Posted inଖେଳ

ଦଳରେ ନେବା ପୂର୍ବରୁ ଦଶଥର ଭାବିଥିଲେ ଚୟନକର୍ତ୍ତା, ଏବେ ବିରୋଧୀ ବୋଲରଙ୍କ ସହ ଲଢ଼ୁଛନ୍ତି ସେହି ଭାରତୀୟ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୬।୮: ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳରେ କାହାକୁ କାହାକୁ ଜାଗା ମିଳିବ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା। ନେଟ୍‌ରେ ଅଭ୍ୟାସ କରୁଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ ଆହତ ହୋଇଥିଲେ। ଏହାପରେ ରୋହିତ ଶର୍ମାଙ୍କ ସହ କିଏ ଓପନିଂ କରିବ ସେ ନେଇ ଆଲୋଚନା ହୋଇଥିଲା। ଶେଷରେ ଟପ୍‌-୧୧ ଚୟନ ବେଳେ, କେଏଲ୍‌ ରାହୁଲଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ଏହି ନିଷ୍ପତ୍ତି ଠିକ୍‌ ସାବ୍ୟସ୍ତ ହୋଇଛି।

ଇଂଲଣ୍ଡ ପହଞ୍ଚିବା ପରେ ଅଭ୍ୟାସ ମ୍ୟାଚ୍‌ରେ କେଏଲ୍‌ ଶତକ ମାରିଥିଲେ। ଦୀର୍ଘଦିନରୁ ଟେଷ୍ଟ କ୍ରିକେଟ ବାହାରେ ଥିବାରୁ ନିଜକୁ ପ୍ରମାଣିତ କରିବାର ଉତ୍ସାହ ତାଙ୍କ ଭିତରେ ସ୍ପଷ୍ଟ ଦେଖାଯାଉଥିଲା। ସେ ନଟିଂହୋମ୍‌ ପିଚ୍‌ରେ ତାହାର ଝଲକ ଦେଖାଇଛନ୍ତି।
ଇଂଲଣ୍ଡକୁ ୧୮୩ ରନ୍‌ରେ ଅଲଆଉଟ୍‌ କରିବା ପରେ ଭାରତୀୟ ଟିମ୍‌ ଖେଳିବାକୁ ଓହ୍ଲାଇଥିଲା। ପ୍ରଥମେ କେଏଲ୍‌ ରୋହିତ ଶର୍ମାଙ୍କ ସହ ପ୍ରଥମ ଉଇକେଟ ପାଇଁ ୯୭ ରନ୍‌ର ଭାଗିଦାରୀ କରିଥିଲେ। ପରେ ରୋହିତ ଆଉଟ୍‌ ହୋଇଯାଇଥିଲେ। ଏହାର କିଛି ସମୟ ପରେ ଚେତେଶ୍ୱର ପୂଜାରା(୪) , ବିରାଟ କୋହଲି(୦), ଅଜିଙ୍କ୍ୟ ରାହାଣେ(୫) ରନ୍‌ କରି ଉଇକେଟ ହରାଇଥିଲେ।

ଭାରତର ଗୋଟିଏ ପରେ ଗୋଟିଏ ଉଇକେଟ ଯାଉଥିବା ବେଳେ ଇଂଲଣ୍ଡ ବୋଲର୍‌ ଜେମ୍ସ ଆଣ୍ଡରସନ ଏବଂ ଓଲି ରବିନ୍ସନଙ୍କ ବୋଲିଂ ଚିନ୍ତା ବଢ଼ାଉଥିଲା। ଏଭଳି ପରିସ୍ଥିତିରେ କେଏଲ୍‌ ପିଚ୍‌ରେ ଲଢ଼ିବା ଜାରି ରଖି ନିଜର ୧୨ତମ ଟେଷ୍ଟ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୫୧ ବଲ୍‌ଷର ୯ ଚୌକା ସହାୟତାରେ ସେ ୫୭ ରନ୍‌ର ସଂଘର୍ଷପୂର୍ଣ୍ଣ ଇନିଂସ ଖେଳି ଭାରତୀୟ ପାଳିକୁ ଆଗକୁ ବଢ଼ାଉଛନ୍ତି। ତୃତୀୟ ଦିନରେ ରିଷଭ ପନ୍ତଙ୍କ ସହ ତାଙ୍କ ଯୋଡ଼ିଠାରୁ ବହୁତ କିଛି ଆଶା ରହିବ। ଉଭୟ ପ୍ରଥମ ଇନିଂସକୁ କେତେ ଦୂର ନେଉଛନ୍ତି ତାହା ଦେଖିବାକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ପୂର୍ବରୁ ୩ଥର କରୋନା ଟେଷ୍ଟ କଲେ ଡି ଭିଲର୍ସ

ଦୁବାଇ, ୩୧।୮: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ଆଇପିଏଲ୍‌...

ଶତକ ସହ ବଟ୍‌ଲରଙ୍କ ରେକର୍ଡ ଭାଙ୍ଗିଲେ ଗ୍ଲେନ ମ୍ୟାକ୍ସଓ୍ବେଲ

ମାଞ୍ଚେଷ୍ଟର୍‌, ୧୭।୯: ଘରୋଇ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୩ ଉଇକେଟ୍‌ରେ ଜିତିନେଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଜନ୍ନୀ...

ଦଳକୁ ଫାଇନାଲ୍‌ ନେବା ପରେ କ୍ଷମା ମାଗିଲେ ମିଲର୍‌

କୋଲକତା,୨୫।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ର ଫାଇନାଲ୍‌ରେ ପହଞ୍ଚିଛି ଗୁଜରାଟ ଟାଇଟାନ୍ସ। କୋଲକାତାର ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା କ୍ୱାଲିଫାୟାର-୧ରେ ଦଳ ରାଜସ୍ଥାନ ରୟାଲ୍ସକୁ...

ପୁରସ୍କାର ରାଶିକୁ ନେଇ ମୁହଁ ଖୋଲିଲେ ମନୋଜ ତିଓ୍ବାରୀ

କୋଲକାତା, ୧୯।୬- ଭାରତୀୟ ଘରୋଇ କ୍ରିକେଟ୍‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ରଣ୍‌ଜୀ ଟ୍ରଫିର ଗତ ସିଜନରେ ବେଙ୍ଗଲ ଦଳ ରନର୍ସଅପ୍‌ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା...

ଅନ୍‌ଫିସିଆଲ ସିରିଜ ଜିତିଲା ଭାରତ

ଆଣ୍ଟିଗୁଆ,୨୨ା୭- ରବିବାର ଖେଳାଯାଇଥିବା ଅନ୍‌ଫିସିଆଲ ଦିନିକିଆ ମ୍ୟାଚ୍‌ରେ ଭାରତ ଏ’ ଦଳ ୮ ଉଇକେଟରେ ଓ୍ବେଷ୍ଟଇଣ୍ଡିଜ ଏ’କୁ ହରାଇ ଦେଇଛି। ଏଥିସହିତ ୫ ମ୍ୟାଚ୍‌ ବିଶିଷ୍ଟ...

୧୬୪ କେଜି ଭାର ଉଠାଇଲେ ସ୍ନେହା

ଭୁବନେଶ୍ୱର, ୧୯।୪(କ୍ରୀଡ଼ା ପ୍ରତିନିଧି)- ତାସକେଣ୍ଟରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଝିଲ୍ଲୀ ଦଳବେହେରା ସ୍ବର୍ଣ୍ଣ ପଦକ ପାଇଥିବାବେଳେ ଆଉ ଜଣେ ଓଡ଼ିଆ ଯୁବତୀ ସ୍ନେହା...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଦଳ ଘୋଷଣା: ରାହୁଲଙ୍କୁ ନେଇ ଦ୍ୱନ୍ଦ୍ୱ, ରୋହିତ ଫେରିବା ସମ୍ଭାବନା, ଈଶ୍ୱରନ ଡାର୍କ ହର୍ସ

ନୂଆଦିଲ୍ଲୀ,୧୨।୯ (ପି.ଟି.)- ଆସନ୍ତାମାସ ଠାରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଗୁରୁବାର ଭାରତୀୟ ଘୋଷଣା ହେବ। ଚୟନକର୍ତ୍ତାମାନେ ବୈଠକରେ...

ଭାରତୀୟ ସୁରକ୍ଷା କର୍ମୀଙ୍କୁ ମ୍ୟାଚ୍‌ ବଲ ଦେଲେ ପାକିସ୍ତାନ କ୍ରିକେଟର

ଭିକ୍ଟୋରିଆ,୨୩।୧୨- ବିଗ୍‌ ବାଶ ଲିଗ୍‌ (ବିବିଏଲ)ରେ ମେଲବୋର୍ନ ଷ୍ଟାର୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପାକିସ୍ତାନ ବାମହାତୀ ପେସର ହାରିସ ରଫ କ୍ରିକେଟ ପ୍ରଶଂସକଙ୍କ ମନ ଜିଣି...

Advertisement
Archives

Model This Week