ବ୍ଲାକ୍‌ ଫଙ୍ଗସ୍‌ ଔଷଧ ଯୋଗାଅ

ନୂଆଦିଲ୍ଲୀ, ୨୩।୫(ପି.ଟି.): ବିଭିନ୍ନ ରାଜ୍ୟରେ କରୋନାରୁ ଆରୋଗ୍ୟ ହୋଇଥିବା ଅନେକଙ୍କଠାରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି। ଏହି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ନ ମିଳିବା ସ୍ଥିତିକୁ ଆହୁରି ସଙ୍ଗିନ କରିଛି। ତେଣୁ ବ୍ଲାକ୍‌ ଫଙ୍ଗସ୍‌ ଚିକିତ୍ସା ପାଇଁ ଅତ୍ୟାବଶ୍ୟକ ଔଷଧ ଯୋଗାଣ ସୁନିଶ୍ଚିତ କରିବା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ରୋଗୀମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି। ବ୍ଲାକ୍‌ ଫଙ୍ଗସ୍‌କୁ ଆୟୁଷ୍ମାନ ଭାରତ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯାଇ ନ ଥିବାରୁ ଏବାବଦରେ ତୁରନ୍ତ ପଦକ୍ଷେପ ନେବା ଲାଗି କଂଗ୍ରେସ ଅଧ୍ୟକ୍ଷା ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ବ୍ଲାକ୍‌ ଫଙ୍ଗସ୍‌ ବା ମ୍ୟୁକୋରମାଇକୋସିସ୍‌କୁ ମହାମାରୀ ଘୋଷଣା କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ତେଣୁ ଏହି ରୋଗର ଚିକିତ୍ସା ପାଇଁ ଅତ୍ୟାବଶ୍ୟକ ଔଷଧ ପର୍ଯ୍ୟାପ୍ତ ଉତ୍ପାଦନ ଓ ଯୋଗାଣ ହେବା ଆବଶ୍ୟକ ବୋଲି ସୋନିଆ କହିଛନ୍ତି। ବ୍ଲାକ୍‌ ଫଙ୍ଗସ୍‌ ପାଇଁ ଲିପୋସୋମାଲ ଆମ୍ଫୋଟେରିସିନ-ବି ଅତି ଜରୁରୀ ହୋଇଥିବାବେଳେ ବଜାରରେ ଏହାର ଅଭାବ ଦେଖାଦେଇଛି।

ଅନ୍ତଃନଳୀରେ ବ୍ଲାକ୍‌ ଫଙ୍ଗସ୍‌

ବ୍ଲାକ୍‌ ଫଙ୍ଗସ୍‌ ଅନ୍ତଃନଳୀକୁ ବି ସଂକ୍ରମଣ କରୁଛି। ଏଭଳି ବିରଳ ଘଟଣା ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ୨ ଜଣ ରୋଗୀଙ୍କଠାରେ ଦେଖାଯାଇଛି। ଉଭୟଙ୍କର ଡାଇବେଟିସ୍‌ ରହିଛି। କୋଭିଡ୍‌ ଚିକିତ୍ସା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଷ୍ଟିରଏଡ୍‌ ନେଇଥିଲେ ବୋଲି ଡାକ୍ତର କହିଛନ୍ତି। ତଳିପେଟରେ ଯନ୍ତ୍ରଣା ହେବାରୁ ଗଙ୍ଗାରାମ ହସ୍ପିଟାଲକୁ ନିଆଯାଇଥିଲା। ସିଟି ସ୍କାନ୍‌ରୁ ଉଭୟଙ୍କ ଅନ୍ତଃନଳୀରେ ବ୍ଲାକ୍‌ ଫଙ୍ଗସ୍‌ ବା ମ୍ୟୁକୋର୍‌ମାଇକୋସିସ୍‌ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। ଏହି ରୋଗ ସାଧାରଣତଃ ରୋଗୀର ନାକ, ଆଖି, ମୁହଁ ଓ ଫୁସ୍‌ଫୁସ୍‌ ଆଦିକୁ ସଂକ୍ରମଣ କରୁଥିବାବେଳେ ଅନ୍ତଃନଳୀରେ ସଂକ୍ରମଣ ହେବା ପ୍ରଥମ ଘଟଣା। ବର୍ତ୍ତମାନ ସୁଦ୍ଧା ବ୍ଲାକ୍‌ ଫଙ୍ଗସ୍‌ରେ ୨୧୯ ଜଣଙ୍କ ମୃତ୍ୟୁ ହେଲାଣି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥରିଲା ଜମ୍ମୁ-କଶ୍ମୀର: ରିକ୍ଟର ସ୍କେଲରେ ତୀବ୍ରତା ୫.୩

ଜମ୍ମୁ,୫ ।୫: ଜମ୍ମୁ-କଶ୍ମୀରରେ ଗୁରୁବାର ହୋଇଥିବା ଭୂକମ୍ପର ଝଟକା ସହ ଲୋକଙ୍କ ନିଦ ଭାଙ୍ଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରେକର୍ଡ କରାଯାଇଛି...

ଭାରତର କ୍ଷମା ଦାବିକଲା କାତାର

ନୂଆଦିଲ୍ଲୀ, ୬ା୬: କାନପୁର ହିଂସା ପରେ ଦେଶର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଫଳରେ ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ...

ବଢ଼ିଲା ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ଉନ୍ନାଓ ପୀଡିତାଙ୍କ ମୃତ୍ୟୁକୁ ନେଇ ରାଜନୀତି ସରଗରମ: ଭାଜପା କାର୍ଯ୍ୟାଳୟ ଘେରିଲେ କଂଗ୍ରେସକର୍ମୀ

ଲକ୍ଷ୍ନୌ,୭।୧୨: ଉନ୍ନାଓ ବଳାତ୍କାର ପୀଡିତାଙ୍କ ମୃତ୍ୟୁ ପରେ ରାଜନୀତି ହୋଇଛି ସରଗରମ। ଏହାକୁ ନେଇ ବିରୋଧୀ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି।...

କୁଲଗାମରେ ଆଣ୍ଟି-ଟେରର ଅପରେଶନ

ଶ୍ରୀନଗର, ୬।୮: ଜମ୍ମୁ-କଶ୍ମୀର କୁଲଗାମରେ ସେନା ପକ୍ଷରୁ ଆଣ୍ଟି ଟେରର ଅପରେଶନ ସମୟରେ ଜଣେ ସାଧାରଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ମନଜୁର...

ଅକ୍ଟୋବର ୧୫ରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୧ ।୧୦: କରୋନା ମହାମାରୀ ଯୋଗୁ ପ୍ରାୟ ୬ ମାସ ହେବ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ହେଲେ ଜରୁରୀ ପରୀକ୍ଷା ପାଇଁ କିଛି...

ସରକାରୀ କାର୍ଯ୍ୟାଳୟରେ ବଢୁଛି ଦୁର୍ନୀତି, ବିଡ଼ିଏ ଅଧିକାରୀଙ୍କୁ ମିଳିଲାନି ଜାମିନ…

ବେଙ୍ଗାଲୁରୁ, ୨୦।୮ : ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ସମ୍ପର୍କରେ କର୍ନାଟକ ହାଇକୋର୍ଟ ଏକ କଡ଼ା ମନ୍ତବ୍ୟ ଦେଇଛନ୍ତି। ସରକାରୀ କାର୍ଯ୍ୟାଳୟରେ ଅନିୟନ୍ତ୍ରିତ ଦୁର୍ନୀତି ରହିଛି ବୋଲି...

ପ୍ରତିରକ୍ଷା ତଥ୍ୟ ଗାଏବ

ନୂଆଦିଲ୍ଲୀ,୭ା୮:ଚାଇନା ସୈନ୍ୟ ମେ’ ପ୍ରଥମ ଭାଗରେ ପୂର୍ବ ଲଦାଖର ଭାରତୀୟ ଅଞ୍ଚଳ ମଧ୍ୟରେ ଅନୁପ୍ରବେଶ କରିଥିଲେ। ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ୍ବେବ୍‌ସାଇଟର ଖବର ବିଭାଗରେ ଥିବା...

Advertisement
Archives

Model This Week