Posted inଖେଳ

ଟୋକିଓରେ ଜରୁରିକାଳୀନ ପରିସ୍ଥିତି, ବିନା ଦର୍ଶକରେ ଅଲିମ୍ପିକ୍ସ

ଟୋକିଓ, ୯ା୭ (ଏପି)- ଟୋକିଓ ଅଲିମ୍ପିକ୍ସରେ ଦର୍ଶକଙ୍କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଗୁରୁବାର ଜରୁରିକାଳୀନ ପରିସ୍ଥିତି ଜାରି ପରେ ଅଲିମ୍ପିକ ମନ୍ତ୍ରୀ ତାମାୟୋ ମାରୁକାଓ୍ବା ଏକ ଜାପାନିଜ ନ୍ୟୁଜ ଏଜେନ୍ସିକୁ ଏହା କହିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଓ ଜାପାନର ଆୟୋଜକଗଣ ତରଫରୁ ମିଳିତ ଭାବେ ନିଷ୍ପତ୍ତି ନିଆଯାଇଛି। ଫଳରେ ଏଥର ଗେମ୍ସ ଏକ ଟିଭି ଇଭେଣ୍ଟରେ ପରିଣତ ହୋଇଛି। କିଛିମାସ ପୂର୍ବରୁ ବିଦେଶୀ ଦର୍ଶକଙ୍କ ଉପରେ କଟକଣା ଜାରି ହୋଇସାରିଛି। ଜାପାନ ପ୍ରଧାନମନ୍ତ୍ରୀ ୟୋଶିଦେ ସୁଗା ସ୍ପଷ୍ଟ କରିଛନ୍ତି ଯେ ଇନ୍‌ଡୋର ହେଉ ଅବା ଆଉଟ୍‌ଡୋର୍‌ ବିନା ଦର୍ଶକରେ ପ୍ରତିଯୋଗିତା ହେବ। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସଭାପତି ଥୋମାସ ବ୍ୟାକ୍‌ ଗୁରୁବାର ଟୋକିଓରେ ପହଞ୍ଚତ୍ବା ପୂର୍ବରୁ ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜାପାନ ପ୍ରଧାନମନ୍ତ୍ରୀ ସୁଗା ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି। ଏହା ଆସନ୍ତା ସୋମବାରଠାରୁ ଲାଗୁ ହେବ ଏବଂ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଅଲିମ୍ପିକ୍ସ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବାରୁ ଯାହା ଜଣାପଡ଼ୁଛି ଟୋକିଓ ଗେମ୍ସ ଜରୁରିକାଳୀନ ପରିସ୍ଥିତି ମଧ୍ୟରେ ହିଁ ଆୟୋଜିତ ହେବ। ପାରାଲିମ୍ପିକ୍ସ କିନ୍ତୁ ଅଗଷ୍ଟ ୨୪ରୁ ହେବାର କାର୍ଯ୍ୟକ୍ରମ ରହିଛି। ଦେଶକୁ ଡେଲ୍‌ଟା ଷ୍ଟ୍ରେନ୍‌ ସଂକ୍ରମଣରୁ ବଞ୍ଚାଇବା ଲାଗି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଜରୁରିକାଳୀନ ପରିସ୍ଥିତି ଜାରି କରିବାକୁ ପଡ଼ିଛି ବୋଲି ସୁଗା କହିଛନ୍ତି। ବ୍ୟାକ୍‌ ଗୁରୁବାର ଅପରାହ୍ନରେ ଟୋକିଓର ହାନେଦା ବିମାନବନ୍ଦରରେ ଅବତରଣ କରିଥିଲେ। ଯଥାସମ୍ଭବ କ୍ୟାମେରାକୁ ଏଡାଇଯାଇଥିଲେ। ବିମାନ ବନ୍ଦରରୁ ସହରର କେନ୍ଦ୍ର ସ୍ଥଳରେ ରହିଥିବା ଏକ ୫ ତାରକା ହେଟେଲକୁ ଯାଇଥିଲେ, ଯେଉଁଠାରେ କି ଅଲିମ୍ପିକ କମିଟି ଗେମ୍ସ ମୁଖ୍ୟାଳୟ ରହିଛି। ସେଠାରେ ସେ ୩ ଦିନ ଆଇସୋଲେଶନରେ ରହିବେ। ମହାମାରୀ ସମୟରେ ଗେମ୍ସ ଆୟୋଜନକୁ ଜାପାନ ବାସିନ୍ଦା ଓ ଦେଶର ମେଡିକାଲ କମ୍ୟୁନିଟିର ଦୃଢ଼ ବିରୋଧ ସତ୍ତ୍ୱେ ଆଇଓସି ଓ ସ୍ଥାନୀୟ ଆୟୋଜକଗଣ ଗେମ୍ସ ଆୟୋଜନ ନେଇ ବଦ୍ଧପରିକର। ଜରୁରିକାଳୀନ ପରିସ୍ଥିତି ଜାରିହେବା ଦ୍ୱାରା ବାର୍‌, ରେସ୍ତୋରଁା ଓ କାରାଓକ୍‌ ପାର୍ଲରଗୁଡ଼ିକୁ ବନ୍ଦ ରଖିବା ଲାଗି ଅନୁରୋଧ କରାଯିବ। ଫଳରେ ଲୋକେ ପାର୍ଟି ଅବା ମଦ୍ୟ ପରିବେଷଣ ସହ ଅଲିମ୍ପିକ ସମ୍ପର୍କିତ ଖୁସି ଉତ୍ସବ ପାଳିପାରିବେ ନାହିଁ। ଟୋକିଓ ବାସିନ୍ଦାଙ୍କୁ ଘରେ ରହି ଟିଭି ଜରିଆରେ ଗେମ୍ସ ଦେଖିବା ଲାଗି ଅନୁରୋଧ କରାଯିବ। ଅଲିମ୍ପିକ୍ସ ସମୟରେ ଡ୍ରିଙ୍କ୍ସ ପାର୍ଟିରୁ ଲୋକମାନଙ୍କୁ ରୋକାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନୋରିଶା ତାମୁରା କହିଛନ୍ତି। ବର୍ତ୍ତମାନ ଚାଲିଥିବା ଜରୁରିକାଳୀନ ପରିସ୍ଥିତିର ଅବଧି ରବିବାର ଶେଷ ହେଉଛି। ଗୁରୁବାର ଟୋକିଓରେ ୮୯୬ ନୂଆ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହରେ ଏହି ସଂଖ୍ୟା ୬୭୩ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri