କ୍ରୀଡ଼ା ମହଲରେ ଶୋକ
ଚଣ୍ଡିଗଡ଼, ୨୦ା୬ (ପି.ଟି.)-ମିଲ୍ଖାଙ୍କ ଦେହାନ୍ତରେ କ୍ରୀଡ଼ା ମହଲରୁ ଶୋକବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି। ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କଠାରୁ ଆରମ୍ଭ କରି କିମ୍ବଦନ୍ତୀ ଭାରତୀୟ ସ୍ପ୍ରିଣ୍ଟର ପି.ଟି. ଉଷା ସୋସିଆଲ ମିଡିଆ ଜରିଆରେ ସେମାନଙ୍କ ଶୋକ ପ୍ରକାଶ କରିଛନ୍ତି। ମିଲ୍ଖା…
ମିଲ୍ଖାଙ୍କ ନାମରେ ଚେୟାର
ଚଣ୍ଡିଗଡ଼, ୨୦ା୬ (ପି.ଟି.)-ପଟିଆଲାସ୍ଥିତ ସ୍ପୋଟର୍ସ ୟୁନିଭର୍ସିଟିରେ ମିଲ୍ଖା ସିଂଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରାଯିବ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶନିବାର ଏହା ଘୋଷଣା କରିଛନ୍ତି। ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଜଣାଇବା ଲାଗି ଅମରିନ୍ଦର ରାଜ୍ୟ କ୍ରୀଡ଼ାମନ୍ତ୍ରୀ ରାଣା…
ମିଲ୍ଖାଙ୍କ ଓଡ଼ିଶା ଲିଙ୍କ୍: ବାରବାଟୀରେ ୨ ସ୍ବର୍ଣ୍ଣ ଜିତିଥିଲେ
ଭୁବନେଶ୍ୱର,୨୦।୬: ମିଲ୍ଖାଙ୍କ ଓଡ଼ିଶା ଲିଙ୍ଗ୍ ବହୁ ପୁରୁଣା। ଯେତେବେଳେ ସେ ତାରକା ହୋଇ ନ ଥିଲେ ମିଲ୍ଖା ଐତିହାସିକ ବାରବାଟୀ ଷ୍ଟାଡିୟମ ଟ୍ରାକ୍ରେ ଦୌଡ଼ି ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୯୫୮ରେ ବାରବାଟୀରେ ଜାତୀୟ କ୍ରୀଡ଼ା ଆୟୋଜିତ ହୋଇଥିଲା। ଏଥିରେ…
ଭାରତୀୟ କ୍ରୀଡ଼ାର ଭୀଷ୍ମ ପିତାମହ ମିଲ୍ଖା ସିଂ
ନୂଆଦିଲ୍ଲୀ,୨୦।୬: କିମ୍ବଦନ୍ତୀ ଆଥ୍ଲେଟ ତଥା ଭାରତୀୟ କ୍ରୀଡ଼ାର ଭୀଷ୍ମ ପିତାମହ ମିଲ୍ଖା ସିଂଙ୍କ ପରଲୋକରେ ଭାରତୀୟ କ୍ରୀଡ଼ାଜଗତ ସ୍ତବ୍ଧ ହୋଇଛି। ଜଣେ ଲଢୁଆ ଖେଳାଳି ଓ ବ୍ୟକ୍ତି ଭାବେ ସାରା ଦେଶରେ ଜଣାଶୁଣା ଥିବା ମିଲ୍ଖା କରୋନା ଟ୍ରାକ୍ରେ ଏତେଶୀଘ୍ର ଜୀବନ…
ଟୋକିଓ ଅଲିମ୍ପିକ୍ସ: କିମ୍ସ ପ୍ରଫେସର ସୁଦୀପ ଭାରତୀୟ ପୁରୁଷ ହକି ଦଳର ଡାକ୍ତର
ଭୁବନେଶ୍ୱର, ୨୦।୬(କ୍ରୀଡ଼ା ପ୍ରତିନିଧି)- କିମ୍ସ ପ୍ରଫେସର ଡକ୍ଟର ସୁଦୀପ ଶତପଥୀ (ଫିଜିଓଲୋଜି ଆଣ୍ଡ ସ୍ପୋଟର୍ସ ମେଡିସିନ୍) ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳର ଡାକ୍ତର ଭାବେ ନିଯୁକ୍ତ ହୋଇଛନ୍ତି। ଗତ ଏପ୍ରିଲ ୧ରୁ ୧୫ ପର୍ଯ୍ୟନ୍ତ ଆର୍ଜେଣ୍ଟିନାର ବୁଏନ୍ସ…
ୟୁରୋ କପ୍ ଫୁଟ୍ବଲ: ଇଂଲଣ୍ଡ-ସ୍କଟ୍ଲାଣ୍ଡ ମ୍ୟାଚ ଡ୍ର
ଲଣ୍ଡନ, ୨୦।୬(ଏପି)- ୟୁରୋ କପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଇଂଲଣ୍ଡ-ସ୍କଟ୍ଲାଣ୍ଡ ମ୍ୟାଚ ଗୋଲଶୂନ୍ୟ ଡ୍ର ରହିଛି। ପ୍ରିମିୟର ଲିଗ୍ର ଟପ୍ ସ୍କୋରର ହାରି କେନ୍ ଏଠାରେ ଇଂଲଣ୍ଡ ପକ୍ଷରୁ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଏକଦା ନିଜ କ୍ଲବ ଟୋଟେନହାମ୍ ଏବଂ…
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମିଲ୍ଖାଙ୍କ ଶେଷକୃତ୍ୟ ସମ୍ପନ୍ନ
ଚଣ୍ଡିଗଡ଼, ୨୦ା୬ (ପି.ଟି.)-କିମ୍ବଦନ୍ତୀ ସ୍ପ୍ରିଣ୍ଟର ମିଲ୍ଖା ସିଂଙ୍କର ଏଠାରେ ଶନିବାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶୋକାକୁଳ ପରିବେଶରେ ୯୧ବର୍ଷୀୟ ମିଲ୍ଖାଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା। ଏହି ଅବସରରେ ମିଲ୍ଖାଙ୍କ ପରିବାର ସଦସ୍ୟ ବ୍ୟତୀତ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ…
କୋପା ଆମେରିକା: ଉରୁଗୁଏକୁ ହରାଇଲା ଆର୍ଜେଣ୍ଟିନା
ସାଇ ପାଓଲୋ, ୨୦।୬(ଏ.ପି.)- କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି। ଫଳରେ ଲିଓନେଲ ମେସିଙ୍କ ଦଳ ଗ୍ରୁପ୍ ‘ଏ’ରେ ଚିଲି ସମକକ୍ଷ ୪ ପଏଣ୍ଟ ପାଇଛି। ତେବେ ଚିଲି ପ୍ରଥମ ଏବଂ…
ଖପ୍ପା ହୋଇଥିଲେ ‘ଲିଟିଲ୍ ମାଷ୍ଟର’; ଇଡେନ୍ ଗାର୍ଡେନ୍ସରେ କେବେ ଖେଳିବେ ନାହିଁ ବୋଲି ନେଇଥିଲେ ଶପଥ : କାରଣ ଜାଣିଲେ…
ନୂଆଦିଲ୍ଲୀ,୨୦।୬: ୧୯୮୪ରେ କପିଲ ଦେବ ଏବଂ ସନ୍ଦିପ ପାଟିଲ ଫର୍ମରେ ଥିବା ସତ୍ତ୍ୱେ ଉଭୟଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ରୁ ବାହାର କରିଦିଆଯାଇଥିଲା। ସେତେବେଳେ ଏହାକୁ କେହି ଗ୍ରହଣ କରିପାରି ନ ଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍ ଇଂଲଣ୍ଡ ବିପକ୍ଷରେ ଦିଲ୍ଲୀ କୋଟଲା…
ଖେଳାଇ ଦେଉନି ୟୁକେର ପାଗ
ସାଉଥାମ୍ପଟନ, ୧୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲର ପ୍ରଥମ ଦିନକୁ ବର୍ଷା ଧୋଇ ଦେବା ପରେ ପର୍ଯ୍ୟାପ୍ତ ଆଲୋକ ଅଭାବରୁ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା ଦ୍ୱିତୀୟ ଦିନ। ଶେଷରେ ୩୩.୨ ଓଭର ପୂର୍ବରୁ ଦ୍ୱିତୀୟ ଦିନର ଖେଳକୁ ରୋକି ଦିଆଯାଇଥିଲା।…
ଫଲୋଅନ୍ ପରେ ବି ମ୍ୟାଚ୍ ଛଡ଼ାଇ ଆଣିଲା ମହିଳା ଦଳ
ବ୍ରିଷ୍ଟଲ,୧୯।୬: ଫଲୋଅନ୍ ପରେ ମ୍ୟାଚ୍ ବଞ୍ଚାଇବା କଷ୍ଟକର। କିନ୍ତୁ ଇଂଲଣ୍ଡ ମାଟିରେ ଏହା କରି ଦେଖାଇଛି ଭାରତୀୟ ମହିଳା କ୍ରିକେଟ ଦଳ। ମ୍ୟାଚ୍ର ଉଭୟ ଇନିଂସରେ ଚମତ୍କାର ବ୍ୟାଟିଂ କରିଥିଲେ ଶେଫାଳି ବର୍ମା। ଶେଷକୁ ମ୍ୟାଚ୍ ବଞ୍ଚାଇବା ଲାଗି ସ୍ନେହ ରାଣା…
ତଥାପି ରେକର୍ଡ ଭାଙ୍ଗି ପାରିଲେ ନାହିଁ ପୂଜାରା
ସାଉଥାମ୍ପଟନ,୧୯।୬: ଟେଷ୍ଟ ସ୍ପେଶାଲିଷ୍ଟ ଚେତ୍ତେଶ୍ୱର ପୂଜାରା ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଅତ୍ୟନ୍ତ ଧୀମା ବ୍ୟାଟିଂ କରିଥିଲେ। ଖାତା ଖୋଲିବା ପାଇଁ ତାଙ୍କୁ ୩୫ଟି ବଲ ଖେଳିବାକୁ ପଡ଼ିଥିଲା। ୩୬ତମ ବଲରେ ନିଲ ଓ୍ବାଗନରଙ୍କୁ ପଏଣ୍ଟ ଅଞ୍ଚଳରେ ଚୌକା ଲଗାଇ…

