Posted inଖେଳ

ପ୍ଲେ-ଅଫ୍‌ରେ ମୁମ୍ବାଇ

ମୁମ୍ବାଇ,୧୫ା୩: ଓମେନ୍ସ ପ୍ରିମିୟର ଲିଗ୍‌ରେ କ୍ରମାଗତ ୫ମ ବିଜୟ ସହ ପ୍ଲେ-ଅଫ୍‌ରେ ପ୍ରବେଶ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ବ୍ରାବୋର୍ନ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସକୁ ୫୫ ରନରେ ପରାସ୍ତ କରିଛି ଦଳ। ହରମନ୍‌ପ୍ରୀତ କୌରଙ୍କ ୫୧ ରନ୍‌ ବଳରେ ମୁମ୍ବାଇ ୮ ଉଇକେଟରେ ୧୬୨ ରନ୍‌ ସଂଗ୍ରହ କରିଥିବା ବେଳେ ଗୁଜରାଟ ୧୦୭/୯ରେ ସୀମିତ ରହିଥିଲା। ମୁମ୍ବାଇ ପକ୍ଷରୁ ୟାସ୍ତିକା ଭାଟିଆ ୪୪ ଓ ନାତାଲି ସ୍କିଭର ବ୍ରଣ୍ଟ ୩୬ରନ୍‌ କରିଥିଲେ। ଗୁଜରାଟ ପାଇଁ ଆଶ୍‌ଲେ ଗାର୍ଡନର ୩ ଉଇକେଟ ନେଇଥିଲେ। ୧୬୩ ରନ୍‌ ଜବାବରେ ଗୁଜରାଟ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ହରଲିନ୍‌ ଦେଓଲ ୨୨ ଓ ସ୍ନେହ ରାଣା ୨୦ ରନ୍‌ କରିଥିବା ବେଳେ ନାତାଲି ସ୍କିଭର ବ୍ରଣ୍ଟ ଓ ହିଲି ମାଥ୍ୟୁସ ୩ଟି ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୬୨/୮ (ହରମନ୍‌ପ୍ରୀତ୍‌ କୌର-୫୧, ୟାସ୍ତିକା ଭାଟିଆ-୪୪, ନାତାଲି ସ୍କିଭର ବ୍ରଣ୍ଟ-୩୬, ଆସ୍‌ଲେ ଗାର୍ଡନର-୩/୩୪, ସ୍ନେହ ରାଣା-୧/୧୭, କିମ୍‌ ଗାର୍ଥ-୧/୩୧)। ଗୁଜରାଟ ଜାଏଣ୍ଟ୍ସ ୨୦ ଓଭରରେ ୧୦୭/୯ (ହରଲିନ୍‌ ଦେଓଲ-୨୨, ସ୍ନେହ ରାଣା-୨୦, ନାତାଲି ସ୍କିଭର ବ୍ରଣ୍ଟ-୩/୨୧, ହିଲି ମାଥ୍ୟୁସ୍‌-୩/୨୩, ଆମେଲିଆ କେର୍‌-୨/୧୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗଦେଲେ ସବା କରିମ

ନୂଆଦିଲ୍ଲୀ,୩ା୫(ପି.ଟି.)-ପୂର୍ବତନ ଭାରତ ଉଇକେଟକିପର ଓ ଜାତୀୟ ଚୟନକର୍ତ୍ତା ସବା କରିମ ରବିବାର ଆଇପିଏଲ୍‌ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ଟ୍ୟାଲେଣ୍ଟ ସର୍ଚ୍ଚ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି।...

ମହିଳା ସିଙ୍ଗଲ୍ସରେ ବେନ୍‌ସିକ୍‌ଙ୍କୁ ସ୍ବର୍ଣ୍ଣ

ଟୋକିଓ,୧ା୮ (ଏପି)-ସୁଇଜରଲାଣ୍ଡର ବେଲିଣ୍ଡା ବେନ୍‌ସିକ୍‌ ଅଲିମ୍ପିକ ଟେନିସ ମହିଳା ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ୧୨ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ବେନ୍‌ସିକ୍‌ ଚେକ୍‌ ରିପବ୍ଲିକର ମାର୍କେଟା ଭୋନ୍ଦ୍ରୋସୋଭାଙ୍କୁ...

ଦ୍ୱିଶତକରୁ ଅଳ୍ପକେ ବଞ୍ଚିତ ହେଲେ ଡୁ’ପ୍ଲେସି

ସେଞ୍ଚୁରିଅନ୍‌, ୨୮ା୧୨: ଶ୍ରୀଲଙ୍କା ବିପକ୍ଷରେ ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ମାତ୍ର ୧ ରନ୍‌ରେ ଦ୍ୱିଶତକରୁ ବଞ୍ଚତ୍ତ ହୋଇଛନ୍ତି ଦକ୍ଷିଣ...

ଗୋଟିଏ ମ୍ୟାଚ୍‌ରେ ୬ ଥର ଜୀବନ ଦାନ ପାଇଲେ

କାନାବେରା,୨୬।୯: କ୍ରିକେଟରେ ବ୍ୟାଟ୍ସମ୍ୟାନଙ୍କୁ ଥରେ କି ଦୁଇ ଥରେ ଜୀବନଦାନ ମିଳିବା କଷ୍ଟକର। କିନ୍ତୁ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଭାରତୀୟ ମହିଳା ଦଳର ବ୍ୟାଟ୍ସଓମେନ...

ୟୁଟ୍ୟୁବରେ ନିଦହାସ ଟ୍ରଫି ଫାଇନାଲକୁ ଦେଖିସାରିଲେଣି ୧୩.୨ କୋଟି ୟୁଜର୍ସ

୨୦୧୮ରେ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ ନିଦାହାସ ଟ୍ରଫି ଫାଇନାଲରେ ବାଂଲାଦେଶ ଓ ଭାରତ ପରସ୍ପରକୁ ଭେଟିଥିଲେ। ବାଂଲାଦେଶ ପକ୍ଷରୁ ଧାର୍ଯ୍ୟ ୧୬୭...

ରାଜସ୍ଥାନକୁ ଶୀର୍ଷରେ ପହଞ୍ଚାଇଲେ ଚହଲ

ମୁମ୍ବାଇ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ରବିବାର ୨୦ତମ ମ୍ୟାଚରେ ରାଜସ୍ଥାନ ରାୟାଲ୍ସ ୩ ରନ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ପରାସ୍ତ କରିଛି। ରାଜସ୍ଥାନ ୨୦ ଓଭରରେ...

ଆରମ୍ଭରୁ ଚିତପଟାଙ୍ଗ ହୋଇ ପଡ଼ିଲା ଆର୍‌ସିବି

ଆବୁ ଧାବି,୨୦।୯: ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ଚିତପଟାଙ୍ଗ ହୋଇ ପଡ଼ିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆର୍‌ସିବି)। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ...

ବୋଲରଙ୍କୁ ବ୍ୟାଟ୍‌ରେ ମାରିବାକୁ ଚେଷ୍ଟା କଲେ ଏହି ପାକିସ୍ତାନ କ୍ରିକେଟର୍‌, ଦେଖନ୍ତୁ ଭିଡିଓ…

ତ୍ରିନିଦାଦ୍‌, ୨୬।୮: ପାକିସ୍ତାନ କ୍ରିକେଟ୍‌ ଖେଳାଳି କୌଣସି ଟୁର୍ନାମେଣ୍ଟ କିମ୍ବା ସିରିଜରେ ଖେଳୁଥିବେ ଏବଂ ଏଥିରେ ବିବାଦୀୟ ଘଟଣା ନ ଘଟିବ ଏହା କେବେ ହୋଇପାରିବ...

Advertisement
Archives

Model This Week