ଆଜିଠୁ ଆଇପିଏଲ୍‌: ଟାଇଟଲ୍‌ ପାଇଁ ଲଢ଼ିବେ ଏହି ୮ ଅଧିନାୟକ; ଜାଣନ୍ତୁ କିଏ ବୟସରେ…

ନୂଆଦିଲ୍ଲୀ,୯।୪: ଆଇପିଏଲ୍‌ ୨୦୨୧ରେ ପୁଣି ଥରେ ଟାଇଟଲ ହାସଲ ପାଇଁ ୮ ଟି ଦଳ ପରସ୍ପର ମୁହାଁମୁହିଁ ହେବେ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଆଇପିଏଲ୍‌ର ଏହି ନୂତନ ସିଜନରେ ୨୩ ବର୍ଷୀୟ ରିଷଭ ପନ୍ତ ସବୁଠାରୁ କନିଷ୍ଠ ଅଧିନାୟକ ଭାବେ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ସେହିଭଳି ଅନ୍ୟ ଦଳର ଅଧିନାୟକ ଏବଂ ତାଙ୍କର ବୟସ ବିଷୟରେ ଆସନ୍ତୁ ଜାଣିବା।

୧-ମହେନ୍ଦ୍ର ସିଂ ଧୋନୀ (ଚେନ୍ନାଇ ସୁପର କିଙ୍ଗସ) – ବୟସ ୩୯ ବର୍ଷ ୨୭୬ ଦିନ
୨-ଇଏନ ମୋର୍ଗାନ (କୋଲକାତା ନାଇଟ ରାଇଡର୍ସ) – ବୟସ ୩୪ ବର୍ଷ ୨୧୧ ଦିନ
୩-ଡେଭିଡ ୱାର୍ନର (ସନରାଇଜର୍ସ ହାଇଦ୍ରାବାଦ) – ବୟସ ୩୪ ବର୍ଷ ୧୬୪ ଦିନ
୪-ରୋହିତ ଶର୍ମା (ମୁମ୍ବାଇ ଇଣ୍ଡିଆନ୍ସ) – ବୟସ ୩୩ ବର୍ଷ ୩୪୪ ଦିନ
୫-ବିରାଟ କୋହଲି (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) – ବୟସ ୩୨ ବର୍ଷ ୧୫୫ ଦିନ
୬-କେ.ଏଲ ରାହୁଲ (ପଞ୍ଜାବ କିଙ୍ଗସ) – ବୟସ ୨୮ ବର୍ଷ ୩୫୬ ଦିନ
୭-ସଞ୍ଜୁ ସାମସନ (ରାଜସ୍ଥାନ ରୟାଲ୍ସ) – ବୟସ ୨୬ ବର୍ଷ ୧୪୯ ଦିନ
୮-ରିଷଭ ପନ୍ତ (ଦିଲ୍ଲୀ ରାଜଧାନୀ) – ବୟସ ୨୩ ବର୍ଷ ୧୮୭ ଦିନ

ଏଯାବତର ଆଇପିଏଲ୍‌ ଇତିହାସରେ ଯୁବ ଅଧିନାୟକ ବିଷୟରେ କତା ହେଲେ ବିରାଟ କୋହଲିଙ୍କ ନାମ ପ୍ରଥମରେ ଆସିବ। କାରଣ ସେ ୨୨ ବର୍ଷ ୧୮୭ ଦିନ ବୟସରେ ଆର୍‌ସିବିର ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ତେବେ ଏବେ ପର୍ଯ୍ୟନ୍ତର ପାଞ୍ଚଜଣ କନିଷ୍ଠ ଅଧିନାୟକ ହେଉଛନ୍ତି:

୧. ବିରାଟ କୋହଲି – ୨୨ ବର୍ଷ ୧୮୭ ଦିନ
୨. ଷ୍ଟିଭ ସ୍ମିଥ – ୨୨ ବର୍ଷ ୩୪୪ ଦିନ
୩. ସୁରେଶ ରାଇନା – ୨୩ ବର୍ଷ ୧୧୨ ଦିନ
୪. ଶ୍ରେୟାସ ଆୟାର – ୨୩ ବର୍ଷ ୧୪୧ ଦିନ
୫. ରିଷଭ ପନ୍ତ – ୨୩ ବର୍ଷ ୧୪୪ ଦିନ


Enter your email to get our daily news in your inbox.

All Right Reserved By Dharitri.Com

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?