Posted inଖେଳ

୨୨ ବର୍ଷର କ୍ୟାରିୟର,୪୦୦ରୁ ଅଧିକ ଗୋଲ୍‌: କିଛି ଏଭଳି ଥିଲେ ଧ୍ୟାନଚାନ୍ଦ, ଯାହାଙ୍କ ପ୍ରଶଂସକ ପାଲଟିଥିଲେ ହିଟ୍‌ଲର

ନୂଆଦିଲ୍ଲୀ,୬।୮: କେନ୍ଦ୍ର ସରକାର ଶୁକ୍ରବାର ଏକ ବଡ଼ ଘୋଷଣାକ୍ରମରେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରର ନାମ ବଦଳାଇ ମେଜର ଧ୍ୟାନଚାନ୍ଦଙ୍କ ନାମରେ କରିବାକୁ ଘୋଷଣା କରିଛନ୍ତି। ‘ହକିର ଯାଦୁଗର’ ଭାବେ ଜଣାଶୁଣା ଧ୍ୟାନଚାନ୍ଦ ଭାରତୀୟ କ୍ରିଡାବିତ୍‌ଙ୍କ ପାଇଁ ପ୍ରେରଣା ରହିଆସିଛନ୍ତି। ଦୀର୍ଘ ୨୨ ବର୍ଷର କ୍ୟାରିୟରରେ ସେ ୪୦୦ରୁ ଅଧିକ ଗୋଲ୍‌ କରିଥିଲେ।

ହକିରେ ଧ୍ୟାନଚାନ୍ଦଙ୍କ ଉପଲବ୍ଧି ଭାରତୀୟ କ୍ରୀଡାଜଗତକୁ ଆଜି ବି ଗର୍ବିତ କରେ। ସେ କ୍ରମାଗତ ତିନୋଟି ଅଲିମ୍ପିକ୍‌ ଖେଳରେ ଭାରତୀୟ ହକି ଦଳକୁ ସ୍ବର୍ଣ୍ଣ ପଦକ ଦେଇଥିଲେ। ସେତେବେଳେ ଭାରତ ଏକ ସ୍ବାଧୀନ ଦେଶ ନ ଥିଲା, ବରଂ ବ୍ରିଟିଶ ଉପନିବେଶର ଅଂଶ ଥିଲା। ୧୯୨୮ରେ ଆମଷ୍ଟରଡାମ୍‌, ୧୯୩୨ରେ ଲସ୍‌ ଆଞ୍ଜେଲସ୍‌ ଏବଂ ୧୯୩୬ରେ ବର୍ଲିନ ଅଲିମ୍ପିକ୍ସରେ ହକିରେ ବ୍ରିଟିଶ ଇଣ୍ଡିଆ ଜିତିଥିବା ସ୍ବର୍ଣ୍ଣପଦକ ବର୍ତ୍ତମାନ ମଧ୍ୟ ଉଦାହରଣ ହୋଇ ରହିଛି। ଏହାର ଶ୍ରେୟ ଧ୍ୟାନଚାନ୍ଦଙ୍କୁ ଦିଆଯାଏ।

ହକିରେ ତାଙ୍କ ଯାଦୁ ଏତେ ଚାଲିଥିଲା ଯେ ସେ ‘ହକିର ଯାଦୁଗର’ ବୋଲି ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥିଲେ। ଭାରତୀୟ ହକିକୁ ଶୀର୍ଷରେ ପହଞ୍ଚାଇବା ପାଇଁ ସେ ଯେଉଁ ଉତ୍ସାହ ଦେଖାଇଥିଲେ, ତାହା ସମସ୍ତଙ୍କୁ ତାଙ୍କର ପ୍ରଶଂସକ କରାଇଥିଲା। ଏପରିକି ଜର୍ମାନର ଏକଛତ୍ରବାଦୀ ଶାସକ ହିଟ୍‌ଲର ମଧ୍ୟ ତାଙ୍କ ପ୍ରଶଂସକ ପାଲଟିଥିଲେ। କୁହାଯାଏ ଧ୍ୟାନଚାନ୍ଦଙ୍କ ଖେଳ ଦ୍ୱାରା ହିଟ୍‌ଲର ଏତେ ପ୍ରଭାବିତ ହୋଇଥିଲେ ଯେ ତାଙ୍କୁ ଜର୍ମାନର ସୈନ୍ୟବାହିନୀରେ କର୍ନେଲ ପଦବୀ ସହ ଦେଶର ନାଗରିକତ୍ୱ ମଧ୍ୟ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଧ୍ୟାନଚାନ୍ଦ। ଭାରତ ମୋର ମାତୃଭୂମି ଏବଂ ମୁଁ ସେଠାରେ ଖୁସିରେ ଅଛି ବୋଲି ସେ କହିଥିଲେ।

ଉତ୍ତରପ୍ରଦେଶର ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ ଧ୍ୟାନଚାନ୍ଦ। ପରେ ତାଙ୍କ ପରିବାର ଝାନ୍‌ସିରେ ସ୍ଥାପିତ ହୋଇଥିଲା। ବ୍ରିଟିଶ ସେନାରେ ଯୋଗ ଦେବାବେଳେ ତାଙ୍କ ବାପା ସମେଶ୍ୱର ଦତ୍ତ ମଧ୍ୟ ହକି ଖେଳିଥିଲେ। ଏପରିକି ତାଙ୍କ ସାନ ଭାଇ ରୂପ ସିଂହ ମଧ୍ୟ ହକି ଖେଳାଳି ଥିଲେ। ସେ ଅଲିମ୍ପିକରେ ଦୁଇଥର ସ୍ବର୍ଣ୍ଣ ଜିତିଥିବା ଟିମ୍‌ର ଅଂଶ ଥିଲେ। ତେବେ ଧ୍ୟାନଚାନ୍ଦ ଭାରତୀୟ ସେନାରେ ୧୯୨୧ରେ ଯୋଗ ଦେବା ପରେ ପ୍ରଥମ ଥର ପାଇଁ ହକି ଖେଳିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା।

କିଶୋର ଅବସ୍ଥାରେ ଧ୍ୟାନଚାନ୍ଦ କୁସ୍ତି ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ତାଙ୍କ ନାମରେ ଚାନ୍ଦ ଲାଗିବା ପଛର କାହାଣୀ ମଧ୍ୟ ନିଆରା। ଆରମ୍ଭରେ ତାଙ୍କ ନାମ ଧ୍ୟାନ ସିଂହ ଥିଲା। ହେଲେ ସେ ଚାନ୍ଦିନି ରାତିରେ ବହୁତ ଅଭ୍ୟାସ କରୁଥିଲେ। ଏହି କାରଣରୁ ତାଙ୍କୁ ବନ୍ଧୁମାନେ ତାଙ୍କ ନାମରେ ଚାନ୍ଦ ଯୋଡ଼ିଥିଲେ। ଯେତେବେଳେ ଧ୍ୟାନଚାନ୍ଦ ହକି ଷ୍ଟିକ୍‌ ଧରି ପଡ଼ିଆକୁ ଓହ୍ଲାଉଥିଲେ, ସେତେବେଳେ ସେ ନିଜର ଶ୍ରେଷ୍ଠ ଦେଇ ଗୋଲ୍‌ କରୁଥିଲେ।

ସେ ଖେଳିବା ସମୟରେ ହକି ଷ୍ଟିକ୍‌ ସହ ବଲ୍‌ ଚୁମ୍ବକ ଭଳି ଲାଗିଯିବା ଭଳି ମନେ ହେଉଥିଲା। ଏଥିନେଇ ହଲାଣ୍ଡରେ ଚାଲିଥିବା ଏକ ମ୍ୟାଚ୍‌ ସମୟରେ ତାଙ୍କ ବାଡ଼ିକୁ ଭାଙ୍ଗି ଚୁମ୍ବକ ଅଛି କି ଦେଖାଯାଇଥିଲା। ୧୯୭୯ ଡିସେମ୍ବର ୩ରେ ଦିଲ୍ଲୀରେ ତାଙ୍କର ମୃତ୍ୟୁ ଘଟିଥିଲା। ଧ୍ୟାନଚାନ୍ଦ ଝାନ୍‌ସୀର ଯେଉଁଠାରେ ପ୍ରଥମେ ହକି ଖେଳୁଥିଲେ, ଠିକ୍‌ ସେହିଠାରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri