Posted inଜାତୀୟ

ପୋଲିସ ମାଡ଼ରେ ପରିବା ବିକାଳିଙ୍କ ଜୀବନ ଗଲା

ଉନ୍ନାଓ, ୨୨।୫: ଉତ୍ତରପ୍ରଦେଶର ଉନ୍ନାଓ ଜିଲାରେ କୋଭିଡ୍‌-୧୯ କର୍ଫ୍ୟୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଜଣେ ୧୭ ବର୍ଷୀୟ ପରିବା ବ୍ୟବସାୟୀଙ୍କୁ ପୋଲିସ ନିର୍ମମ ଭାବେ ପିଟିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ୨ଜଣ କନ୍‌ଷ୍ଟେବଲଙ୍କୁ ନିଲମ୍ବନ କରାଯିବା ସହ ଜଣେ ହୋମଗାର୍ଡଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏଥିସହ ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି।

ବାଙ୍ଗରମାଉ ଅଧୀନ ଭାଟପୁରି ଅଞ୍ଚଳରେ ଫୈସଲ ହୁସେନ ତାଙ୍କର ଘର ନିକଟରେ ପରିବା ବିକ୍ରି କରୁଥିଲେ। ସେ କରୋନା କର୍ଫ୍ୟୁକୁ ଉଲ୍ଲଂଘନ କରିଥିବାରୁ କନ୍‌ଷ୍ଟେବଲ ବିଜୟ ଚୌଧୁରୀ, ସିମାବତ ଏବଂ ହୋମଗାର୍ଡ ସତ୍ୟପ୍ରକାଶ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ସେମାନେ ଫୈସଲଙ୍କୁ ବାଙ୍ଗରମାଉ ଥାନାକୁ ନେଇଯାଇ ପୁଣି ମାଡ଼ ମାରିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ତାଙ୍କୁ ଘୋଷଣା କରିଥିଲେ।

ପୋଲିସ ବର୍ବରତା ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଫୈସଲଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦିଆଯିବା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯିବ ବୋଲି ଏଏସ୍‌ପିଙ୍କ ପ୍ରତିଶ୍ରୁତି ପରେ ଅବରୋଧ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ,୨୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନଭାଇ ପ୍ରହ୍ଲାଦ ମୋଦିଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ କିଡନୀ ସମ୍ବନ୍ଧୀୟ ସମସ୍ୟା ହେତୁ...

ସମୟ ପୂର୍ବରୁ ମୌସୁମୀ ଅଧିବେଶନ ଶେଷ ହେବା ଆଶଙ୍କା, ହେଲାଣି ୨୬.୯୨୫ କୋଟି କ୍ଷତି…

ନୂଆଦିଲ୍ଲୀ,୩୧।୭: ସଂସଦର ମୌସୁମୀ ଅଧିବେଶନ ଅଚଳ ହୋଇପଡ଼ିଛି। ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି।...

କରୋନା କଟକଣାରେ କୋହଳ କଲେ ପଶ୍ଚିମବଙ୍ଗ ସରକାର

କୋଲକାତା,୩୧ ।୧: କରୋନା କଟକଣାରେ ସାମାନ୍ୟ କୋହଲ କରିଛନ୍ତି ପଶ୍ଚିମବଙ୍ଗ ସରକାର । ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଏଣିକି ନାଇଟ କର୍ଫ୍ୟୁ ରାତି...

ରାଜଧାନୀରେ ଏଏପି-ଭାଜପା ମଧ୍ୟରେ ପୋଷ୍ଟର ଓ୍ବାର

ନୂଆଦିଲ୍ଲୀ,୩୧।୧୨: ରାଜଧାନୀ ଦିଲ୍ଲୀରେ ବେଆଇନ ଭାବେ ଗଢି ଉଠିଥିବା କଲୋନୀକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଆମ୍‌ ଆଦମୀ ପାର୍ଟି(ଏଏପି) ମଧ୍ୟରେ ପୋଷ୍ଟର ଓ୍ବାର...

ସ୍କୁଲ ଖୋଲିବାକୁ ଭୟ କରୁଛନ୍ତି ରାଜ୍ୟ ସରକାର, ତାରିଖ ଘୋଷଣା ପରେ ପୁଣି ପଛଉଛନ୍ତି…

ନୂଆଦିଲ୍ଲୀ,୨୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଅପରପକ୍ଷରେ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଲକ୍‌ଡାଉନ୍‌ ଯୋଗୁ...

କରୋନା ଭାଇରସ ପାଇଁ ରିଲିଫ୍‌ ଫଣ୍ଡକୁ ଗୋଟିଏ ମାସର ଦରମା ଦାନ କଲେ ଦୁଷ୍ୟନ୍ତ

ଚଣ୍ଡିଗଡ଼,୨୩।୩: କରୋନା କବଳରେ ଭାରତ। ବେଳକୁ ବେଳ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ଦେଖି ଏବେ ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲ ତାଙ୍କର...

ରୋପ୍‌ଓ୍ବେରେ ୪୦ ମିନିଟ ଅଟକିଲେ ୨୮ ଭକ୍ତ

ଭୋପାଳ,୨୩।୫: ମଧ୍ୟପ୍ରଦେଶର ସତ୍‌ନା ଜିଲାରେ ସୋମବାର ପ୍ରବଳ ବର୍ଷା ପବନ ଯୋଗୁ ରୋପ୍‌ଓ୍ବେ ଅଚଳ ହୋଇଯାଇଥିଲା। ଫଳରେ ମୈହର ପାହାଡ଼ ଉପରେ ଥିବା ମା’ ସାରଦା...

ସାମ୍ପ୍ରତିକ ସ୍ଥିତିରେ ସାମୁଦ୍ରିକ ସୁରକ୍ଷା ଅପରିହାର୍ଯ୍ୟ, କହିଲେ ଡୋଭାଲ…

ନୂଆଦିଲ୍ଲୀ, ୩୦।୬ : ପରିବର୍ତ୍ତିତ ଭୌଗୋଳିକ ବିକାଶ ମଧ୍ୟରେ ସମ୍ପ୍ରତି ସାମୁଦ୍ରିକ ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଗୁରୁବାର ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀର ପ୍ରଥମ ବୈଠକରେ...

Advertisement
Archives

Model This Week