟତମ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜାସନ ବେହରେନଡର୍ଫଙ୍କୁ ଚେନ୍ନାଇ ଦଳରେ ସାମିଲ କରାଯାଇଛି। ଆଇପିଏଲ୍‌ ଆୟୋଜକ ଏ ନେଇ ସୂଚନା ଦେଇଛନ୍ତି। ବାମହାତୀ ଦ୍ରୁତ ବୋଲର ବେହରେନଡର୍ଫ ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ୧୧ଟି ଦିନିକିଆ ଓ ୭ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଦ୍ୱିତୀୟଥର ପାଇଁ ସେ ଆଇପିଏଲ୍‌ ଖେଳିବାକୁ ଯାଉଛନ୍ତି। ପୂର୍ବରୁ ସେ ୨୦୧୯ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରତିନିଧିତ୍ୱ କରିଥିଲେ। ୫ଟି ମ୍ୟାଚ୍‌ ଖେଳି ସେ ୫ଟି ଉଇକେଟ ହାସଲ କରିଥିଲେ।
ଆଶେସ୍‌ ଓ ଭାରତରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ନିଜକୁ ପ୍ରସ୍ତୁତ କରିବା ପାଇଁ ହାଜେଲଉଡ ଆଇପିଏଲ୍‌ରୁ ଓହରିଯାଇଛନ୍ତି। ଗତ ସଂସ୍କରଣରେ ୩୦ ବର୍ଷୀୟ ହାଜେଲଉଡ୍‌ ଚେନ୍ନାଇ ପାଇଁ ୩ଟି ମ୍ୟାଚ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେପ୍‌ ଭର୍ଡିକୁ ଶକ୍ତ ଧକ୍କା: ଅଧିନାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ସିଆଟେଲ,୨୯ା୬: ଫିଫା ବିଶ୍ୱକପ୍‌ରେ ସଭିଙ୍କୁ ଚକିତ କରି ନକ୍‌ଆଉଟ୍‌ରେ ପ୍ରବେଶ କରିଛି କେପ୍‌ ଭର୍ଡି । କେପ୍‌ ଭର୍ଡି ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନାକୁ…

ହଠାତ୍‌ ଭାବପ୍ରବଣ ହେଲେ ସୂର୍ଯ୍ୟକୁମାର: ଲେଖୁ ଲେଖୁ ଲେଖିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ନିକଟରେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ହାରିଛି। ନୂତନ ଟି-୨୦ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏହା କୌଣସି…

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆୟର୍ଲାଣ୍ଡକୁ ଲାଗିଲା ଶକ୍ତ ଝଟ୍‌କା

ନୂଆଦିଲ୍ଲୀ,୨୯।୬: ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ଜିତି ଆୟର୍ଲାଣ୍ଡ ସିରିଜ କବ୍ଜା କରିଥିଲା। ପ୍ରଥମ ଥର ପାଇଁ ଆୟର୍ଲାଣ୍ଡ କୌଣସି ଫର୍ମାଟରେ ଟିମ ଇଣ୍ଡିଆ ବିପକ୍ଷରେ ସିରିଜ…

ଟିମ ଇଣ୍ଡିଆ ଆୟରଲ୍ୟାଣ୍ଡ ବିପକ୍ଷରେ ସିରିଜ ହାରିବାର ଅସଲ କାରଣ କହିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ଆୟରଲ୍ୟାଣ୍ଡ ଗସ୍ତରେ ନିରାଶାର ସମ୍ମୁଖୀନ ହୋଇଥିଲା, ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଥିଲା। ବେଲଫାଷ୍ଟରେ ପ୍ରଥମ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ବୟାନ ଦେଲେ ସୁନୀଲ ଗାଭାସ୍କର, ଗମ୍ଭୀରଙ୍କୁ କଲେ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୨୯।୬: ଭାରତୀୟ କ୍ରିକେଟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଛି। ଏହା ପ୍ରଥମ ଥର ପାଇଁ…

ସିରିଜ୍ ହାରିବା ପରେ ଗୌତମ ଗମ୍ଭୀରଙ୍କୁ ଟ୍ରୋଲ୍ କଲା ଆଇସଲାଣ୍ଡ କ୍ରିକେଟ୍,ଭାଇରାଲ ହେଉଛି ପୋଷ୍ଟ

ନୂଆଦିଲ୍ଲୀ,୨୯।୬: ଭାରତ ବିପକ୍ଷରେ ଆୟର୍ଲାଣ୍ଡ କ୍ଲିନ ସୁଇପ କରିଛି । ଅନ୍ତିମ ଅନ୍ତର୍ଜାତୀୟ ଟି ୨୦ କ୍ରିକେଟ ମ୍ୟାଚରେ ଆୟର୍ଲାଣ୍ଡ ଏକ ରନରେ ଭାରତକୁ ପରାଜୟ କରିଛି…

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

ଟି୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ

ଲଣ୍ଡନ, ୨୮।୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ଅଭିଯାନ ଶେଷ ହୋଇଛି। ରବିବାର ଅନୁଷ୍ଠିତ ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri