କଲେକ୍ଟର ଯୁବକଙ୍କ କଥା ନ ଶୁଣି ପ୍ରଥମେ ଚଟକଣି ଦେଲେ, ଶେଷରେ କ୍ଷମା ବି ମାଗିଲେ…

ସୁରଜପୁର,୨୩।୫: ଏବେ ସୋସିଆଲ ମିଡ଼ିଆରେ ଛତିଶଗଡ଼ର ଜଣେ କଲେକ୍ଟରଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ହୋଇଛି। ଅମାନିଆଙ୍କ ପାଇଁ କଡ଼ା କଟକଣା କରାଯାଇଛି। ତେବେ ବେଳେବେଳେ କେତେକ ନିରୀହ ଲୋକଙ୍କୁ ପ୍ରଶାସନର ନିର୍ଯାତନାର ଶିକାର ହେବାକୁ ପଡୁଛି। ଏଭଳି ଅଭାବନୀୟ ଘଟଣା ସୁରଜପୁରରେ ଘଟିଛି। ଲକ୍‌ଡାଉନ୍‌ ସମୟରେ ତଦାରଖ କରୁଥିବା କଲେକ୍ଟର ରଣବୀର ଶର୍ମା ରାସ୍ତାରେ ଯାଉଥିବା ଜଣେ ଯୁବକଙ୍କ ପାଖକୁ ଯାଇ ତାଙ୍କୁ କୌଣସି ପ୍ରଶ୍ନ ନ ପଚାରି ଶକ୍ତ ଚଟକଣି ଦେଇଥିଲେ। ତାଙ୍କ ହାତରୁ ଫୋନ୍‌ ନେଇ ତଳେ ଫିଙ୍ଗି ଭାଙ୍ଗି ଦେଇଥିଲେ। ଯୁବକ ଜଣଙ୍କ ଏକ କାଗଜ ଦେଖାଉଥିବାର ଭିଡ଼ିରେ ମଧ୍ୟ ଦେଖିବାକୁ ମିଳୁଛି। ତେବେ କଲେକ୍ଟର ଏହାପରେ ମୁତୟନ ଥିବା ପୋଲିସଙ୍କୁ ଯୁବକ ଜଣଙ୍କୁ ପିଟିବାକୁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ଦିନ ଘଟିଥିବା ଏହି ଘଟଣାର ୫୨ ସେକେଣ୍ଡର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ କଲେକ୍ଟର ନିଜ ବ୍ୟବହାର ନେଇ କ୍ଷମା ମାଗିଥିଲେ। ତେବେ ୨୩ ବର୍ଷ ବୟସ୍କ ସମ୍ପୃକ୍ତ ଯୁବକଙ୍କ ବିରୋଧରେ କୋଭିଡ୍‌-୧୯ କଟକଣା ଅନୁସାରେ ମାମଲାର ଦାଏର କରାଯାଇଛି। ଏବେ କଲେକ୍ଟରଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ୍‌ ହେବାକୁ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୧ଦିନରେ ୭ ଗୁଣ ବଢ଼ିଗଲେ ଆକ୍ରାନ୍ତ

ଭୁବନେଶ୍ୱର, ୨୨।୫ (ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ଠାରୁ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ବିଶେଷକରି ମେ’ ମାସରେ ସ୍ଥିତି ଅଧିକ ବିଗିଡିବାରେ...

୭୦ ବର୍ଷରେ ଜଣେ ଲେଖିକାଙ୍କୁ ପ୍ରେମ କରି ବିବାହ କରିଥିଲେ ଏହି ମୁଖ୍ୟମନ୍ତ୍ରୀ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖମନ୍ତ୍ରୀ ଏନ୍‌ଟି ରାମାରାଓ ଜୀବନୀ ବେଶ୍‌ ରୋଚକ ଥିଲା। ୨୮ ୧୯୨୩ରେ ମାଡ୍ରାସରେ ଜନ୍ମଗ୍ରହଣ କରିଥିବା ଏନଟି ରାମା ରାଓ ୧୯୪୯ ମସିହାରେ...

୧୭,୦୦୦ ଫାଭିପିରାଭିର ଟାବ୍‌ଲେଟ୍‌ ଜବତ

କଟକ ଅଫିସ,୧୨ା୬: କଟକ କନିକା ଛକରେ ଥିବା ଏକ ମେଡିସିନ ଗୋଦାମ ଉପରେ ଶୁକ୍ରବାର ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ଚଢାଉ କରାଯାଇଛି। ସେଠାରୁ ପ୍ରାୟ...

ବଦଳିଲା ‘ବାୟୁ’ର ଗତିପଥ: ଆଶ୍ୱସ୍ତ ହେଲେ ଦିଲ୍ଲୀବାସୀ

ନୂଆଦିଲ୍ଲୀ,୧୮।୬: ଗୋଟିଏ ପଟେ ସାମୁଦ୍ରିକ ଝଡ଼ ‘ବାୟୁ’ ତା’ର ଗତିପଥ ବଦଳାଇ ପୁଣି ଗୁଜରାଟ ମୁହାଁ ହୋଇଥିବା ବେଳେ ଅନ୍ୟପଟେ ଏହାର ପ୍ରଭାବରେ ଦେଶର କିଛି...

୨୪ ଦିନରେ ବଳାତ୍କାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଜୟପୁର, ୨୩।୧୦: ରାଜସ୍ଥାନରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ମାମଲାର ବିଚାର ୨୪ ଦିନ ମଧ୍ୟରେ ଶେଷ ହୋଇଛି। ସ୍ବତନ୍ତ୍ର କୋର୍ଟ...

କରୋନାରେ ଆକ୍ରାନ୍ତ ହେଲେ ବିଧାୟକ

ବାଲେଶ୍ୱର ଅଫିସ, ୬।୭: ପ୍ରଥମ ଥର ପାଇଁ ରାଜ୍ୟରେ ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ବାଲେଶ୍ୱର ଜିଲାର ଏହି ବିଧାୟକଙ୍କ ରିପୋର୍ଟ ପଜିଟିଭ ଆସିଥିବା...

କେମିକାଲ ୟୁନିଟରେ ଭୟଙ୍କର ବିସ୍ଫୋରଣ; ୪ ମୃତ

ଭଦୋଦରା: ଗୁଜରାଟର ଭଦୋଦରା ଅନ୍ତର୍ଗତ ମକରପୁରା ଅଞ୍ଚଳରେ ଥିବା ଗୋଟିଏ କେମିକାଲ ୟୁନିଟରେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା...

କରୋନା ସହିତ ଲଢ଼େଇ ରାଜନୈତିକ ନୁହେଁ, ଏହା ଜୀବନ ବଞ୍ଚାଇବା ଯୁଦ୍ଧ: ସଞ୍ଜୟ ରାଉତ

ନୂଆଦିଲ୍ଲୀ, ୧୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି। ତେବେ ଏହାକୁ ନେଇ ରାଜନୀତି କରାଯିବା ଅନୁଚିତ। କରୋନା ସହିତ ଲଢ଼େଇ...

Advertisement
Archives

Model This Week