Posted inଖେଳ

ଟୋକିଓରେ ଜରୁରିକାଳୀନ ପରିସ୍ଥିତି, ବିନା ଦର୍ଶକରେ ଅଲିମ୍ପିକ୍ସ

ଟୋକିଓ, ୯ା୭ (ଏପି)- ଟୋକିଓ ଅଲିମ୍ପିକ୍ସରେ ଦର୍ଶକଙ୍କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଗୁରୁବାର ଜରୁରିକାଳୀନ ପରିସ୍ଥିତି ଜାରି ପରେ ଅଲିମ୍ପିକ ମନ୍ତ୍ରୀ ତାମାୟୋ ମାରୁକାଓ୍ବା ଏକ ଜାପାନିଜ ନ୍ୟୁଜ ଏଜେନ୍ସିକୁ ଏହା କହିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଓ ଜାପାନର ଆୟୋଜକଗଣ ତରଫରୁ ମିଳିତ ଭାବେ ନିଷ୍ପତ୍ତି ନିଆଯାଇଛି। ଫଳରେ ଏଥର ଗେମ୍ସ ଏକ ଟିଭି ଇଭେଣ୍ଟରେ ପରିଣତ ହୋଇଛି। କିଛିମାସ ପୂର୍ବରୁ ବିଦେଶୀ ଦର୍ଶକଙ୍କ ଉପରେ କଟକଣା ଜାରି ହୋଇସାରିଛି। ଜାପାନ ପ୍ରଧାନମନ୍ତ୍ରୀ ୟୋଶିଦେ ସୁଗା ସ୍ପଷ୍ଟ କରିଛନ୍ତି ଯେ ଇନ୍‌ଡୋର ହେଉ ଅବା ଆଉଟ୍‌ଡୋର୍‌ ବିନା ଦର୍ଶକରେ ପ୍ରତିଯୋଗିତା ହେବ। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସଭାପତି ଥୋମାସ ବ୍ୟାକ୍‌ ଗୁରୁବାର ଟୋକିଓରେ ପହଞ୍ଚତ୍ବା ପୂର୍ବରୁ ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜାପାନ ପ୍ରଧାନମନ୍ତ୍ରୀ ସୁଗା ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି। ଏହା ଆସନ୍ତା ସୋମବାରଠାରୁ ଲାଗୁ ହେବ ଏବଂ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଅଲିମ୍ପିକ୍ସ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବାରୁ ଯାହା ଜଣାପଡ଼ୁଛି ଟୋକିଓ ଗେମ୍ସ ଜରୁରିକାଳୀନ ପରିସ୍ଥିତି ମଧ୍ୟରେ ହିଁ ଆୟୋଜିତ ହେବ। ପାରାଲିମ୍ପିକ୍ସ କିନ୍ତୁ ଅଗଷ୍ଟ ୨୪ରୁ ହେବାର କାର୍ଯ୍ୟକ୍ରମ ରହିଛି। ଦେଶକୁ ଡେଲ୍‌ଟା ଷ୍ଟ୍ରେନ୍‌ ସଂକ୍ରମଣରୁ ବଞ୍ଚାଇବା ଲାଗି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଜରୁରିକାଳୀନ ପରିସ୍ଥିତି ଜାରି କରିବାକୁ ପଡ଼ିଛି ବୋଲି ସୁଗା କହିଛନ୍ତି। ବ୍ୟାକ୍‌ ଗୁରୁବାର ଅପରାହ୍ନରେ ଟୋକିଓର ହାନେଦା ବିମାନବନ୍ଦରରେ ଅବତରଣ କରିଥିଲେ। ଯଥାସମ୍ଭବ କ୍ୟାମେରାକୁ ଏଡାଇଯାଇଥିଲେ। ବିମାନ ବନ୍ଦରରୁ ସହରର କେନ୍ଦ୍ର ସ୍ଥଳରେ ରହିଥିବା ଏକ ୫ ତାରକା ହେଟେଲକୁ ଯାଇଥିଲେ, ଯେଉଁଠାରେ କି ଅଲିମ୍ପିକ କମିଟି ଗେମ୍ସ ମୁଖ୍ୟାଳୟ ରହିଛି। ସେଠାରେ ସେ ୩ ଦିନ ଆଇସୋଲେଶନରେ ରହିବେ। ମହାମାରୀ ସମୟରେ ଗେମ୍ସ ଆୟୋଜନକୁ ଜାପାନ ବାସିନ୍ଦା ଓ ଦେଶର ମେଡିକାଲ କମ୍ୟୁନିଟିର ଦୃଢ଼ ବିରୋଧ ସତ୍ତ୍ୱେ ଆଇଓସି ଓ ସ୍ଥାନୀୟ ଆୟୋଜକଗଣ ଗେମ୍ସ ଆୟୋଜନ ନେଇ ବଦ୍ଧପରିକର। ଜରୁରିକାଳୀନ ପରିସ୍ଥିତି ଜାରିହେବା ଦ୍ୱାରା ବାର୍‌, ରେସ୍ତୋରଁା ଓ କାରାଓକ୍‌ ପାର୍ଲରଗୁଡ଼ିକୁ ବନ୍ଦ ରଖିବା ଲାଗି ଅନୁରୋଧ କରାଯିବ। ଫଳରେ ଲୋକେ ପାର୍ଟି ଅବା ମଦ୍ୟ ପରିବେଷଣ ସହ ଅଲିମ୍ପିକ ସମ୍ପର୍କିତ ଖୁସି ଉତ୍ସବ ପାଳିପାରିବେ ନାହିଁ। ଟୋକିଓ ବାସିନ୍ଦାଙ୍କୁ ଘରେ ରହି ଟିଭି ଜରିଆରେ ଗେମ୍ସ ଦେଖିବା ଲାଗି ଅନୁରୋଧ କରାଯିବ। ଅଲିମ୍ପିକ୍ସ ସମୟରେ ଡ୍ରିଙ୍କ୍ସ ପାର୍ଟିରୁ ଲୋକମାନଙ୍କୁ ରୋକାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନୋରିଶା ତାମୁରା କହିଛନ୍ତି। ବର୍ତ୍ତମାନ ଚାଲିଥିବା ଜରୁରିକାଳୀନ ପରିସ୍ଥିତିର ଅବଧି ରବିବାର ଶେଷ ହେଉଛି। ଗୁରୁବାର ଟୋକିଓରେ ୮୯୬ ନୂଆ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହରେ ଏହି ସଂଖ୍ୟା ୬୭୩ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟକୁ ଶକ୍ତ ଧକ୍କା: ଆର୍‌ସିବିର ଦମ୍‌ଦାର ବିଜୟ

ଅହମଦାବାଦ, ୨୮।୪:ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଏବଂ ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର...

ଟି୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ଚୟନ ପୂର୍ବରୁ ବଡ଼ ଖବର: ଈଶାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ; ଜାଣନ୍ତୁ ମାମଲା…

ନୂଆଦିଲ୍ଲୀ,୨୮।୪: ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଚୟନ କେବେ ବି ହୋଇପାରେ। ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଏହି ଆଇସିସି ଟୁର୍ନାମେଣ୍ଟ...

ଟି-୨୦ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ପ୍ରଥମ ବୋଲର୍‌ ଭାବେ ହାସଲ କଲେ ବଡ଼ କାରନାମା

ଇସଲାମାବାଦ୍‌,୨୮।୪:ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ପାକିସ୍ତାନ ପେସ୍‌ ଶାହିନ ଆଫ୍ରିଦି ଏକ ଚମତ୍କାର ରେକର୍ଡ ସୃଷ୍ଟି କରି ଟି -୨୦ କ୍ରିକେଟ ରେ ଇତିହାସ...

ପରିବାର ସହ ପ୍ରଥମ ଆଇପିଏଲ ଫିଫ୍ଟିର ଉତ୍ସବ ପାଳିଲେ ଧ୍ରୁବ, ଭିଡିଓକୁ ମିଳୁଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୨୮।୪: ଶନିବାର ଆଇପିଏଲ ୨୦୨୪ର ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୱିକେଟ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଆଇପିଏଲ କ୍ୟାରିୟରର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ୪୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇକୁ ୧୦...

ଭାରତକୁ ଓ୍ବାର୍ଲଡ କପ ଜିତାଇ ଥିବା ଏବେ ପାକିସ୍ତାନର କୋଚ, ପିସିବି ଦେଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ପୂର୍ବରୁ ପାକିସ୍ତାନ ଦଳ ତା’ର କୋଚ ବଦଳାଇଛି । ହ୍ବାଇଟ ବଲ ଫର୍ମାଟ (ଓ୍ବାନଡେ ଏବଂ ଟି ୨୦) ରେ...

ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଏପର୍ଯ୍ୟନ୍ତ ସମସ୍ତ ଦଳ ପାଇଁ ରାସ୍ତା ଖୋଲା

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଦଳର ଚିତ୍ର ସ୍ପଷ୍ଟ ହୋଇନାହିଁ। ୧୬ ପଏଣ୍ଟ ସହ ଏକ ନମ୍ବରରେ ଥିବା...

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri