Posted inଖେଳ

୫୫ ବର୍ଷ ପରେ ଫାଇନାଲରେ ଇଂଲଣ୍ଡ

ଲଣ୍ଡନ,୯।୭: ଦୀର୍ଘ ୫୫ ବର୍ଷ ପରେ ଇଂଲଣ୍ଡ କୌଣସି ମେଜର ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ବୁଧବାର ବିଳମ୍ବିତ ରାତିରେ ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ଡେନ୍‌ମାର୍କକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ପଛରେ ଥିଲେ ମଧ୍ୟ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରି ବିଜୟୀ ହେବା ସହ ଦୀର୍ଘବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି। ରବିବାର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ଓ ଇଟାଲୀ ମୁହଁାମୁହିଁ ହେବେ। ୧୯୬୬ ବିଶ୍ୱକପ୍‌ରେ ଚାମ୍ପିୟନ ହୋଇ ଇଂଲଣ୍ଡ ପ୍ରଥମଥର ପାଇଁ କୌଣସି ଅନ୍ତର୍ଜାତୀୟ ଟାଇଟଲ ହାସଲ କରିଥିଲା। ଏହାପରେ ଇଂଲଣ୍ଡ ମଧ୍ୟ ପ୍ରଥମଥର ପାଇଁ ୟୁରୋକପ୍‌ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବ। ଏହାପୂର୍ବରୁ ଇଂଲଣ୍ଡ ବିଶ୍ୱକପ୍‌ କିମ୍ବା ୟୁରୋକପ୍‌ରେ ୪ଟି ସେମିଫାଇନାଲରେ ପରାସ୍ତ ହୋଇଥିଲା। ତେଣୁ ଏହି ବିଜୟ ଏବେ ଇଂଲଣ୍ଡ ପାଇଁ ଐତିହାସିକ ସାବ୍ୟସ୍ତ ହୋଇଛି। ୧୯୯୦, ୧୯୯୬ ଓ ୨୦୧୮ରେ ଇଂଲଣ୍ଡ ପେନାଲ୍ଟି ଶୁଟ୍‌ ଆଉଟ୍‌ରେ ୩ଟି ସେମିରେ ପରାସ୍ତ ହୋଇଥିଲା।
ଏହି ରୋମାଞ୍ଚକ ମ୍ୟାଚ୍‌ ନିର୍ଦ୍ଧାରିତ ସମୟ ସୁଦ୍ଧା ୧-୧ ଗୋଲରେ ଅମୀମାଂସିତ ରହିଥିଲା। ଫଳାଫଳ ପାଇଁ ଅତିରିକ୍ତ ସମୟକୁ ମ୍ୟାଚ୍‌ ଯାଇଥିଲା। ୧୦୪ତମ ମିନିଟ୍‌ରେ ପେନାଲ୍ଟି ପ୍ରତିହତ ହେବା ପରେ ରିବାଉଣ୍ଡ ଶଟ୍‌ ମାରି ଅଧିନାୟକ ହ୍ୟାରୀ କେନ୍‌ ବିଜୟ ସୂଚକ ଗୋଲ ସ୍କୋର କରିବା ସହ ମ୍ୟାଚ୍‌ର ହିରୋ ସାବ୍ୟସ୍ତ ହୋଇଥିଲେ। ତେବେ ପ୍ରଥମେ ଡେନ୍‌ମାର୍କ ତରଫରୁ ୩୦ତମ ମିନିଟ୍‌ରେ ମିକେଲ ଡାମ୍ସଗାର୍ଡ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାର ୯ ମିନିଟ୍‌ ପରେ ଡେନ୍‌ମାର୍କର ସାଇମନ ଜାଏରଙ୍କ ଆତ୍ମଘାତୀ ଗୋଲ ବଳରେ ମ୍ୟାଚ ୧-୧ ବରାବର ସ୍ଥିତିକୁ ଆସିଥିଲା। ଏହାପରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଏହାପରେ କେନ୍‌ ଗୋଲ ଦେଇ ଇଂଲଣ୍ଡକୁ ଅଗ୍ରଣୀ କରାଇଥିଲେ। ଆଉ ଅଧିକ ଗୋଲ ନ ହେବା ଫଳରେ ଇଂଲଣ୍ଡ ଶେଷରେ ବିଜୟୀ ହୋଇଥିଲା। ମ୍ୟାଚ୍‌ରେ ଇଂଲଣ୍ଡ ଅପେକ୍ଷାକୃତ ଅଧିକ ସମୟ ବଲ୍‌କୁ ନିଜ ପାଖରେ ରଖିଥିଲା। ସେହିପରି ଇଂଲଣ୍ଡ ଖେଳାଳିମାନେ ଅଧିକ ପାସ ଦେଇଥିଲେ ଓ ଏଥିରେ ଇଂଲଣ୍ଡର ଆକ୍ୟୁରେସି ମଧ୍ୟ ଉନ୍ନତ ଥିଲା। ଇଂଲଣ୍ଡ ଖେଳାଳିମାନେ ମଧ୍ୟ ଅଧିକ ସଂଖ୍ୟାରେ ଲକ୍ଷ୍ୟ ସ୍ଥଳକୁ ଟାର୍ଗେଟ କରିଥିଲା।
ଏହାପୂର୍ବରୁ ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ ୟୁକ୍ରେନକୁ ୪-୦ ଗୋଲରେ ପରାସ୍ତ କରିଥିଲା। ସେହିପରି ରାଉଣ୍ଡ ଅଫ୍‌ ୧୬ରେ ଇଂଲଣ୍ଡ ୨-୦ ଗୋଲରେ ଜର୍ମାନୀକୁ ହରାଇଥିଲା। ଅନ୍ୟପଟେ ଡେନ୍‌ମାର୍କ ୪-୦ ଗୋଲରେ ଓ୍ବେଲ୍ସକୁ ରାଉଣ୍ଡ ଅଫ୍‌ ୧୬ରେ ହରାଇବା ପରେ କ୍ୱାର୍ଟରରେ ଚେକ୍‌ ଗଣରାଜ୍ୟକୁ ୨-୧ ଗୋଲରେ ହରାଇ ସେମିରେ ପ୍ରବେଶ କରିଥିଲା। କୌଣସି ମେଜର ଟୁର୍ନାମେଣ୍ଟ(ୟୁରୋ/ ବିଶ୍ୱକପ୍‌)ରେ ଡେନ୍‌ମାର୍କ ପଞ୍ଚମ ଦଳ ଭାବେ ୩ଟି ବିଜୟ ଓ ୩ଟି ପରାଜୟ ବରଣ କରିଛି। ଏହାପୂର୍ବରୁ ୟୁଗୋସ୍ଲୋଭିଆ ୧୯୬୨ ବିଶ୍ୱକପ୍‌, ଅଷ୍ଟ୍ରିଆ ୧୯୭୮ ବିଶ୍ୱକପ୍‌, ବୁଲଗେରିଆ ୧୯୯୪ ବିଶ୍ୱକପ୍‌ ଓ ଇଂଲଣ୍ଡ ୨୦୧୮ ବିଶ୍ୱକପ୍‌ରେ ୩ଟି ବିଜୟ ଓ ପରାଜୟ ବରଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିପଡିଲା ସରକାରୀ ବସ୍‌, ଭିତରେ ବସିଥିଲେ ଯାତ୍ରୀ

କେସିଙ୍ଗା, ୧୬।୭(ତୁମେଶ୍ୱର ସାହୁ): ଭୁବନେଶ୍ୱରରୁ କେସିଙ୍ଗା ଦେଇ ଭବାନୀପାଟଣା ଅଭିମୁଖେ ଯାଉଥିବା ସରକାରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ସକାଳେ ବସ୍‌ଟି ପ୍ରବଳ ବର୍ଷାରେ ଭାରସାମ୍ୟ ହରାଇ…

ରାସ୍ତାରେ ଫୋନ୍‌ରେ ଗପି ଗପି ଯାଉଥିଲେ ଭାଜପା ଜିଲାଧ୍ୟକ୍ଷ, ହଠାତ୍‌ ଆସିଲା ହୃଦ୍‌ଘାତ: ଆଉ ତା’ପରେ…

ଭୋପାଳ,୧୬।୭: ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା ସଭାପତି ଲୋକେଶ ଦେହାରିଆଙ୍କ ହୃଦଘାତ ଯୋଗୁ ଆକସ୍ମିକ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଛିନ୍ଦୱାଡା ସହରର…

ଜିଦ୍‌ରେ ଅଟଳ ସୋନମ ୱାଙ୍ଗଚୁକ: କହିଲେ- ମୋତେ ଅନଶନ ଭାଙ୍ଗିବାକୁ କୁହନ୍ତୁ ନାହିଁ…

ନୂଆଦିଲ୍ଲୀ,୧୬।୭: ଜନ୍ତର-ମନ୍ତରଠାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଭୋକ ଉପବାସରେ ବସିଥିବା ସାମାଜିକ କର୍ମୀ ତଥା ଶିକ୍ଷା ସଂସ୍କାରବାଦୀ ସୋନମ ୱାଙ୍ଗଚୁକଙ୍କ ଅନଶନ ଗୁରୁବାର ୧୯ ଦିନରେ ପ୍ରବେଶ…

କେ.ସମାସିଂହାରୁ ଆସିଲା ସାଙ୍ଘାତିକ ଦୃଶ୍ୟ: ଘର କାନ୍ଥ ଭାଙ୍ଗି ଧାନ ବସ୍ତା ଟେକିନେଲା ଦନ୍ତା

କୋଲାବିରା,୧୬।୭(ସଞ୍ଜୟ ପୂଜାରୀ ): ଝାରସୁଗୁଡ଼ା ଜିଲା କୋଲାବିରା ଓ ବାଗଡିହି ବନାଞ୍ଚଳରେ ବିଗତ ୩/୪ ଦିନ ହେଲା ଗୋଟିଏ ଦନ୍ତା ହାତୀ ଘୂରି ବୁଲୁଥିବା ବେଳେ ଜନସାଧାରଣ…

ଯାହାଙ୍କୁ ଦିନେ କୋଳରେ ଧରିଥିଲେ ଲିଓନେଲ ମେସି, ଫାଇନାଲରେ ତାଙ୍କ ସହ କରିବେ ମୁକାବିଲା: ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ନୂଆଦିଲ୍ଲୀ,୧୬।୭: ୨୦୨୬ ଫିଫା ବିଶ୍ୱକପ ଫାଇନାଲ ପାଇଁ ଲାଇନ ଅପ ସ୍ଥିର ହୋଇଛି। ଟାଇଟଲ ମୁକାବିଲା ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହେବ। ପ୍ରଥମ ସେମିଫାଇନାଲ୍‌ରେ ଫ୍ରାନ୍ସକୁ…

ବିଦେଶୀ ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା ଦାବି: ଶତାଧିକ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ବିରାଟ ରାଲି

ଅମରପାଲି, ୧୬।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ନୂଆପଡା ମୌଜାରେ ନିକଟରେ ଖୋଲାଯାଇଥିବା ବିଦେଶୀ ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା…

ଝୁଲି ଝୁଲି ଆସୁଛନ୍ତି ବଡଠାକୁର, ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ

ପୁରୀ,୧୬।୭: ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ପବିତ୍ର ପହଣ୍ଡି । ଶଙ୍ଖ, ଘଣ୍ଟ, ମୃଦଙ୍ଗ ଓ “ହରିବୋଲ” ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ। ଭକ୍ତିରେ ମୁଖରିତ…

ଇତିହାସରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା-ସ୍ପେନ୍‌ ମଧ୍ୟରେ ବିଶ୍ୱକପ ଫାଇନାଲ

ଆଟଲାଣ୍ଟା, ୧୬।୭: ୭ ମିନିଟ ବ୍ୟବଧାନରେ ୨ ଗୋଲ ବଳରେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା ଏଥର ପୁଣି ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri