Posted inଜାତୀୟ

ଦିଲ୍ଲୀକୁ ଟିକା ଦେବାକୁ ମନା କଲା ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ, ୧୨ା୫: ଦିଲ୍ଲୀରେ ଟିକା ଅଭାବ ଦେଖାଦେଇଥିବାବେଳେ କୋଭାକ୍ସିନ ଯୋଗାଇବାକୁ ମନା କରିଦେଇଛି ଭାରତ ବାୟୋଟେକ୍‌। ଏ ନେଇ ବୁଧବାର ସୂଚନା ଦେଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭାରତ ବାୟୋଟେକ୍‌ ଏଭଳି କରିଥିବା ଏକ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ।

କୋଭାକ୍ସିନ ଓ କୋଭିଶିଲ୍ଡର ୬୭ ଲକ୍ଷ ଲେଖାଏ ମୋଟ ୧.୩୪ କୋଟି ଡୋଜ ପାଇଁ ଅର୍ଡର ଦେଇଥିଲା ଦିଲ୍ଲୀ। କିନ୍ତୁ ବର୍ତ୍ତମାନ ଦିଲ୍ଲୀ ସରକାରଙ୍କୁ ଟିକା ଯୋଗାଇ ପାରିବ ନାହିଁ ବୋଲି ଭାରତ ବାୟୋଟେକ୍‌ ପ୍ରକାଶ କରିଛି। ଏଥି ନେଇ ଟିକା ପ୍ରସ୍ତୁତିକାରୀ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଟିକା ଅଭାବରୁ ଦିଲ୍ଲୀରେ ଶହ ଶହ ଟିକାକରଣ କେନ୍ଦ୍ର ବନ୍ଦ କରାଯାଇଥିବା ସିସୋଦିଆ କହିଛନ୍ତି। ଟିକାର ସମସ୍ତ ରପ୍ତାନିକୁ ବନ୍ଦ କରି କମ୍ପାନୀକୁ ଅଧିକ ମାତ୍ରାରେ ଟିକା ଉତ୍ପାଦନ ପାଇଁ ଅନୁମତି ଦେବାକୁ କେନ୍ଦ୍ର ନିକଟରେ ଦିଲ୍ଲୀ ସରକାର ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକ ଆଇନରେ ହେବ ସଂଶୋଧନ: ଜିଲା ମାଜିଷ୍ଟ୍ରେଟଙ୍କ ଅଧୀନରେ କାର୍ଯ୍ୟ କରିବ ଶିଶୁ ସୁରକ୍ଷା ୟୁନିଟ

ନୂଆଦିଲ୍ଲୀ୧୭।୨: ନାବାଳକ ଆଇନ(ଜୁଭେନାଇଲ ଜଷ୍ଟିସ୍‌ ଲ୍‌) ଅଧିନିୟମ ୨୦୧୫ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ଅନୁମୋଦନ କରିଛି। ଏଥିରେ ଜିଲା ମାଜିଷ୍ଟ୍ରେଟ ଏବଂ ଅତିରିକ୍ତ...

ରାହୁଲ ଗାନ୍ଧୀ ଚାହୁଁଛନ୍ତି ରାସ୍ତାରେ ଲଢେଇ ହେଉ: ସମ୍ବିତ ପାତ୍ର

ନୂଆଦିଲ୍ଲୀ,୩।୨: କୃଷକ ଆନ୍ଦୋଳନକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଭାଜପା ବର୍ଷିଛି। ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀ...

ଶୀଘ୍ର ସମାଧାନ ଦିଗରେ କାର୍ଯ୍ୟ କରୁଛୁ: ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୪।୧୦ : ସୋମବାର ସନ୍ଧ୍ୟାରେ ହ୍ବାଟ୍ସଆପ୍‌, ଇନଷ୍ଟାଗ୍ରାମ ଓ ଫେସବୁକ୍‌ ଭଳି ସୋସିଆଲ ମିଡିଆର ସର୍ଭର ଡାଉନ ହୋଇଯାଇଛି। ଏ ନେଇ ହ୍ବାଟ୍ସଆପ୍‌ ପକ୍ଷରୁ ଟୁଇଟ...

୬ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ୟାନ୍‌

ନୂଆଦିଲ୍ଲୀ, ୧୨।୧: ମିଥ୍ୟା ଖବର ପ୍ରସାରଣ ନେଇ ଭାରତୀୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗୁରୁବାର ୬ ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ୟାନ୍‌ କରିଛି। ଏ ନେଇ...

ବିପକ୍ଷ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି: ଜୟଶଙ୍କର

ନୂଆଦିଲ୍ଲୀ,୨୭।୭: ମଣିପୁର ହିଂସାକୁ ନେଇ ବିରୋଧୀ ସଂସଦର ଉଭୟ ଗୃହରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଗୁରୁବାର ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ଜୟଶଙ୍କର ଭାରତର...

ଲଖିମପୁର ଖେରି: ଇଣ୍ଟରନେଟ ବନ୍ଦ, ସିଦ୍ଧୁ ଧାରଣାରେ, ୧୮ ଘଣ୍ଟା ପରେ ଦ୍ୱିତୀୟ ନୋଟିସ

ଲକ୍ଷ୍ନୌ,୯ ।୧୦: କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ତଥା ତିକୁନିୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରାଙ୍କୁ ନୋଟିସ ପରେ ବି ଶୁକ୍ରବାର...

ଚାର୍‌ ଧାମ ଯାତ୍ରା ବାତିଲ

ଡେରାଡୁନ୍‌,୨୯ା୪: କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥକୁ ୪ ଧାମ୍‌ ଯାତ୍ରା ବାତିଲ କରିଛନ୍ତି। ଗୁରୁବାର ସରକାରଙ୍କ...

ସ୍ପାଇଡରମ୍ୟାନ ଭଳିି ୨୦ ଫୁଟ ଛାତରୁ ଡେଇଁଲେ ବାଳକ: ଷ୍ଟଣ୍ଟ ପରିବର୍ତ୍ତେ ମୁଣ୍ଡରୁ ଗୋଡ ଯାଏଁ ଭାଙ୍ଗିଲା ହାଡ଼

ଚଣ୍ଡିଗଡ଼,୨୨।୪: ଆଧୁନିକ ଯୁଗରେ ପିଲାଙ୍କ ମଧ୍ୟରେ ଅନଲାଇନ୍‌ ଗେମ୍‌ର ନିଶା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଖେଳ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ମଧ୍ୟ...

Advertisement
Archives

Model This Week