କ୍ୟାପଟେନ କୁଲଙ୍କ ଟୁଇଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍‌

ନୂଆଦିଲ୍ଲୀ,୬।୮: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ କାର୍ଯ୍ୟକଳାପ, ଫ୍ୟାଶନ ଓ ହେୟାର ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏବେ କ୍ୟାପଟେନ କୁଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ଧୋନୀଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରୁ ବ୍ଲୁ ଟିକ୍‌କୁ ହଟାଇ ଦିଆଯାଇଛି। କୁହାଯାଉଛି, ସେ ଦୀର୍ଘ ଦିନ ଧରି ନିଜ ଟୁଇଟର ବ୍ୟବହାର କରିନାହାଁନ୍ତି। ଏହି କାରଣରୁ ତାଙ୍କ ଟୁଇଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇ ଦିଆଯାଇଛି। ସୋସିଆଲ ମିଡିଆର ପ୍ରତ୍ୟେକ ପ୍ଲାଟଫର୍ମରେ ଧୋନୀ ଅଛନ୍ତି କିନ୍ତୁ ସେ ବହୁତ କମ୍‌ ସକ୍ରିୟ ରହିଥାନ୍ତି। ଧୋନୀଙ୍କ ଶେଷ ଟୁଇଟ ଜାନୁୟାରୀ ୮ରେ ରହିଥିଲା। ଏହାପରେ ସେ କୌଣସି ଟୁଇଟ କରି ନ ଥିବା ଜଣାପଡ଼ିଛି। ୨୦୧୮ଠାରୁ ସେ ଟୁଇଟରରେ ଖୁବ କମ୍‌ ଟୁଇଟ କରୁଛନ୍ତି। ଧୋନୀଙ୍କ ଟୁଇଟରରେ ପ୍ରାୟ ୮.୨ ମିଲିୟନ୍‌ ଫଲୋଅର୍ସ ଅଛନ୍ତି। ସୂଚନାଯୋଗ୍ୟ, ଧୋନୀ ଏବେ ଅନ୍ତର୍ଜାତୀୟ କ୍ରିକେଟ ଖେଳୁ ନାହାଁନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ପ୍ରାୟ ଏକ ବର୍ଷ ବିତିଗଲାଣି। ୨୦୨୦ ଜାନୁଆରୀ ୧୫ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି। ୨୦୧୯ରେ ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପରେ ନ୍ୟୁଜିଲାଣ୍ଡ ସହ ସେମିଫାଇନାଲ ପରାଜୟ ପରେ ଧୋନୀ କ୍ରିକେଟଠାରୁ ଦୂରରେ ଥିଲେ। ସେ ସେହି ସମୟରେ ଘରୋଇ ମ୍ୟାଚ ମଧ୍ୟ ଖେଳି ନ ଥିଲେ ଏବଂ ସେନା ସହ ଟ୍ରେନିଂରେ ଥିଲେ। ଏହାପରେ ତାଙ୍କୁ ଆଇପିଏଲ ୨୦୨୦ରେ ଖେଳିଥିବାର ଦେଖିବାକୁ ମିଳିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ୟଶ୍‌ଓ୍ବନ୍ତ ସିହ୍ନାଙ୍କ ସମାଲୋଚନା: ଦୁର୍ଯ୍ୟୋଧନ, ଦୁଃଶାସନଙ୍କୁ ସାବଧାନ

ନୂଆଦିଲ୍ଲୀ,୨୯ା୧୨(ପି.ଟି.): ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶ୍‌ଓ୍ବନ୍ତ ସିହ୍ନା ଶନିବାର ଭାଜପା ଉପରେ ବର୍ଷିଛନ୍ତି। ଦେଶବ୍ୟାପୀ ସିଏଏ ବିରୋଧୀ ବିକ୍ଷୋଭ ଜାରି ରହିଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ‘ଟୁକ୍‌ଡ଼େ...

ଶାହିନବାଗ ମାମଲା: ରାସ୍ତାରେ ଧାରଣା ଦେବା ଭୁଲ, କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୭।୧୦: ଦିଲ୍ଲୀର ଶାହିନବାଗ୍‌ ମାମଲା ନେଇ ସୁପ୍ରିମକୋର୍ଟ(ଏସ୍‌ସି) ବୁଧବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସରକାରଙ୍କୁ ବିରୋଧ କରି ସର୍ବସାଧାରଣ ରାସ୍ତାରେ ଧାରଣା ଦେବା ଅନ୍ୟାୟ...

କଂଗ୍ରେସକୁ ‘ବ୍ୟାଣ୍ଡ-ବାଜା’ ପାର୍ଟି କହିଲେ ଓୱାଇସି

କୋଲକାତା,୩୧ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୈତିକ ପାଣିପାଗ ସରଗରମ ହେଲାଣି । ଏଆଇଏମ୍‌ଆଇଏମ୍...

ଚାନୁଙ୍କୁ ୨ କୋଟି ଟଙ୍କା ପୁରସ୍କାର: ଚାକିରିରେ ପଦୋନ୍ନତି

ନୂଆଦିଲ୍ଲୀ,୨୮।୭(ପି.ଟି.): ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ମହିଳା ଓ୍ବେଟ୍‌ଲିଫ୍ଟର ମୀରାବାଈ ଚାନୁଙ୍କ ଉପରେ ପୁରସ୍କାର ଓଜାଡ଼ି ହୋଇପଡୁଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ...

ସଂସଦରେ ମୋଦିଙ୍କୁ ଭେଟିଲେ ଜଣେ ସ୍ବତନ୍ତ୍ର ବନ୍ଧୁ

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବହୁ ପ୍ରଶଂସକ ଥିବା ବେଳେ ମଙ୍ଗଳବାର କିନ୍ତୁ ମୋଦି ଜଣେ ସ୍ବତନ୍ତ୍ର ବନ୍ଧୁଙ୍କୁ ଭେଟିଛନ୍ତି। ସଂସଦରେ ଉପସ୍ଥିତ ଥିବା ବେଳେ...

ବେଷ୍ଟଫ୍ରେଣ୍ଡ୍‌ ହୋଇପାରନ୍ତି ଧୋନୀ-କୋହଲିଙ୍କ ଝିଅ

ପୁରୁଣା ବନ୍ଧୁ ଏବଂ ସମ୍ପର୍କ କେବେବି ଭୁଲିହୁଏ ନାହିଁ। ଏମିତି ସମ୍ପର୍କ ଭାରତର ଏବେକାର ଅଧିନାୟକ ବିରାଟ କୋହଲି ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ...

ଗଲଓ୍ବାନ ଘାଟିର ୨୦ ଶହୀଦ: ବିହାର ରେଜିମେଣ୍ଟର ସର୍ବାଧିକ ଯବାନ

ନୂଆଦିଲ୍ଲୀ, ୧୭।୬: ଭାରତ ଚାଇନା ମଧ୍ୟରେ ଲଦାଖର ଗଲଓ୍ବାନ ଘାଟିରେ ଘଟିଥିବା ହିଂସକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬...

୮୦ ବର୍ଷର ଆଇନ ଲଢ଼େଇ ପରେ ତିରୁପତି ଦେବସ୍ଥାନମ୍‌ ଟ୍ରଷ୍ଟକୁ ମିଳିଲା ୧୮୮ ଏକର ଜମି

ତିରୁପତି,୭।୯: ଆନ୍ଧ୍ରପ୍ରଦେଶରେ ଥିବା ତିରୁପତି ତିରୁମାଲା ଦେବସ୍ଥାନମ୍‌ ଟ୍ରଷ୍ଟ୍‌କୁ ୮୦ ବର୍ଷ ଆଇନ ଲଢ଼େଇ ପରେ ସଫଳତା ମିଳିଛି। ଟ୍ରଷ୍ଟକୁ ୧୮୮ ଏକର ଏବଂ ୩୨...

Advertisement
Archives

Model This Week