Posted inଖେଳ

ଦିନିକିଆ ସିରିଜରେ ସ୍ମିଥ୍‌ ଅଧିନାୟକ

ଅହମଦାବାଦ,୧୫ା୩(ପି.ଟି.): ନିୟମିତ ଅଧିନାୟକ ପ୍ୟାଟ୍‌ କୁମିନ୍ସଙ୍କ ସ୍ଥାନରେ ଷ୍ଟିଭ୍‌ ସ୍ମିଥ୍‌ ଅଧିନାୟକ ଦାୟିତ୍ୱ ବହନ କରିବେ। ଅନ୍ତିମ ଦୁଇ ଟେଷ୍ଟରେ ସ୍ମିଥ୍‌ ଷ୍ଟାଣ୍ଡଇନ୍‌ କ୍ୟାପ୍‌ଟେନ ରହିଥିବା ବେଳେ ଦିନିକିଆ ସିରିଜ୍‌ ପାଇଁ ମଧ୍ୟ ତାଙ୍କୁ ଅଧିନାୟକ ରଖାଯିବ ବୋଲି ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ୍‌ ଆଣ୍ଡ୍ର୍ୟୁ ମ୍ୟାକ୍‌ଡୋନାଲ୍ଡ ସୂଚନା ଦେଇଛନ୍ତି। ଦିଲ୍ଲୀ ଟେଷ୍ଟ ପରେ ମା’ଙ୍କ ଅସୁସ୍ଥତା ପାଇଁ କୁମିନ୍ସ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଅହମଦାବାଦ ଟେଷ୍ଟ ପୂର୍ବରୁ ମା’ଙ୍କ ଦେହାନ୍ତ ଘଟିଥିଲା। ଶୁକ୍ରବାରଠାରୁ ଦିନିକିଆ ସିରିଜ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ଶୋକରେ ଥିବା କୁମିନ୍ସ ଭାରତ ଫେରିବେ ନାହିଁ ବୋଲି ମ୍ୟାକଡୋନାଲ୍ଡ ସ୍ପଷ୍ଟ କରିଛନ୍ତି। ଦୁଃଖର ମୁହୂର୍ତ୍ତରେ ଅଷ୍ଟ୍ରେଲିଆ ଦଳ କୁମିନ୍ସଙ୍କ ସହିତ ରହିଛି ବୋଲି ସେ କହିଛନ୍ତି। ତେବେ ତାଙ୍କର ବଦଳ ଖେଳାଳିଙ୍କ ନାମ ଏଯାଏ ଘୋଷଣା କରାଯାଇ ନାହିଁ। ପ୍ରଥମ ଦୁଇ ଟେଷ୍ଟରେ କୁମିନ୍ସ ଅଧିନାୟକ ରହିଥିବା ବେଳେ ପରବର୍ତ୍ତୀ ଦୁଇ ଟେଷ୍ଟରେ ସ୍ମିଥ୍‌ ନେତୃତ୍ୱ ନେଇଥିଲେ। ଇନ୍ଦୋର ଟେଷ୍ଟରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିବା ବେଳେ ଅହମଦାବାଦର ଟେଷ୍ଟ ଡ୍ର’ରେ ଶେଷ ହୋଇଥିଲା। ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳ ଆହତ ସମସ୍ୟା ଦେଇ ଗତି କରୁଛି। ହାର୍ମଷ୍ଟ୍ରିଙ୍ଗ ସର୍ଜରୀ ପାଇଁ ଝେ ରିଚାର୍ଡସନ୍‌ ବାଦ୍‌ ପଡିଥିବା ବେଳେ ନାଥାନ ଏଲିସଙ୍କୁ ବଦଳ ଖେଳାଳି ଭାବରେ ଘୋଷଣା କରାଯାଇଥିଲା। କହୁଣି ଆଘାତ ପାଇଁ ଅନ୍ତିମ ଦୁଇ ଟେଷ୍ଟରୁ ବାଦ୍‌ ପଡିଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। କୁମିନ୍ସଙ୍କ ସ୍ଥାନରେ ଇଂଲଣ୍ଡରେ ଅଧିନାୟକ ରହିଥିବା ଜୋଶ ହେଜେଲଉଡ୍‌ ମଧ୍ୟ ଆକିଲିସ୍‌ ଇଞ୍ଜୁରୀ କାରଣରୁ ବାଦ୍‌ ପଡିଛନ୍ତି। ଆଷ୍ଟନ ଆଗର ଦିନିକିଆ ସିରିଜ ପାଇଁ ଫେରିଥିବା ବେଳେ ଆଡାମ ଜାମ୍ପାଙ୍କ ସହିତ ସେ ସ୍ପିନ୍‌ ବିଭାଗ ସମ୍ଭାଳିବେ। ଆହତ ସମସ୍ୟାରୁ ଫେରିଥିବା ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଓ ମିଚେଲ୍‌ ମାର୍ଶ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri