୬ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅଧିକ

ନୂଆଦିଲ୍ଲୀ, ୨୩।୫(ପି.ଟି.): ଭାରତରେ ଦୈନିକ ସଂକ୍ରମଣ କ୍ରମାଗତ ୬ ଦିନ ହେଲା ୩ ଲକ୍ଷ ତଳେ ରହିଛି। ଶନିବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ୨.୫୭ ଲକ୍ଷ କରୋନା ଆକ୍ରାନ୍ତ ହୋଇଥିବାବେଳ ୪,୧୯୪ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୬୨,୮୯,୨୯୦ରେ ପହଞ୍ଚତ୍ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ସେହିପରି ମୃତ୍ୟୁ ସଂଖ୍ୟା ୨,୯୫,୫୨୫ରେ ପହଞ୍ଚତ୍ଛି। ସକ୍ରିୟ ମାମଲା ସଂଖ୍ୟା ୨୯,୨୩,୪୦୦କୁ ହ୍ରାସ ପାଇଛି। ଏହା ମୋଟ ମାମଲାର ୧୧.୧୨ ପ୍ରତିଶତ। ଦେଶରେ ଆରୋଗ୍ୟ ହାର ୮୭.୭୬ ପ୍ରତିଶତକୁ ବୃଦ୍ଧି ପାଇଛି।
ଦେଶରେ କରୋନା ସ୍ଥିତି ସ୍ଥିର ରହିଥିବାବେଳେ ପଜିଟିଭ୍‌ ହାର, ଦୈନିକ ସଂକ୍ରମଣ ଏବଂ ସକ୍ରିୟ ମାମଲା ହ୍ରାସ ପାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ରିପୋର୍ଟ ଅନୁଯାୟୀ ୬ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ସେହି ରାଜ୍ୟଗୁଡ଼ିକ ହେଲେ ମହାରାଷ୍ଟ୍ର, କର୍ନାଟକ, ଉତ୍ତରପ୍ରଦେଶ, ତାମିଲନାଡୁ, ପଞ୍ଜାବ ଏବଂ ଦିଲ୍ଲୀ। ୭ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହିଥିବାବେଳେ ୬ ରାଜ୍ୟରେ ୫ ହଜାରରୁ ୧୦ ହଜାର ମଧ୍ୟରେ ରହିଛି। ୯୩ ଜିଲାରେ ପଜିଟିଭିଟି ହାର ହ୍ରାସ ପାଇଛି। ଗତ ୧୦ ତାରିଖରେ ପଜିଟିଭିଟି ହାର ୨୪.୮୩% ଥିବାବେଳେ ଏବେ ୧୨.୫୪ %କୁ ହ୍ରାସ ପାଇଥିବା ଦେଖାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ୨୦.୬୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର କରୋନା ପରୀକ୍ଷା କରାଯାଇଛି, ଯାହାକି ଗୋଟିଏ ଦିନରେ ସର୍ବାଧିକ। କ୍ରମାଗତ ୪ ଦିନ ହେଲା ଦୈନିକ ୨୦ ଲକ୍ଷରୁ ଅଧିକ ପରୀକ୍ଷା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୯.୩୩ କୋଟିରୁ ଅଧିକ ଡୋଜ୍‌ କୋଭିଡ୍‌ ଟିକା ଦିଆଗଲାଣି।

ଗୋଟିଏ ଗାଁରେ ୨୨ ମୃତ

ଉତ୍ତରପ୍ରଦେଶର ଗୋଣ୍ଡା ଜିଲା ଅନ୍ତର୍ଗତ ଏକ ଛୋଟିଆ ଗାଁ ନିନ୍ଦୁରାରେ ୨୨ ଜଣଙ୍କର କରୋନାରେ ଜୀବନ ଗଲାଣି। ଲକ୍‌ଡାଉନ ଘୋଷଣା ହେବା ପରେ ପ୍ରବାସୀ ଶ୍ରମିକମାନଙ୍କ ଘରବାହୁଡ଼ା ଆରମ୍ଭ ହୋଇଯାଇଥିଲା। ଏହା ପରେ ଗାଁରେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଗଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହା ପୂର୍ବରୁ ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବା ପାଇଁ ମୁମ୍ବାଇରୁ ଫେରିଥିବା ଲୋକମାନଙ୍କ ପାଇଁ ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ିଥିଲା। ମୁମ୍ବାଇରୁ ପ୍ରବାସୀ ଶ୍ରମିକମାନେ ନ ଫେରିବା ପର୍ଯ୍ୟନ୍ତ ସବୁ ଠିକ୍‌ଠାକ୍‌ ଥିଲା ବୋଲି ଗ୍ରାମବାସୀ କହିଛନ୍ତି।

‘ସଂକ୍ରମଣ ଶୃଙ୍ଖଳରୁ ପିଲାଙ୍କୁ ଦୂରେଇ ରଖ’

କରୋନାରେ ଆକ୍ରାନ୍ତ ପିଲାମାନଙ୍କଠାରେ କ୍ୱଚିତ୍‌ ଲକ୍ଷଣ ଦେଖାଯାଉଥିବା ନୀତି ଆୟୋଗ (ସ୍ବାସ୍ଥ୍ୟ) ସଦସ୍ୟ ଡ. ଭି.କେ. ପଲ୍‌ କହିଛନ୍ତି। ତେଣୁ ସେମାନଙ୍କଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହୁଛି। ସେଥିପାଇଁ ପିଲାମାନଙ୍କୁ ସଂକ୍ରମଣ ଶୃଙ୍ଖଳଠାରୁ ଦୂରେଇ ରଖିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି। କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟାରେ ପିଲା ଆକ୍ରାନ୍ତ ହେଉଛନ୍ତି। ତେଣୁ ସେମାନଙ୍କ ଚିକିତ୍ସା ପ୍ରତି ଅଧିକ ଧ୍ୟାନ ଦେବା ନିମନ୍ତେ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ପରାମର୍ଶ ଦିଆଯାଇଛି। ଜନସଂଖ୍ୟାର ୨୬ ପ୍ରତିଶତ ହେଉଛନ୍ତି ୧୪ ବର୍ଷରୁ କମ୍‌ ବୟସର। ସେମାନଙ୍କ ମଧ୍ୟରୁ ୭ ପ୍ରତିଶତଙ୍କ ବୟସ ୫ ବର୍ଷରୁ କମ୍‌। ସେମାନେ ଯେପରି ସଂକ୍ରମଣ ଶୃଙ୍ଖଳ ମଧ୍ୟକୁ ନ ଆସିବେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ସଂକ୍ରମଣର ତୃତୀୟ ଲହରରେ ଅଧିକ ସଂଖ୍ୟାରେ ପିଲା ଆକ୍ରାନ୍ତ ହେବେ ବୋଲି ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri