ନାଜାଲ ଭାକ୍ସିନ୍ ଭାରତରେ ଛୋଟ ପିଲାଙ୍କୁ କରୋନାରୁ ଦେବ ସୁରକ୍ଷା: ବିଶ୍ୱସ୍ବାସ୍ଥ୍ୟ ସଂଗଠନ…
ଜେନେଭା/ନୂଆଦିଲ୍ଲୀ,୨୩।୫: ଭାରତରେ କରୋନାର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ତୃତୀୟ ଲହର ଆଶଙ୍କାକୁ ନେଇ ଦେଶ ସତର୍କ ରହିବା ଆବଶ୍ୟକ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍ ସୂଚନା ଦେଇଛନ୍ତି। ତୃତୀୟ ଲହରରେ ଛୋଟ…
ଯୁବକଙ୍କୁ ଚଟକଣି ମାରିଥିବା କଲେକ୍ଟରଙ୍କୁ କାର୍ଯ୍ୟରୁ ହଟାଇଲେ ମୁଖ୍ୟମନ୍ତ୍ରୀ…
ସୁରଜପୁର,୨୩।୫: ଲକ୍ଡାଉନ୍ ସମୟରେ ଜଣେ ଯୁବକଙ୍କୁ ଚଟକଣି ମାରିଥିବା ଛତିଶଗଡ଼ର ସୁରଜପୁର କଲେକ୍ଟର ରଣବୀର ଶର୍ମାଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା ରଣବୀରଙ୍କୁ ସୁରଜପୁର କଲେକ୍ଟର ପଦରୁ ହଟାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ରଣବୀରଙ୍କ ସ୍ଥାନରେ ସୁରଜପୁରର ନୂଆ…
କଲେକ୍ଟର ଯୁବକଙ୍କ କଥା ନ ଶୁଣି ପ୍ରଥମେ ଚଟକଣି ଦେଲେ, ଶେଷରେ କ୍ଷମା ବି ମାଗିଲେ…
ସୁରଜପୁର,୨୩।୫: ଏବେ ସୋସିଆଲ ମିଡ଼ିଆରେ ଛତିଶଗଡ଼ର ଜଣେ କଲେକ୍ଟରଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ଲକ୍ଡାଉନ୍ ଜାରି ହୋଇଛି। ଅମାନିଆଙ୍କ ପାଇଁ କଡ଼ା କଟକଣା କରାଯାଇଛି। ତେବେ ବେଳେବେଳେ କେତେକ ନିରୀହ ଲୋକଙ୍କୁ ପ୍ରଶାସନର ନିର୍ଯାତନାର…
କାର୍ରେ ବିଡ଼ା ବିଡ଼ା ନୋଟ୍: ଗଣିବା ପାଇଁ ସକାଳୁ ହେଲା ସନ୍ଧ୍ୟା…
ଡୁଙ୍ଗରପୁର,୨୩।୫: ରାଜସ୍ଥାନ ଡୁଙ୍ଗରପୁରରୁ ଏକ କାର୍ରୁ ବିଡ଼ା ବିଡ଼ା ନୋଟ୍ ଜବତ ହୋଇଛି। ଏସବୁ କଳାଧନ ବୋଲି ଅନୁମାନ କରାଯାଉଛି। କାର୍ଟି ଦିଲ୍ଲୀରୁ ଗୁଜରାଟ ଯାଉଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। କାର୍ରେ ୪ କୋଟି ୫୦ ଲକ୍ଷ ଟଙ୍କାରୁ ଅଧିକ…
ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ତଳମୁହାଁ: ହେଲେ ବି ଲିଭୁନି ଜୁଇ…
ନୂଆଦିଲ୍ଲୀ,୨୩।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍ଡାଉନ୍ ପ୍ରଭାବରୁ ଧୀରେଧୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା ପୂର୍ବପରି ରହିଛି। ଗତ…
ଦିଲ୍ଲୀରେ ଟିକାକରଣ ବନ୍ଦ
ନୂଆଦିଲ୍ଲୀ, ୨୩।୫: ଦିଲ୍ଲୀରେ ଭାକ୍ସିନ ଅଭାବରୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀମାନଙ୍କ ନିମନ୍ତେ ଟିକାକରଣ କାର୍ଯ୍ୟକ୍ରମକୁ ଶନିବାରଠାରୁ ବନ୍ଦ ରଖାଯାଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏକ ଖବରଦାତା ସମ୍ମିଳନୀରେ ଘୋଷଣା କରିଛନ୍ତି। ଦିଲ୍ଲୀରେ ସମସ୍ତଙ୍କୁ ଟିକା…
ବ୍ଲାକ୍ ଫଙ୍ଗସ୍ ଔଷଧ ଯୋଗାଅ
ନୂଆଦିଲ୍ଲୀ, ୨୩।୫(ପି.ଟି.): ବିଭିନ୍ନ ରାଜ୍ୟରେ କରୋନାରୁ ଆରୋଗ୍ୟ ହୋଇଥିବା ଅନେକଙ୍କଠାରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି। ଏହି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ନ ମିଳିବା ସ୍ଥିତିକୁ ଆହୁରି ସଙ୍ଗିନ କରିଛି। ତେଣୁ ବ୍ଲାକ୍ ଫଙ୍ଗସ୍ ଚିକିତ୍ସା…
୬ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅଧିକ
ନୂଆଦିଲ୍ଲୀ, ୨୩।୫(ପି.ଟି.): ଭାରତରେ ଦୈନିକ ସଂକ୍ରମଣ କ୍ରମାଗତ ୬ ଦିନ ହେଲା ୩ ଲକ୍ଷ ତଳେ ରହିଛି। ଶନିବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ୨.୫୭ ଲକ୍ଷ କରୋନା ଆକ୍ରାନ୍ତ ହୋଇଥିବାବେଳ ୪,୧୯୪ ଜଣଙ୍କର ମୃତ୍ୟୁ ଘଟିଛି।…
ଲକ୍ଡାଉନ୍ରେ ପୋଲିସ ହିଂସ୍ର
ଉନ୍ନାଓ, ୨୩।୫: ଲକ୍ଡାଉନ୍ ସମୟରେ ଜୀବନ ଜୀବିକା ବିପଦରେ ପଡ଼ିଥିବାବେଳେ ପୋଲିସ ବର୍ବରତା ସୀମା ଟପୁଛି। ଭାଜପା ଶାସିତ ଉତ୍ତରପ୍ରଦେଶର ଉନ୍ନାଓରେ ଜଣେ ୧୮ ବର୍ଷୀୟ ପରିବା ବିକାଳିଙ୍କୁ ପୋଲିସ ପିଟି ହତ୍ୟା କରିଛି। ପୋଲିସ ତା’ର ବ୍ରିଟିଶ୍ ଅମଳର ଅତ୍ୟାଚାର…
ପୋଲିସ ମାଡ଼ରେ ପରିବା ବିକାଳିଙ୍କ ଜୀବନ ଗଲା
ଉନ୍ନାଓ, ୨୨।୫: ଉତ୍ତରପ୍ରଦେଶର ଉନ୍ନାଓ ଜିଲାରେ କୋଭିଡ୍-୧୯ କର୍ଫ୍ୟୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଜଣେ ୧୭ ବର୍ଷୀୟ ପରିବା ବ୍ୟବସାୟୀଙ୍କୁ ପୋଲିସ ନିର୍ମମ ଭାବେ ପିଟିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ୨ଜଣ କନ୍ଷ୍ଟେବଲଙ୍କୁ ନିଲମ୍ବନ କରାଯିବା ସହ…
କାମଧନ୍ଦା ନ ପାଇ ଦିଲ୍ଲୀ ଛାଡ଼ିଲେଣି ୮ ଲକ୍ଷ ପ୍ରବାସୀ ଶ୍ରମିକ
ନୂଆଦିଲ୍ଲୀ, ୨୨।୫: କରୋନା ସଂକ୍ରମଣ ରୋକିବା ପାଇଁ ଦିଲ୍ଲୀ ସରକାର ଲକ୍ଡାଉନ ଘୋଷଣା କରିଛନ୍ତି। ଫଳରେ କାମଧନ୍ଦା ନ ପାଇ ୪ ସପ୍ତାହ ମଧ୍ୟରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ରାଜଧାନୀ ଦିଲ୍ଲୀ ଛାଡ଼ିଲେଣି। ଦିଲ୍ଲୀ ପରିବହନ ବିଭାଗ ରିପୋର୍ଟରୁ…
ଦିଲ୍ଲୀରେ ଦ୍ୱିତୀୟ ଲହର ନେଲାଣି ୧୦୦ ଡାକ୍ତରଙ୍କ ଜୀବନ
ନୂଆଦିଲ୍ଲୀ,୨୨।୫: କରୋନାର ଦ୍ୱିତୀୟ ଲହର ସାରା ଦେଶରେ ଜାରି ରହିଛି । ହେଲେ ସଂକ୍ରମଣ ବିରୋଧରେ ଲଢୁଥିବା ଡାକ୍ତରଙ୍କ ଜୀବନ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଇଣ୍ଡିଆନ ମେଡିକାଲ ଆସୋସିଏଶନ(ଆଇଏମ୍ଏ) ପକ୍ଷରୁ ଶନିବାର ଦିଆଯାଇଥିବା ସୂଚନା ଦେଶବାସୀଙ୍କ ଚିନ୍ତା ବଢାଇ ଦେଇଛି। କରୋନା…

