ଜାତୀୟ

ଭୋଟରଙ୍କ ପାଇଁ ତିଆରି ହୋଇଥିଲା ଜିଲାପି-ସିଙ୍ଗଡ଼ା: ୧୦ ଗିରଫ

ଲକ୍ଷ୍ନୌ,୧୧।୪: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ଭୋଟରଙ୍କୁ ହାତେଇବା ପାଇଁ ଖାଦ୍ୟ ଦ୍ରବ୍ୟର ସାହାରା ନେଉଛନ୍ତି। କିଛିଦିନ ତଳେ ଅମରୋହାରେ ୧୦୦ କିଲୋଗ୍ରାମ୍‌ ରସଗୋଲା ଜବତ ହୋଇଥିଲା। ଏବେ ଉନ୍ନାଓ୍ବରେ ପୋଲିସ ଚଢ଼ାଉ କରି ୨ କ୍ୱିଣ୍ଟାଲ ଜିଲାପି ଏବଂ ହଜାରେ…

ଆଖିରେ ଇଙ୍ଗିତ-ଫ୍ଲାଇଙ୍ଗ୍‌ କିସ୍‌ ବି ନିର୍ଯାତନା: ଅଭିଯୁକ୍ତଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ

ମୁମ୍ବାଇ,୧୧।୪: ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ନେଇ ମୁମ୍ବାଇର ଏକ ଟ୍ରାଏଲ୍‌ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆଖିରେ ଇଙ୍ଗିତ କରିବା ଅବା ଫ୍ଲାଇଙ୍ଗ କିସ୍‌ ବି ନିର୍ଯାତନା ବୋଲି କୋର୍ଟ କହିଛନ୍ତି। ତେଣୁ କୋର୍ଟ ଜଣେ ଅଭିଯୁକ୍ତ ୨୦…

ମହିଳା ହୋମଗାର୍ଡଙ୍କ ଅନ୍ତଃବସ୍ତ୍ରରେ ମୋବାଇଲ୍‌: ୫ ମିନିଟ୍‌ କଲିଂ ପାଇଁ ୧୦୦ ଟଙ୍କା ଦେଉଥିଲେ କଏଦୀ

ଗ୍ରେଟର ନୋଏଡା,୧୧।୪: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଥିବା ଲୁକସାର ଜେଲ୍‌ରେ ଜଣେ ହୋମଗାର୍ଡଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଜେଲ୍‌ର ମହିଳା ବାରାକ୍‌ରେ ମୁତୟନ ଥିବା ମହିଳା ହୋମଗାର୍ଡ ସାଧନା ନିଜ ଅନ୍ତଃବସ୍ତ୍ରରେ ମୋବାଇଲ ଫୋନ୍‌ ଲୁଚାଇ ରଖିଥିଲେ। ସେ କଏଦୀଙ୍କୁ…

୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୧୧।୪: ଜମ୍ମୁ-କଶ୍ମୀର ଶୋପିଆନ୍‌ରେ ଆତଙ୍କବାଦ ବିରୋଧି ଅପରେଶନରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସ୍ଥାନୀୟ ହାଦିପୋରାରେ କିଛି ଆତଙ୍କବାଦୀ ଲୁଚି ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ…

୨୪ ଘଣ୍ଟାରେ ଦେଢ଼ଲକ୍ଷ ଟପିଲା କରୋନା

ନୂଆଦିଲ୍ଲୀ,୧୧।୪: ଦେଶରେ କରୋନାର ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ଲକ୍ଷ ଟପିଛିି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୫୨ ହଜାର ୮୭୯ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ…

‘ପୂଜା କଲେ ମାସ୍କ ଦରକାର ନାହିଁ’

କରୋନାରୁ ମୁକ୍ତି ପାଇବାକୁ ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ଏୟାରପୋର୍ଟରେ ପୂଜାର୍ଚ୍ଚନା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଭାଜପା ନେତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଉଷା ଠାକୁର ଇନ୍ଦୋର ବିମାନବନ୍ଦରଠାରେ ମାସ୍କ ନ ପିନ୍ଧି ଦେବୀ ଅହଲ୍ୟା ବାଇ ହୋଲ୍‌କରଙ୍କୁ ପୂଜା ସହ…

‘କୋଭିଡ୍‌ ନିୟମ ନ ମାନିଲେ ରାଲି ବନ୍ଦ ’

ନୂଆଦିଲ୍ଲୀ, ୧୧।୪(ପି.ଟି.): କରୋନା ସଂକ୍ରମଣ ବଢ଼ୁଥିବାରୁ ନିର୍ବାଚନ ପ୍ରଚାର ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ଆଦି ଗାଇଡଲାଇନ ପାଳନ କରିବା ପାଇଁ ନିର୍ବାଚନ କମିଶନ ଷ୍ଟାର ପ୍ରଚାରକ ଓ ରାଜନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। କୋଭିଡ୍‌ ଗାଇଡଲାଇନ ପାଳନ…

ଆସାମର ୪ ବୁଥ୍‌ରେ ସାନି ମତଦାନ ନିର୍ଦ୍ଦେଶ

ଗୁଆହାଟୀ, ୧୧।୪(ଆଇଏଏନ୍‌ଏସ୍‌): ଆସାମର ୩ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ବୁଥ୍‌ରେ ସାନି ମତଦାନ ପାଇଁ ନିର୍ବାଚନ କମିଶନ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବୁଥ୍‌ଗୁଡ଼ିକରେ ଏପ୍ରିଲ୍‌ ୧ ତାରିଖ ଭୋଟଗ୍ରହଣ କରାଯାଇଥିଲା। ତେବେ ବିଭିନ୍ନ ରିପୋର୍ଟ ଏବଂ କେତେକ ସ୍ଥିତିକୁ…

ଗୋଗ୍ରା, ହଟ୍‌ ସ୍ପ୍ରିଙ୍ଗ୍‌ସରୁ ହଟିବାକୁ ମନାକଲା ଚାଇନା

ନୂଆଦିଲ୍ଲୀ, ୧୧।୪: ଭାରତ ଓ ଚାଇନା ସୈନ୍ୟବାହିନୀର ୧୧ତମ କମାଣ୍ଡର ସ୍ତରୀୟ ଆଲୋଚନା ଶୁକ୍ରବାର ଆରମ୍ଭ ହୋଇଥିଲା। ପୂର୍ବ ଲଦାଖର ଗୋଗ୍ରା ଏବଂ ହଟ୍‌ ସ୍ପ୍ରିଙ୍ଗସ ଅଞ୍ଚଳରୁ ସୈନ୍ୟ ଓ ଯାନବାହନ ପ୍ରତ୍ୟାହାର କରିନେବା ପାଇଁ ଭାରତ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ…

‘ଟିକା ନିଅଣ୍ଟ ପାଇଁ କେନ୍ଦ୍ର ଦାୟୀ’

ନୂଆଦିଲ୍ଲୀ, ୧୧।୪: ଦେଶରେ କୋଭିଡ୍‌ ଟିକାର ନିଅଣ୍ଟ ସ୍ଥିତି ପାଇଁ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଭୁଲ୍‌ କୋଭିଡ୍‌ ପରିଚାଳନାକୁ ଦାୟୀ କରିଛନ୍ତି। ଦେଶର କୋଭିଡ୍‌ ସ୍ଥିତି ଏବଂ ସଂକ୍ରମଣ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସୋନିଆ କଂଗ୍ରେସ…

କୋଭିଡ୍‌ ଗାଇଡଲାଇନ ନ ମାନିଲେ ବନ୍ଦ ହେବ ନିର୍ବାଚନୀ ରାଲି

ନୂଆଦିଲ୍ଲୀ, ୧୦।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନର୍ବାଚନ ପ୍ରଚାର ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ଆଦି ଗାଇଡଲାଇନ ପାଳନ କରିବାକୁ ନିର୍ବାଚନ କମିଶନ ଷ୍ଟାର ପ୍ରଚାରକ ଓ ରାଜନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। କୋଭିଡ୍‌ ଗାଇଡଲାଇନ ପାଳନ…

ଚତୁର୍ଥ ପର୍ଯ୍ୟାୟରେ ହିଂସା ସତ୍ତ୍ୱେ ୭୬% ମତଦାନ

କୋଲକାତା, ୧୦।୪: ପଶ୍ଚିମବଙ୍ଗର କୁଚ୍‌ବିହାର ଜିଲାରେ ନିର୍ବାଚନୀ ହିଂସାରେ ୫ ଜଣଙ୍କ ମୃତ୍ୟୁ ଘଟିବା ସତ୍ତ୍ୱେ ଚତୁର୍ଥ ପର୍ଯ୍ୟାୟ ମତଦାନ ହାର ଭଲ ରହିଛି। ଏହି ପର୍ଯ୍ୟାୟରେ ୪୪ ଆସନ ଲାଗି ଭୋଟ ଗ୍ରହଣ ହୋଇଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ୭୬.୧୬…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri