Posted inଜାତୀୟ

ଅଯୋଧ୍ୟାରେ ମୁସଲିମଙ୍କୁ ଗ୍ରାମ ମୁଖ୍ୟ ବାଛିଲେ ହିନ୍ଦୁ

ଅଯୋଧ୍ୟା, ୧୨ା୫ : ଉତ୍ତର ପ୍ରଦେଶର ଅଯୋଧ୍ୟାର ରୁଦାଉଲି ନିର୍ବାଚନ ମଣ୍ଡଳିର ରଜନପୁର ଗାଁରେ ଅନ୍ୟ ସାଧାରଣ ଗାଁ ଭଳି ବାସ କରୁଛନ୍ତି ଶହ ଶହ ହିନ୍ଦୁ ପରିବାର। କିନ୍ତୁ ହିନ୍ଦୁ ପ୍ରାଧାନ୍ୟ ଗାଁରେ ଗ୍ରାମ ପ୍ରଧାନ ଭାବେ ବଛାଯାଇଛି ଜଣେ ମୁସଲିମଙ୍କୁ।

ରଜନAyodhya Hindus elect Muslim as village headପୁର ଗାଁର ନୂଆ ଗ୍ରାମ ପ୍ରଧାନ ଭାବେ ନିର୍ବାଚିତ ହୋଇଛନ୍ତି ହାଫିଜ ଅଜିମୁଦ୍ଦିନ ଖାନ। ହିନ୍ଦୁ ପ୍ରଧାନ ଗ୍ରାମରେ ବାସ କରୁଥିବା ଏକମାତ୍ର ମୁସଲିମ ପରିବାରର ସଦସ୍ୟ ହେଉଛନ୍ତି ହାଫିଜ। ଗ୍ରାମ ପ୍ରଧାନ ନିର୍ବାଚନରେ ଛିଡ଼ା ହୋଇଥିବା ୮ ପ୍ରାର୍ଥୀଙ୍କ ମଧ୍ୟରେ ହାଫିଜ ଥିଲେ ଏକମାତ୍ର ମୁସଲିମ।

ମୋ ବିଜୟ ଦର୍ଶାଉଛି କେବଳ ଗାଁରେ ନୁହେଁ ପୂରା ଅଯୋଧ୍ୟାରେ ହିନ୍ଦୁ ଓ ମୁସଲିମମାନେ ଏକାଠି ଅଛନ୍ତି। ମୁଁ କଦାପି ସାମ୍ପ୍ରଦାୟିକ କାର୍ଡ ଖେଳିନାହିଁ। ପୂରା ଗାଁକୁ ମୋର ପରିବାର ଭଳି ଚିନ୍ତା କରେ। ଗ୍ରାମ ପ୍ରଧାନଙ୍କ ନିକଟରେ ଥିବା ସମସ୍ତ ଫଣ୍ଡ୍‌ ଗାଁର ଉନ୍ନତିରେ ବିନିଯୋଗ ହେବ। ମନରେଗା ଯୋଜନା ଅନୁଯାୟୀ ଲୋକଙ୍କୁ କାମ ଦିଆଯିବ ବୋଲି ହାଫିଜ କହିଛନ୍ତି। କୋଭିଡ୍‌-୧୯ ମହାମାରୀ କାରଣରୁ ଚେୟାରମ୍ୟାନ, ଜିଲା ପଞ୍ଚାୟତ ଓ ବ୍ଲକ ପ୍ରମୁଖଙ୍କ ନିର୍ବାଚନକୁ ରାଜ୍ୟ ସରକାର ସ୍ଥଗିତ କରି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri