Posted inଜାତୀୟ

କୋଭିଡ୍‌ ନିୟମ ଭାଙ୍ଗିଲେ ଲାଗିବ ହତ୍ୟା ଉଦ୍ୟମ ଦଫା

ଗୁଆହାଟି, ୧୨ା୫ : ହିମନ୍ତ ବିଶ୍ୱା ଶର୍ମାଙ୍କ ନେତୃତ୍ୱାଧୀନ ଆସାମ ସରକାର ବୁଧବାର କଠୋର ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ବୃଦ୍ଧି ପାଉଥିବା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସହରାଞ୍ଚଳ ଓ ସେମି ସହରାଞ୍ଚଳର ସମସ୍ତ କାର୍ଯ୍ୟାଳୟ, ଧାର୍ମିକ ସ୍ଥଳ ଓ ସପ୍ତାହିକ ହାଟକୁ ୧୫ ଦିନ ପାଇଁ ବନ୍ଦ କରବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ୍‌ ଅପରାହ୍ନ ୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲୋକଙ୍କ ଚଳାଚଳ ଉପରେ ଲଗାଯାଇଛି ପ୍ରତିବନ୍ଧକ। କୋଭିଡ୍‌ କଟକଣା ନ ମାନିଲେ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ସମ୍ପୂର୍ଣ୍ଣ ଲକ୍‌ଡାଉନ ଏକ ବିକଳ୍ପ। ତାହାକୁ ଆମେ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରିବୁ। ଆମେ ଆଶା କରୁଛୁ, ଏହି ପଦକ୍ଷେପଗୁଡ଼ିକ ଫଳପ୍ରଦ ହେବ ବୋଲି ଖବରଦାତା ସମ୍ମିଳନୀରେ ମୁଖ୍ୟ ସଚିବ ଜିଷନୁ ବାରୁଆ କହିଛନ୍ତି। ଏହି କଟକଣା ଗୁରୁବାର ଠାରୁ କାର୍ଯ୍ୟକାରୀ ହେବ।

ଯଦି କୌଣସି ଅନୁମତି ପ୍ରାପ୍ତ ଦୋକାନରେ ଲୋକ ଅଧିକ ସଂଖ୍ୟାରେ ଏକତ୍ରିତ ହୁଅନ୍ତି, ତେବେ ପୋଲିସ ଲାଠି ଚାର୍ଜ ଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଯଦି କୌଣସି ବ୍ୟକ୍ତି ଗୋପନରେ ଘରେ କୌଣସି ପ୍ରକାର ଉତ୍ସବ ଆୟୋଜନ କରନ୍ତି କିମ୍ବା ଲୋକଙ୍କୁ ଆମନ୍ତ୍ରଣ କରନ୍ତି, ତେବେ ଏହାକୁ ଠକାମି ଭାବେ ଗ୍ରହଣ କରାଯିବ। ତାଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ଓ ହତ୍ୟା ଉଦ୍ୟମ ଦଫାରେ ମାମଲା ରୁଜୁ କରାଯିବ ବୋଲି ଡିଜିପି ଭାସ୍କର ଜ୍ୟୋତି ମହାନ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କରୋନାର ସ୍ଥାୟୀ ପ୍ରତିକାର ଦେଇପାରିବ ବୁଦ୍ଧଙ୍କ ବାଣୀ’

ନୂଆଦିଲ୍ଲୀ,୫ା୭(ପି.ଟି.): ଭଗବାନ ବୁଦ୍ଧଙ୍କ ବାର୍ତ୍ତାର ଏବେ ମଧ୍ୟ ପ୍ରାସଙ୍ଗିକତା ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି। ସାରା...

ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ଶେଷ

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି। ପୂର୍ବାହ୍ନ ୯ଟା ୩୦ରେ ମୋଦିଙ୍କ ୭ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ହୋଇଥିବା...

ମୋଟର ଭେହିକିଲ୍ସ ସଂଶୋଧନ ବିଲ୍‌କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ,୨୪ା୭(ପି.ଟି.): ମୋଟର ଭେହିକିଲ୍ସ ସଂଶୋଧନ ବିଲ୍‌ ମଙ୍ଗଳବାର ପାର୍ଲାମେଣ୍ଟରେ ପାସ୍‌ ହୋଇଥିବାବେଳେ ବିଜେଡି ଏହାକୁ ସମର୍ଥନ କରିଛି। କେନ୍ଦୁଝରର ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏନେଇ...

ପୁଣି ବଢିଲା ପେଟ୍ରୋଲ,ଡିଜେଲ

ନୂଆଦିଲ୍ଲୀ,୨।୪: ଲଗାତର ଭାବେ ବଢିଚାଲିଛି ତେଲଦର । ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ଶନିବାର ପେଟ୍ରୋଲ ଓ ଡିଜେଲ ୮୦ ପଇସା ବଢ଼ିଛି। ଓଡିଶାରେ...

ସଚିନ ପାଇଲଟଙ୍କ ଅନଶନ ମଧ୍ୟରେ ରାଜ୍ୟକୁ ୧ ନମ୍ବର କରିବାକୁ ସ୍ବପ୍ନ ଦେଖୁଛନ୍ତି ଗେହଲୋଟ

ଜୟପୁର,୧୧।୪: ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ ମଙ୍ଗଳବାର ନିଜ ସରକାରଙ୍କ ବିରୋଧରେ ଅନଶନରେ ବସିଛନ୍ତି। ତେବେ ସଚିନ ପାଇଲଟଙ୍କ ଏହି ପଦକ୍ଷେପ ରାଜସ୍ଥାନ ସରକାରଙ୍କ...

ଏଠାରେ କିଲୋ ପ୍ରତି ୯୦ ଟଙ୍କା ଦାମରେ ମିଳୁଛି ଟମାଟୋ

ନୂଆଦିଲ୍ଲୀ,୧୪।୭: ଟମାଟୋର ଦର ବୃଦ୍ଧିକୁ ଦେଖି ସରକାର ଯେଉଁ ପଦକ୍ଷେପ ନେବା କଥା ତା’ର ପ୍ରଭାବ ଶୁକ୍ରବାରଠାରୁ ଦେଖିବାକୁ ମିଳିଛି। ଦିଲ୍ଲୀ-ଏନସିଆରରେ ଶସ୍ତାରେ ଟମାଟୋ ମିଳିବା...

ପଦ୍ମ ଧରିଲେ ଖୁଶବୁ: ୧୦ ବର୍ଷରେ ତୃତୀୟ ଦଳରେ ସାମିଲ୍‌

ଚେନ୍ନାଇ, ୧୨।୧୦: ଅଭିନେତ୍ରୀ ଖୁଶବୁ ସୁନ୍ଦର ଭାଜପାରେ ସାମିଲ ହୋଇଛନ୍ତି। ତାମିଲନାଡୁର କଂଗ୍ରେସ ପ୍ରବକ୍ତା ଭାବେ ସେ କାର୍ଯ୍ୟ କରୁଥିଲେ। ତେବେ ଦଳୀୟ ଅସନ୍ତୋଷ ଯୋଗୁ...

ରେଲଓ୍ବେ ଏବେ ଖାଲି ପ୍ଲାଷ୍ଟିକ ବୋତଲ ବଦଳରେ ଦେବ ୫ ଟଙ୍କା

ନୂଆଦିଲ୍ଲୀ,୨୭।୭: ଦିନକୁ ଦିନ ପ୍ଲାଷ୍ଟିକର ବ୍ୟବହାର ବଢିଥିବା ବେଳେ ଏହାକୁ ନେଇ ପରିବେଶ ପ୍ରଦୂଷଣର ମାତ୍ରା ମଧ୍ୟ ବଢିବାରେ ଲାଗିଛି। ଏହି ଅସୁବିଧାରୁ ମୁକ୍ତି ପାଇବା...

Advertisement
Archives

Model This Week