୬ରୁ ୮ ସପ୍ତାହ ଲକ୍‌ଡାଉନ କର

ନୂଆଦିଲ୍ଲୀ,୧୩ା୫: କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ରୋକିବାକୁ ହେଲେ ଭାରତର ଅଧିକାଂଶ ଭାଗ ୬ରୁ ୮ ସପ୍ତାହ ପାଇଁ ଲକ୍‌ଡାଉନ୍‌ରେ ରହିବା ଉଚିତ। ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ମୁଖ୍ୟ ଡକ୍ଟର ବଳରାମ ଭାର୍ଗବ ବୁଧବାର କେନ୍ଦ୍ର ସରକାରଙ୍କୁ ଏହି ପରାମର୍ଶ ଦେଇଛନ୍ତି। ଦେଶର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଜାତୀୟ ଲକ୍‌ଡାଉନ୍‌କୁ ଏତେ ଗୁରୁତ୍ୱ ଦେବାରେ ଏହା ହେଉଛି ପ୍ରଥମ ଘଟଣା। ଭାର୍ଗବ ପ୍ରତ୍ୟକ୍ଷ ଭାବେ ମୋଦି ସରକାରଙ୍କୁ ବିଫଳତା ପାଇଁ ସମାଲୋଚନା କରି ନ ଥିଲେ ହେଁ ସାମ୍ପ୍ରତିକ ସଙ୍କଟର ମୁକାବିଲାରେ କେନ୍ଦ୍ରୀୟ ଅବହେଳାକୁ ସ୍ବୀକାର କରିଛନ୍ତି।
ସାକ୍ଷାତ୍‌କାରରେ ଡକ୍ଟର ଭାର୍ଗବ କହିଛନ୍ତି, ଯେଉଁ ଜିଲାଗୁଡ଼ିକରେ ପଜିଟିଭ୍‌ ହାର ଅଧିକ ରହିଛି ସେଗୁଡ଼ିକୁ ବନ୍ଦ କରାଯିବା ଆବଶ୍ୟକ। ସେହି ଜିଲାଗୁଡ଼ିକରେ ସଂକ୍ରମଣ ହାର ୧୦%ରୁ ୫%କୁ ଖସିଲେ ସେଗୁଡ଼ିକୁ ପୁଣି ଖୋଲାଯାଇପାରେ। ତେବେ ୬ରୁ ୮ ସପ୍ତାହ ମଧ୍ୟରେ ଏପରି ହେବା ଭଳି ମନେହେଉନାହିଁ। ବର୍ତ୍ତମାନ ଭାରତର ତିନି-ଚତୁର୍ଥାଂଶ ଅର୍ଥାତ୍‌ ୭୧୮ ଜିଲାରେ ପଜିଟିଭ୍‌ ରେଟ୍‌ ୧୦%ରୁ ଅଧିକ ରହୁଛି। ନୂଆଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ସହରର ଜିଲାଗୁଡ଼ିକ ଏଥିରେ ସାମିଲ ଅଛି। ଦିଲ୍ଲୀ ସମ୍ପର୍କରେ ଭାର୍ଗବ କହିଛନ୍ତି, ଜାତୀୟ ରାଜଧାନୀର କଟକଣାକୁ ତୁରନ୍ତ କୋହଳ କରିଦେଲେ ତାହା ବିପର୍ଯ୍ୟୟ ହେବ। ମହାମାରୀର ଦ୍ୱିତୀୟ ଲହର ଭାରତକୁ ବହୁଳ ଭାବେ ପ୍ରଭାବିତ କରିଥିବାବେଳେ ଦିଲ୍ଲୀ ଏଥିରେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛି। ଦିଲ୍ଲୀରେ ପଜିଟିଭ୍‌ ହାର ୩୫% ରହିଥିଲା, ଯାହାକି ଏବେ ୧୭%କୁ ଖସିଛି। କୋଭିଡ୍‌-୧୯କୁ ନେଇ ନ୍ୟାଶନାଲ୍‌ ଟାସ୍କଫୋର୍ସ କେନ୍ଦ୍ର ସରକାରଙ୍କୁ ଏପ୍ରିଲ ୧୫ରେ ୧୦% କିମ୍ବା ତଦୂର୍ଦ୍ଧ୍ୱ ସଂକ୍ରମଣ ହାର ରହୁଥିବା ଜିଲାଗୁଡ଼ିକରେ ଲକ୍‌ଡାଉନ୍‌ ଜାରି ପାଇଁ ପରାମର୍ଶ ଦେଇଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୦ର ରାଜ୍ୟଗୁଡ଼ିକୁ ଲକ୍‌ଡାଉନ୍‌କୁ ଶେଷ ବିକଳ୍ପ ଭାବେ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏପ୍ରିଲ ୨୬ରେ ସର୍ବାଧିକ ସଂକ୍ରମିତ ଜିଲାଗୁଡ଼ିକରେ ‘ଲାର୍ଜ କଣ୍ଟେଣ୍ଟମେଣ୍ଟ ଏରିଆ’ରେ ୧୪ ଦିନ ପାଇଁ କଟକଣା ଜାରି କରିବାକୁ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri