Posted inଖେଳ

ସବୁଠାରୁ ବୟସ୍କ-ଯୁବ ଅଧିନାୟକ ଭିତରେ ଆଜି ଲଢ଼େଇ; ଏସବୁ ଖେଳାଳିଙ୍କ…

ନୂଆଦିଲ୍ଲୀ,୧୦।୪: ଶନିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହେବେ। ସବୁଠାରୁ ଯୁବ ଅଧିନାୟକ ରିଷଭ ପନ୍ତଙ୍କ ସହ ସବୁଠାରୁ ବୟସ୍କ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମଧ୍ୟରେ ଏହି ମୁକାବିଲା ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ୟୁଏଇରେ ଖେଳାଯାଇଥିବା ଗତ ଆଇପିଏଲ୍‌ ସିଜିନରେ ଉପବିଜେତା ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)। ଚଳିତ ଥର ନିୟମିତ ଅଧିନାୟକ ଶ୍ରେୟାସ ଆୟାରଙ୍କ ଅନୁପସ୍ଥିତି ସତ୍ତ୍ୱେ ପନ୍ତଙ୍କ ନେତୃତ୍ୱରେ ଦଳ ଭଲ ଖେଳିପାରେ।

ନିକଟରେ ପନ୍ତ ସିଏସ୍‌କେ ବିପକ୍ଷ ମ୍ୟାଚ୍‌ରେ ଧୋନୀଙ୍କଠାରୁ ମିଳିଥିବା ସମସ୍ତ ଶିକ୍ଷାକୁ ବ୍ୟବହାର କରିବେ ବୋଲି କହିଥିଲେ। ଅଧିନାୟକ ଭାବେ ଧୋନୀଙ୍କ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବା ଭଲ ଅନୁଭବ ହେବ। କାରଣ ତାଙ୍କଠାରୁ ବହୁତ କିଛି ଶିଖିଛି। ନିଜ ଅନୁଭବ ସହ ଗୁରୁ ଭାବେ ତାଙ୍କଠାରୁ ମିଳିଥିବା ଶିକ୍ଷାକୁ ନେଇ ଖେଳିବୁ ବୋଲି ସେ କହିଥିଲେ।

ତେବେ ଏହି ମ୍ୟାଚ୍‌ରେ ଦିଲ୍ଲୀ ପକ୍ଷରୁ ପୃଥ୍ବୀ ଶ ଏବଂ ଶିଖର ଧଓ୍ବନ ଓପନିଂ କରିପାରନ୍ତି। ଏହାଛଡ଼ା ପନ୍ତ ନିଜେ ଭଲ ଫର୍ମରେ ଅଛନ୍ତି। ବୋଲିଂରେ ଈଶାନ୍ତ ଶର୍ମା, ଉମେଶ ଯାଦ, କ୍ରିସ ବୋକ୍ସ ଏବଂ ଏନ୍‌ରିଚ ନୋର୍କିୟା ପ୍ରମୁଖ ଖେଳାଳି ଅଛନ୍ତି। ଅପରପକ୍ଷେ ଚେନ୍ନାଇ ଟିମ୍‌ରେ ସୁରେଶ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଶୀର୍ଷକ୍ରମରେ ଋତୁରାଜ ଗାୟକଓ୍ବାଡ, ଫାଫ ଡୁ ପ୍ଲେସି ପ୍ରମୁଖ ଅଛନ୍ତି। ବୋଲିଂରେ ଶାର୍ଦ୍ଦୁଳ ଠାକୁର ପ୍ରଭାବିତ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ଥରେ ବଦଳିଲେ ଶ୍ରୀଲଙ୍କା ଦଳର ଅଧିନାୟକ

କଲମ୍ବୋ,୧୨।୫: ଶ୍ରୀଲଙ୍କାର ଦିନିକିଆ ଦଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଅଧିନାୟକ ଦିମୁଥ କରୁଣାରତ୍ନେ, ଅଭିଜ୍ଞ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ଓ ଦୀନେଶ ଚଣ୍ଡିମାଲଙ୍କୁ ଦଳରେ...

ଭାରତୀୟ ଦଳର ଫିଲ୍ଡିଂ କୋଚ୍‌ ପାଇଁ ଆବେଦନ କଲେ ଜଣ୍ଟି ରୋଡ୍ସ

ମୁମ୍ବାଇ, ୨୫।୭ (ପି.ଟି.)- ଦକ୍ଷିଣ ଆଫ୍ରିକା ପୂର୍ବତନ କ୍ରିକେଟର୍‌ ତଥା ନବେ ଦଶକରେ ବିଶ୍ୱର ଶ୍ରେଷ୍ଠ ଫିଲ୍ଡର ବିବେଚିତ ହୋଇଥିବା ଜଣ୍ଟି ରୋଡ୍ସ ଭାରତୀୟ ଦଳର...

ଗର୍ଲଫ୍ରେଣ୍ଡଙ୍କ ସହ ଶାରୀରିକ ସମ୍ପର୍କ ନେଇ ଏମିତି କହିଲେ ରୋନାଲ୍ଡୋ

ମାଡ୍ରିଡ୍‌,୧୮।୯: ବର୍ତ୍ତମାନ ବିଶ୍ୱ ଫୁଟ୍‌ବଲର ଶ୍ରେଷ୍ଠ ଖେଳାଳି ବିବେଚିତ ହେଉଥିବା କ୍ରିଷ୍ଟିଆନୋ ରୋନାଲ୍ଡୋ ନିଜ ମଡେଲ ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗୁଏଜଙ୍କ ସମ୍ପର୍କରେ ଏମିତି ଏକ ମନ୍ତବ୍ୟ...

ମହମୁଦୁଲ୍ଲାଙ୍କୁ କରୋନା

ଢାକା: କୋଭିଡ୍‌ ଟେଷ୍ଟରେ ବାଂଲାଦେଶର ଅନ୍ତର୍ଜାତୀୟ ଟି୨୦ ଅଧିନାୟକ ମହମୁଦୁଲ୍ଲାଙ୍କର ପଜିଟିଭ ଆସିଛି। ଫଳରେ ସେ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ର ପ୍ଲେଅଫ୍‌ ଖେଳିବାରୁ ବଞ୍ଚତ୍ତ...

ପ୍ରେସିଡେଣ୍ଟ କପ୍‌ ସେମିରେ ବିଧୁରି

ନୂଆଦିଲ୍ଲୀ, ୨୫।୭ (ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ବକ୍ସର ଗୌରବ ବିଧୁରି (୫୬ କିଗ୍ରା) ଫିଲିପାଇନ୍ସଠାରେ ଚାଲିଥିବା ପ୍ରେସିଡେଣ୍ଟ କପ୍‌ ସେମିଫାଇନାଲରେ...

ଶିଖର ଧାୱନଙ୍କୁ ମିଳିଲା ପୁଣି ନୂଆ ଦାୟୀତ୍ୱ

ଚଣ୍ଡିଗଡ଼,୪।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୩ ସଂସ୍କରଣ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ହଟାଇ ତାଙ୍କ ସ୍ଥାନରେ ଶିଖର ଧାୱନଙ୍କୁ ନୂତନ ଅଧିନାୟକ...

କିକ୍ରେଟର ମୁଥେୟା ମୁରଲିଧରନଙ୍କ ବାୟୋପିକ୍‌ରେ ନଜର ଆସିବେ ସାଉଥ୍‌ ଷ୍ଟାର ବିଜୟ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଛି। ନେତାଙ୍କ ଠାରୁ ଆରମ୍ଭ କରି କ୍ରିକ୍ରେଟରଙ୍କ ଜୀବନିକୁ ନେଇ ଫିଲ୍ମ ତିଆରି କରାଯାଉଛି। ଭାରତୀୟ କ୍ରିକେଟର...

କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ୍‌: ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ସ୍ଥଗିତ

କଲମ୍ବୋ,୨୭।୭: ମଙ୍ଗଳବାର ଖେଳାଯିବାକୁ ଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି -୨୦ ମ୍ୟାଚ ସ୍ଥଗିତ ରଖାଯାଇଛି। ଭାରତୀୟ କ୍ରିକେଟର କ୍ରୁନାଲ ପାଣ୍ଡ୍ୟା କରୋନା...

Advertisement
Archives

Model This Week