ଖେଳ

୨ ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷର ପୁରସ୍କାର ଘୋଷଣା

ଭୁବନେଶ୍ବର,୧୩।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ବକପ୍‌ରେ ଭାଗ ନେଇଥିବା ଦୁଇ ଓଡ଼ିଆ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅମିତ୍‌ ରୋହିଦାସ ଓ ନିଲମ ସଂଜୀପ ଖେସ ଭାରତୀୟ ହକି ଟିମ୍‌ରେ ସ୍ଥାନ…

ଇଶାନଙ୍କ ସହ ମନଖୁସିରେ ନାଚିଲେ କୋହଲି

କୋଲକାତା,୧୩।୧: ସେଲିବ୍ରେଶନ ମୁଡ୍‌ରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷରେ ଇଡେନ ଗାଡେନ୍ସରେ ଖେଳାଯାଇଥିବା ମ୍ୟାଚ୍‌ ପରେ ସେ ଓପନର୍‌ ଇଶାନ କିଶନଙ୍କ ସହ ନାଚିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଭେଟେରାନ ଅଲରାଉଣ୍ଡର ମିଚେଲ ସାଣ୍ଟନରଙ୍କୁ ମିଳିଲା ଗୁରୁଦାୟିତ୍ୱ

ଅକ୍‌ଲାଣ୍ଡ,୧୩ା୧: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜ ପାଇଁ ଭେଟେରାନ ଅଲରାଉଣ୍ଡର ମିଚେଲ ସାଣ୍ଟନର ନ୍ୟୁଜିଲାଣ୍ଡ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଏପରିକି ଦଳରେ ବାମହାତୀ ବୋଲର ବେନ୍‌ ଲିଷ୍ଟର ନୂତନ ଖେଳାଳି…

ଦୁର୍ଘଟଣା ପରେ ପ୍ରଥମ ଥର ଗୋଡ଼ରେ ଛିଡ଼ା ହେଲେ ରିଷଭ ପନ୍ତ

ମୁମ୍ବାଇ,୧୩।୧: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ରିଷଭ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଭାରତୀୟ ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ବର୍ତ୍ତମାନ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସର୍ଜରୀ ପରେ…

ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଅନ୍ତିମ ଦିନିକିଆ ପୂର୍ବରୁ ବେଙ୍ଗାଲୁରୁ ଫେରିଲେ…

କୋଲକାତା,୧୩।୧: ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରୁଛି ଟିମ୍‌ ଇଣ୍ଡିଆ। ଆରମ୍ଭରୁ ଦୁଇଟି ମ୍ୟାଚ୍‌ ଜିତି ଦଳ ସିରିଜ ଉପରେ ଆଗୁଆ କବ୍ଜା କରିଛି। ଏବେ ଦୁଇ ଟିମ୍‌ ମଧ୍ୟରେ ଅନ୍ତିମ ମୁକାବିଲା ରବିବାର(ଜାନୁୟାରୀ…

ପ୍ରଥମ ମ୍ୟାଚ୍‌ ଶେଷ: ଆର୍ଜେଣ୍ଟିନା ବିଜୟୀ

ଭୁବନେଶ୍ୱର,୧୩।୧(ବ୍ୟୁରୋ): ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱକପର ପ୍ରଥମ ମ୍ୟାଚ୍‌ ଶେଷ ହୋଇଛି। ଏଥିରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ୧-୦ ଗୋଲରେ ପରାସ୍ତ କରିଛି।  

ଭାରତୀୟ ଦଳର ‘ସିକ୍ସର କିଙ୍ଗ୍‌’ କିଏ ଜାଣନ୍ତି

କୋଲକାତା,୧୩।୧: ରୋହିତ ଶର୍ମା ‘ହିଟମ୍ୟାନ’ ଭାବରେ ଜଣାଶୁଣା।ସେ ଏପର୍ଯ୍ୟନ୍ତ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୫୦୦ରୁ ଅଧିକ ଛକା ମାରିଛନ୍ତି। ବର୍ତ୍ତମାନ ସେ କେବଳ ୱେଷ୍ଟଇଣ୍ଡିଜ ଭେଟେରାନ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କଠାରୁ ପଛରେ ଅଛନ୍ତି। କ୍ରିସ ଗେଲ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ…

ଖାସ୍‌ ଉପଲବ୍ଧି ହାସଲ କଲା ଭାରତ

କୋଲକାତା,୧୩।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ମ୍ୟାଚରେ ଭାରତ ଭ୍ରମଣକାରୀ ଦଳକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ପରେ ଟିମ ଇଣ୍ଡିଆ…

ବିଶ୍ୱକପ୍‌ରେ ଭାରତ

ହକି ବିଶ୍ୱକପରେ ଭାରତ ଥରେ ଚାମ୍ପିୟନ ହୋଇଛି। ମାଲେସିଆର କୁଆଲାମ୍ପୁରଠାରେ ଅନୁଷ୍ଠିତ ବିଶ୍ୱକପର ତୃତୀୟ ସଂସ୍କରଣରେ ଭାରତ ପିନ୍ଧିଥିଲା ବିଜୟ ମୁକୁଟ। ଏହା ବ୍ୟତୀତ ୧୯୭୩ ବିଶ୍ୱକପରେ ଭାରତ ରନରଅପ୍‌ ହୋଇଥିବାବେଳେ ୧୯୭୧ ପ୍ରଥମ ସଂସ୍କରଣରେ ତୃତୀୟ ସ୍ଥାନ ଅଧିକାର କରିଥିଲା।…

୨ ଓଡ଼ିଆ ଅମିତ, ନିଲମ

ହକି ବିଶ୍ୱକପରେ ଭାରତ ପକ୍ଷରୁ ୨ ଜଣ ଓଡ଼ିଆ ଖେଳାଳି ପ୍ରତିନିଧିତ୍ୱ କରୁଛନ୍ତି। ସେମାନେ ହେଲେ ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକ ସଉନାମରା ଗ୍ରାମର ଅମିତ ରୋହି ଦାସ ଓ କାଦୋବାହାଲର ନିଲମ ସଞ୍ଜୀବ ଖେସ। ଭାରତୀୟ ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର…

ତାରକା ଖେଳାଳି ଦେଇଛି ହକିର ଅନ୍ତୁଡ଼ିଶାଳ

ରାଉରକେଲା ଅଫିସ,୧୩।୧:(ଦିନେଶ ମିଶ୍ର): ହକିର ଅନ୍ତୁଡିଶାଳ ସୁନ୍ଦରଗଡ ଜିଲାରୁ ଆଜିଯାଏ ଜାତୀୟ ଓ ଅନ୍ତର୍ଜାତୀୟ ଦଳରେ ୬୦ ଜଣ ଖେଳାଳି ହକି ଖେଳିବାର ସୁଯୋଗ ପାଇଛନ୍ତି। ଜିଲାର ରାଜଗାଙ୍ଗପୁର ଓ ବାଲିଶଙ୍କରା ବ୍ଲକରୁ ଅଧିକ ଖେଳାଳି ଜାତୀୟ ସ୍ତରରେ ଖେଳିବାର ସୁଯୋଗ…

୧୮ ଅମ୍ପାୟରଙ୍କ ମଧ୍ୟରୁ ୨ ଭାରତୀୟ

ଭୁବନେଶ୍ୱର ଓ ରାଉରକେଲାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପ୍‌ ପାଇଁ ମୋଟ୍‌ ୧୮ ଜଣ ଅମ୍ପାୟର ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଭାରତୀୟ ସାମିଲ ଅଛନ୍ତି। ସେମାନେ ହେଲେ ରଘୁ ପ୍ରସାଦ ଓ ଜାଭେଦ ଶେଖ୍‌।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?