ଜାତୀୟ

ଇଦ୍‌-ଉଜ୍‌-ଜୁହା ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୭: ଆଜି ପବିତ୍ର ଇଦ୍‌-ଉଜ୍‌-ଜୁହା। ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ପ୍ରଧାନମନ୍ତ୍ରୀ ଦେଶର ମୁସଲମାନ ଭାଇ-ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୋଭିଡ ପ୍ରୋଟୋକଲ ଅନୁସରଣ କରି ଉତ୍ସବ ପାଳନ କରିବାକୁ ନିବେଦନ କରିଥିଲେ। ରାଷ୍ଟ୍ରପତି…

ମରଣ ମୁହଁରେ ସ୍ବାମୀ: ତାଙ୍କ ଶୁକ୍ରାଣୁରୁ ମା’ ହେବାକୁ ଚାହୁଁଛନ୍ତି ସ୍ତ୍ରୀ, ହାଇକୋର୍ଟ ଦେଲେ ଅନୁମତି

ଅହମଦାବାଦ,୨୧।୭: ସ୍ବାମୀଙ୍କ ଶୁକ୍ରାଣୁ ସୁରକ୍ଷିତ ରଖିବାକୁ ଚାହୁଁଥିବା ଜଣେ ସ୍ତ୍ରୀ ଗୁଜରାଟ ହାଇକୋର୍ଟ ଏକ ପିଟିଶନ ଦାଖଲ କରିଥିଲେ। ହାଇକୋର୍ଟ ଏନେଇ ଅନୁମତି ଦେଇଛନ୍ତି। ମହିଳାଙ୍କ ସ୍ବାମୀ ଚଳିତ ବର୍ଷ ମେ ମାସରେ କରୋନାରେ ସଂକ୍ରମିତ ହୋଇଥିଲେ। ସେବେଠାରୁ ସେ ଭେଣ୍ଟିଲେଟରରେ…

ପୁଣି କରୋନା ଗ୍ରାଫ୍‌ ଉପରମୁହାଁ: ଗତ ୨୪ଘଣ୍ଟାରେ ୪୦ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ,୩୯୯୮ ମୃତ

ନୂଆଦିଲ୍ଲୀ,୨୧।୭: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିିଛି। ଗତ ୧୨୫ ଦିନ ପରେ ମଙ୍ଗଳବାର ଦେଶରେ ୩୦ହଜାର ୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା…

କୋଭିଡର ଦୁଇଟି ଭାରିଆଣ୍ଟରେ ସଂକ୍ରମିତ ହେଲେ ମହିଳା ଡାକ୍ତର

ଡିସପୁର,୨୧।୭: ଆସାମର ଜଣେ ମହିଳା ଡାକ୍ତର ଏକାସାଙ୍ଗରେ ୨ଟି ଭିନ୍ନ କରୋନା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯାହା ଦେଶର ପ୍ରଥମ ମାମଲା। ଏନେଇ ଡିବ୍ରୁଗଡ଼ ସ୍ଥିତ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆସିଏମ୍‌ଆର)ର ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆରଏମ୍‌ଆରସି)ର ବରିଷ୍ଠ…

୩ଘଣ୍ଟା ମଧ୍ୟରେ ଥରିଲା ୩ରାଜ୍ୟ

ନୂଆଦିଲ୍ଲୀ,୨୧।୭: ଗତ ୩ଘଣ୍ଟା ମଧ୍ୟରେ ଦେଶର ୩ଟି ରାଜ୍ୟ ଭୂକମ୍ପରେ ଥରିଉଠିଛି। ରାଜସ୍ଥାନ, ମେଘାଳୟ ଓ ଲଦାଖରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସବୁଠାରୁ ଅଧିକ ରାଜସ୍ଥାନର ବିକାନେରରେ ସକାଳ ୫ଟା ୨୪ମିନିଟ୍‌ରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

ଓଡ଼ିଆ ପୁଅ ବିନୟ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ

ନୂଆଦିଲ୍ଲୀ,୨୦ା୭: ଓଡ଼ିଆ ପୁଅ ବିନୟ ଶ୍ରୀକାନ୍ତ ପ୍ରଧାନ ତାଞ୍ଜାନିଆରେ ଭାରତର ଉଚ୍ଚାୟୁକ୍ତ ନିଯୁକ୍ତ ହୋଇଛନ୍ତି। ଏ ନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିନୟ ଏବେ ମସ୍କୋରେ ଭାରତ ଦୂତାବାସରେ ଡେପୁଟି ଚିଫ୍‌ ଅଫ୍‌ ମିଶନ ରହିଛନ୍ତି।…

୨୭ରେ ଭାରତ ଆସିବେ ଆଫ୍‌ଗାନ ସେନା ମୁଖ୍ୟ

ନୂଆଦିଲ୍ଲୀ, ୨୧ା୭: ଆଫଗାନିସ୍ତାନରେ ତାଲିବାନ ଆତଙ୍କ ଦିନକୁ ଦିନ ବଢ଼ିଚାଲିଥିବାବେଳେ ଦେଶର ସେନା ମୁଖ୍ୟ ମହମ୍ମଦ ଅହମଦ୍‌ଜାଇ ଆସନ୍ତା ୨୭ ତାରିଖରେ ଭାରତକୁ ୩ ଦିନିଆ ଗସ୍ତ କରିବେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସାମରିକ ସମ୍ପର୍କ ବୃଦ୍ଧି…

ବିପଦରେ ୪୦ କୋଟି ଲୋକ

ନୂଆଦିଲ୍ଲୀ, ୨୧ା୭: ଦେଶରେ ୬ ବର୍ଷ ଊର୍ଦ୍ଧ୍ୱ ବୟସ ବର୍ଗରେ ଥିବା ଲୋକସଂଖ୍ୟାର ଦୁଇ-ତୃତୀୟାଂଶ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଛନ୍ତି। ଏହାର ଅର୍ଥ ପ୍ରାୟ ୪୦ କୋଟି ଲୋକଙ୍କ ଉପରେ ଏବେ ମଧ୍ୟ କରୋନାରେ ସଂକ୍ରମଣ ବିପଦ ରହିଥିବା ଚତୁର୍ଥ ଜାତୀୟ ସେରୋ…

ଧର୍ମଠାରୁ ଜୀବନ ବଡ଼

ନୂଆଦିଲ୍ଲୀ, ୨୧ା୭: ବକ୍‌ର-ଇଦ୍‌ ଉତ୍ସବ ପାଇଁ କରୋନା ଲକ୍‌ଡାଉନ୍‌ ଓ ଅନ୍ୟ କଟକଣା କୋହଳ କରିବାକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କେରଳ ସରକାରଙ୍କ ଉପରେ ବର୍ଷିଛନ୍ତି। ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ଲକଡାଉନ୍‌ କୋହଳ କରିବା ପାଇଁ…

ଜାତିଭିତ୍ତିକ ଜନଗଣନା ହେବନି

ନୂଆଦିଲ୍ଲୀ, ୨୧ା୭: ଦେଶରେ କେଉଁ ଜାତିର କେତେ ସଂଖ୍ୟାରେ ଲୋକ ଅଛନ୍ତି, ସେ ଭିତ୍ତିରେ ଜନଗଣନା ହେବ ନାହିଁ। କେବଳ ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସି, ଏସ୍‌ଟି)ଙ୍କ ସଂଖ୍ୟା ଗଣନା କରାଯିବ ବୋଲି କେନ୍ଦ୍ର ସରକାର ମଙ୍ଗଳବାର ଲୋକ ସଭାରେ…

ପେଗାସସ୍‌ ଦ୍ୱାରା ଭଙ୍ଗା ଯାଇଥିଲା କର୍ନାଟକ ସରକାର

ନୂଆଦିଲ୍ଲୀ,୨୦ା୭: ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର ସରକାର ୨୦୧୯ରେ କର୍ନାକଟରେ ନିର୍ବାଚିତ କଂଗ୍ରେସ ସରକାରକୁ ଭାଙ୍ଗିବା ପାଇଁ ଇସ୍ରାଏଲର ସ୍ପାଇଓ୍ବେର ପ୍ରୋଗ୍ରାମ ପେଗାସସ୍‌ ବ୍ୟବହାର କରିଥିଲା। ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ସିଦ୍ଦରମୟା, ଡି କେ ଶିବକୁମାର ଓ ମାଲିକାର୍ଜୁନ ଖାର୍ଗେଙ୍କ ଭଳି…

ଟଳିଲା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର, ୨୦ା୭: ଜମ୍ମୁ-କଶ୍ମୀରର ଶ୍ରୀନଗର ଜିଲାରେ ୩୦ କେଜି ଆଇଇଡି ବିସ୍ଫୋରକକୁ ମଙ୍ଗଳବାର ନିଷ୍କ୍ରିୟ କରିଦେଇଛି ସୁରକ୍ଷା ବଳ। ଫଳରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଦିଆଯାଇଛି। କାରଣ ଶ୍ରୀନଗରର ଉପକଣ୍ଠ ଅଞ୍ଚଳର ତଙ୍ଗପୁରା ବନ୍ଧ ଠାରେ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?