ପ୍ରଧାନମନ୍ତ୍ରୀ ମୋଦି ଫୋନ କରିବା ମାତ୍ରେ କାନ୍ଦିଲେ ମହିଳା ହକି ଖେଳାଳି

ଟାକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ବ୍ରିଟେନ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି ସତ ମାତ୍ର ଦଳ ୧୩୦ କୋଟି ଦେଶବାସୀଙ୍କ ହୃଦୟ ଜିତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ହକି ଦଳକୁ ଫୋନ କରି ତାଙ୍କୁ ସାନ୍ତ୍ୱନା ଦେଇଥିଲେ। ମୋଦି ଫୋନ କରିବା ମାତ୍ରେ ଖେଳାଳିମାନେ କାନ୍ଦିବାକୁ ଲାଗିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଦଳର ଖେଳାଳିଙ୍କୁ ଉତ୍ସାହିତ କରି କହିଥିଲେ ଯେ, ଦେଶ ଆପଣଙ୍କ ପାଇଁ ଗର୍ବିତ। ୨ ମିନିଟ ୪୮ ସେକେଣ୍ଡ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି,
ଦେଖନ୍ତୁ ଆପଣମାନେ ବହୁତ ଭଲ ଖେଳିଛନ୍ତି। ତୁମେ ବହୁତ ପରିଶ୍ରମ କରିଥିଲ, ସବୁକିଛି ଛାଡି, ତୁମେ ସାଧନା କରୁଥିଲ। ପଦକ ସିନା ଆଣି ପାରିଲ ନାହିଁ, କିନ୍ତୁ ତୁମେମାନେ କୋଟି କୋଟି ଝିଅଙ୍କ ପ୍ରେରଣା ପାଲଟିଗଲ। ଆପଣଙ୍କର ସମସ୍ତ ସାଥୀ ଏବଂ ଆପଣଙ୍କ ପ୍ରଶିକ୍ଷକଙ୍କୁ ଅଭିନନ୍ଦନ। ଆଦୌ ନିରାଶ ହୁଅନ୍ତୁ ନାହିଁ। ଭାରତ ହେଉଛି ହକିର ପରିଚୟ। ଏତେ ଦଶନ୍ଧି ପରେ ଭାରତରେ ହକି ପୁନର୍ଜୀବିତ ହେଉଛି ଏବଂ ଆପଣଙ୍କ କଠିନ ପରିଶ୍ରମ ହେତୁ ଏହା ଘଟୁଛି ବୋଲି ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ଉତ୍ସାହିତ କରି କହିଥିଲେ। ଉଲ୍ଲେଖନୀୟ କଥା ହେଉଛି, ଭାରତୀୟ ମହିଳା ହକି ଦଳର ପରାଜୟ ପରେ ମଧ୍ୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶର ଅନେକ ସେଲିବ୍ରିଟି ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଭାରତୀୟ ଦଳ ପ୍ରଥମ ଥର ପାଇଁ ଅଲିମ୍ପିକ ସେମିଫାଇନାଲରେ ପହ ପହଞ୍ଚିଥିଲା। କିନ୍ତୁ ବ୍ରିଟେନଠାରୁ ୪-୩ ଗୋଲ୍‌ରେ ହାରି ଯାଇ ପଦକରୁ ବଞ୍ଚିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri