Posted inଖେଳ

୨୨ ବର୍ଷର କ୍ୟାରିୟର,୪୦୦ରୁ ଅଧିକ ଗୋଲ୍‌: କିଛି ଏଭଳି ଥିଲେ ଧ୍ୟାନଚାନ୍ଦ, ଯାହାଙ୍କ ପ୍ରଶଂସକ ପାଲଟିଥିଲେ ହିଟ୍‌ଲର

ନୂଆଦିଲ୍ଲୀ,୬।୮: କେନ୍ଦ୍ର ସରକାର ଶୁକ୍ରବାର ଏକ ବଡ଼ ଘୋଷଣାକ୍ରମରେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରର ନାମ ବଦଳାଇ ମେଜର ଧ୍ୟାନଚାନ୍ଦଙ୍କ ନାମରେ କରିବାକୁ ଘୋଷଣା କରିଛନ୍ତି। ‘ହକିର ଯାଦୁଗର’ ଭାବେ ଜଣାଶୁଣା ଧ୍ୟାନଚାନ୍ଦ ଭାରତୀୟ କ୍ରିଡାବିତ୍‌ଙ୍କ ପାଇଁ ପ୍ରେରଣା ରହିଆସିଛନ୍ତି। ଦୀର୍ଘ ୨୨ ବର୍ଷର କ୍ୟାରିୟରରେ ସେ ୪୦୦ରୁ ଅଧିକ ଗୋଲ୍‌ କରିଥିଲେ।

ହକିରେ ଧ୍ୟାନଚାନ୍ଦଙ୍କ ଉପଲବ୍ଧି ଭାରତୀୟ କ୍ରୀଡାଜଗତକୁ ଆଜି ବି ଗର୍ବିତ କରେ। ସେ କ୍ରମାଗତ ତିନୋଟି ଅଲିମ୍ପିକ୍‌ ଖେଳରେ ଭାରତୀୟ ହକି ଦଳକୁ ସ୍ବର୍ଣ୍ଣ ପଦକ ଦେଇଥିଲେ। ସେତେବେଳେ ଭାରତ ଏକ ସ୍ବାଧୀନ ଦେଶ ନ ଥିଲା, ବରଂ ବ୍ରିଟିଶ ଉପନିବେଶର ଅଂଶ ଥିଲା। ୧୯୨୮ରେ ଆମଷ୍ଟରଡାମ୍‌, ୧୯୩୨ରେ ଲସ୍‌ ଆଞ୍ଜେଲସ୍‌ ଏବଂ ୧୯୩୬ରେ ବର୍ଲିନ ଅଲିମ୍ପିକ୍ସରେ ହକିରେ ବ୍ରିଟିଶ ଇଣ୍ଡିଆ ଜିତିଥିବା ସ୍ବର୍ଣ୍ଣପଦକ ବର୍ତ୍ତମାନ ମଧ୍ୟ ଉଦାହରଣ ହୋଇ ରହିଛି। ଏହାର ଶ୍ରେୟ ଧ୍ୟାନଚାନ୍ଦଙ୍କୁ ଦିଆଯାଏ।

ହକିରେ ତାଙ୍କ ଯାଦୁ ଏତେ ଚାଲିଥିଲା ଯେ ସେ ‘ହକିର ଯାଦୁଗର’ ବୋଲି ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥିଲେ। ଭାରତୀୟ ହକିକୁ ଶୀର୍ଷରେ ପହଞ୍ଚାଇବା ପାଇଁ ସେ ଯେଉଁ ଉତ୍ସାହ ଦେଖାଇଥିଲେ, ତାହା ସମସ୍ତଙ୍କୁ ତାଙ୍କର ପ୍ରଶଂସକ କରାଇଥିଲା। ଏପରିକି ଜର୍ମାନର ଏକଛତ୍ରବାଦୀ ଶାସକ ହିଟ୍‌ଲର ମଧ୍ୟ ତାଙ୍କ ପ୍ରଶଂସକ ପାଲଟିଥିଲେ। କୁହାଯାଏ ଧ୍ୟାନଚାନ୍ଦଙ୍କ ଖେଳ ଦ୍ୱାରା ହିଟ୍‌ଲର ଏତେ ପ୍ରଭାବିତ ହୋଇଥିଲେ ଯେ ତାଙ୍କୁ ଜର୍ମାନର ସୈନ୍ୟବାହିନୀରେ କର୍ନେଲ ପଦବୀ ସହ ଦେଶର ନାଗରିକତ୍ୱ ମଧ୍ୟ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଧ୍ୟାନଚାନ୍ଦ। ଭାରତ ମୋର ମାତୃଭୂମି ଏବଂ ମୁଁ ସେଠାରେ ଖୁସିରେ ଅଛି ବୋଲି ସେ କହିଥିଲେ।

ଉତ୍ତରପ୍ରଦେଶର ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ ଧ୍ୟାନଚାନ୍ଦ। ପରେ ତାଙ୍କ ପରିବାର ଝାନ୍‌ସିରେ ସ୍ଥାପିତ ହୋଇଥିଲା। ବ୍ରିଟିଶ ସେନାରେ ଯୋଗ ଦେବାବେଳେ ତାଙ୍କ ବାପା ସମେଶ୍ୱର ଦତ୍ତ ମଧ୍ୟ ହକି ଖେଳିଥିଲେ। ଏପରିକି ତାଙ୍କ ସାନ ଭାଇ ରୂପ ସିଂହ ମଧ୍ୟ ହକି ଖେଳାଳି ଥିଲେ। ସେ ଅଲିମ୍ପିକରେ ଦୁଇଥର ସ୍ବର୍ଣ୍ଣ ଜିତିଥିବା ଟିମ୍‌ର ଅଂଶ ଥିଲେ। ତେବେ ଧ୍ୟାନଚାନ୍ଦ ଭାରତୀୟ ସେନାରେ ୧୯୨୧ରେ ଯୋଗ ଦେବା ପରେ ପ୍ରଥମ ଥର ପାଇଁ ହକି ଖେଳିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା।

କିଶୋର ଅବସ୍ଥାରେ ଧ୍ୟାନଚାନ୍ଦ କୁସ୍ତି ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ତାଙ୍କ ନାମରେ ଚାନ୍ଦ ଲାଗିବା ପଛର କାହାଣୀ ମଧ୍ୟ ନିଆରା। ଆରମ୍ଭରେ ତାଙ୍କ ନାମ ଧ୍ୟାନ ସିଂହ ଥିଲା। ହେଲେ ସେ ଚାନ୍ଦିନି ରାତିରେ ବହୁତ ଅଭ୍ୟାସ କରୁଥିଲେ। ଏହି କାରଣରୁ ତାଙ୍କୁ ବନ୍ଧୁମାନେ ତାଙ୍କ ନାମରେ ଚାନ୍ଦ ଯୋଡ଼ିଥିଲେ। ଯେତେବେଳେ ଧ୍ୟାନଚାନ୍ଦ ହକି ଷ୍ଟିକ୍‌ ଧରି ପଡ଼ିଆକୁ ଓହ୍ଲାଉଥିଲେ, ସେତେବେଳେ ସେ ନିଜର ଶ୍ରେଷ୍ଠ ଦେଇ ଗୋଲ୍‌ କରୁଥିଲେ।

ସେ ଖେଳିବା ସମୟରେ ହକି ଷ୍ଟିକ୍‌ ସହ ବଲ୍‌ ଚୁମ୍ବକ ଭଳି ଲାଗିଯିବା ଭଳି ମନେ ହେଉଥିଲା। ଏଥିନେଇ ହଲାଣ୍ଡରେ ଚାଲିଥିବା ଏକ ମ୍ୟାଚ୍‌ ସମୟରେ ତାଙ୍କ ବାଡ଼ିକୁ ଭାଙ୍ଗି ଚୁମ୍ବକ ଅଛି କି ଦେଖାଯାଇଥିଲା। ୧୯୭୯ ଡିସେମ୍ବର ୩ରେ ଦିଲ୍ଲୀରେ ତାଙ୍କର ମୃତ୍ୟୁ ଘଟିଥିଲା। ଧ୍ୟାନଚାନ୍ଦ ଝାନ୍‌ସୀର ଯେଉଁଠାରେ ପ୍ରଥମେ ହକି ଖେଳୁଥିଲେ, ଠିକ୍‌ ସେହିଠାରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

ତୁମୁଡିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ପଡ଼ୋଶୀ କଳାହାଣ୍ଡି ଜିଲାରୁ ୫ଟି…

ସାଇକେଲରେ ସହର ବୁଲିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ପୋଖରୀ ସଫାକରି, ବାଣ୍ଟିଲେ ସ୍ବଚ୍ଛତାର ବାର୍ତ୍ତା   

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର) ଅହିଂସା ଓ ସତ୍ୟର ମାର୍ଗ ଦେଇ ଦେଶକୁ ସ୍ବାଧିନତା ଆଣିବାରେ ପ୍ରମୁଖ ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ…

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?