ନୂଆଦିଲ୍ଲୀ,୧୪।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଶେଷ ହୋଇଛି। ମାର୍ଚ୍ଚ ୧୭ରୁ ଉଭୟ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଏହି ସିରିଜ ଲାଗି ଷ୍ଟିଭ୍ ସ୍ମିଥ୍ ଅଧିନାୟକ ରହିବେ। ପ୍ୟାଟ୍ କମିନ୍ସ ଭାରତ ଫେରିବେ ନାହିଁ। ଏଣୁ ସ୍ମିଥ୍ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ନିଶ୍ଚିତ କରିଛି।
ତେବେ ଅଷ୍ଟ୍ରେଲିଆ ଅଧିନାୟକ କମିନ୍ସ ଦିଲ୍ଲୀରେ ଦ୍ୱିତୀୟ ଟେଷ୍ଟ ପରେ ମା’ଙ୍କ ଅସୁସ୍ଥତାକୁ ନେଇ ସ୍ବଦେଶ ଫେରିଥିଲେ। ହେଲେ ଗତ ସପ୍ତାହରେ ଅହମ୍ମଦାବାଦରେ ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯାଉଥିବା ବେଳେ ତାଙ୍କ ମା’ଙ୍କ ସ୍ତନ କର୍କଟରେ ମୃତ୍ୟୁ ଘଟିଥିଲା। ଏଣୁ ସେ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଥିବାରୁ ଫେରିବେ ନାହିଁ ବୋଲି କୋଚ୍ କହିଛନ୍ତି।
Pat Cummins won’t return to India for the ODI leg of the tour #INDvAUS
— cricket.com.au (@cricketcomau) March 14, 2023