ଜାତୀୟ

ମା’ବାପାଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନେଲେ କୋଭିଶିଲ୍ଡ ଟିକା

ନୂଆଦିଲ୍ଲୀ,୪।୩: ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନାରେ ଗୁରୁବାର ବାପା ଗୋବିନ୍ଦ ରାମ କେଜ୍ରିୱାଲ ଏବଂ ମା’ ଗୀତା ଦେବୀଙ୍କ ସହ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଉତ୍ପାଦିତ କୋଭିଶିଲ୍ଡ ଟିକା ନେଇଛନ୍ତି। ଟିକାକରଣ ପରେ…

ପଶ୍ଚିମବଙ୍ଗରେ ୩୪ ପ୍ରତିଶତ ବିଧାୟକ କୋଟିପତି

କୋଲକାତା,୪ ।୩: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏହି ଅବସରରେ ଜାଣିବାକୁ ମିଳିଛି କି ପଶ୍ଚିମବଙ୍ଗର ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରୁ ୩୪ ପ୍ରତିଶତ ହେଉଛନ୍ତି କୋଟିପତି । ସେହିପରି ୩୨ ପ୍ରତିଶତ ବିଧାୟକ ଆପରାଧିକ ମାମଲାରେ…

ମମତାଙ୍କୁ ‘ରିୟଲ ବେଙ୍ଗଲ ଟାଇଗ୍ରେସ୍‌’ କହିଲେ ସଞ୍ଜୟ

ମୁମ୍ବାଇ,୪ ।୩: ଶିବଶେନା ସ୍ଥିର କରିଛି ପଶ୍ଚିମବଙ୍ଗରେ ହେବାକୁ ଥିବା ନିର୍ବାଚନରେ ତାଙ୍କ ଦଳ ନିର୍ବାଚନ ଲଢିବ ନାହିଁ । ଶିବସେନା ନେତା ତଥା ଏମ୍‌ପି ସଞ୍ଜୟ ରାଉତ ଏକ ଟୁଇଟ୍ କରି କହିଛନ୍ତି ଯେ ଦଳର ମୁଖ୍ୟ ତଥା ମହାରାଷ୍ଟ୍ର…

ମେଟ୍ରୋ ମ୍ୟାନ୍‌ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ !

ବେଙ୍ଗାଲୁୂରୁ,୪।୩: ବିଧାନସଭା ନିର୍ବାଚନ ପୂର୍ବରୁ କେରଳରେ ରାଜନୈତିକ ଛକାପଞ୍ଝା ଜାରି ରହିଛି। ଭାଜପା ପକ୍ଷରୁ ମେଟ୍ରୋ ମ୍ୟାନ୍‌ ଭାବେ ଖ୍ୟାତି ହାସଲ କରିଥିବା ଈ.ଶ୍ରୀଧରନ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବା ଲାଗି ସ୍ଥିର ହୋଇଛି। କେବଳ ଔପଚାରିକ ଘୋଷଣା ବାକି…

ଅର୍ଥମନ୍ତ୍ରୀ ନେଲେ କରୋନା ଟିକା

ଓ୍ବାୟନାଡ଼,୪।୩: କରୋନା ଟିକାର ସାର୍ବଜନୀକ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଟିକା ନେଇଛନ୍ତି। ସେ ଦିଲ୍ଲୀର ବସନ୍ତକୁଞ୍ଜ ସ୍ଥିତ ଫୋର୍ଟିସ୍‌ ହସ୍ପିଟାଲରେ ପହଞ୍ଚି କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ତାଙ୍କୁ ଟିକାଦାନ କରିଥିବା ସିଷ୍ଟର ରାମୟା…

ବେଙ୍ଗାଲୁରୁ ବାସୋପଯୋଗୀ ଶ୍ରେଷ୍ଠ ସହର ତାଲିକା ଶୀର୍ଷରେ

ନୂଆଦିଲ୍ଲୀ,୪।୩: ବାସୋପଯୋଗୀ ଶ୍ରେଷ୍ଠ ସହର ତାଲିକା ମଧ୍ୟରେ ବେଙ୍ଗାଲୁରୁ ଶୀର୍ଷରେ ରହିଛି। କେନ୍ଦ୍ରୀୟ ଆବାସ ଓ ସହର ବ୍ୟାପାର ପକ୍ଷରୁ ଇଜି ଅଫ୍‌ ଲିଭିଙ୍ଗ୍‌ ଇଣ୍ଡେକ୍ସ୍‌ ର଼୍ୟାଙ୍କିଙ୍ଗ୍‌-୨୦୨୦ ଜାରି କରାଯାଇଛି। ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ଏହି ରିପୋର୍ଟ ପ୍ରକାଶ କରିଛନ୍ତି।…

ଖରାକୁ ସାମ୍ନା କରିବାକୁ ଆନ୍ଦୋଳନରତ କୃଷକଙ୍କ ପାଇଁ ଲାଗିଲା ଫ୍ରିଜ୍‌, ଫ୍ୟାନ୍‌, ପାଣିପମ୍ପ

ନୂଆଦିଲ୍ଲୀ,୪ ।୩: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗତ ଡିସେମ୍ବରରୁ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ପ୍ରବଳ ଥଣ୍ଡାକୁ ସାମ୍ନାକରି ମଧ୍ୟ ଏମାନେ ଆନ୍ଦୋଳନରୁ ଓହରି ଯାଇ ନାହାନ୍ତି । ତମ୍ବୁ ମଧ୍ୟରେ…

ଅଫିସ୍‌ରେ ଜିନ୍ସ୍‌-ଟି ଶର୍ଟ ପିନ୍ଧିବା ମନା

ସମ୍ଭାଲ,୪।୩: ଉତ୍ତରପ୍ରଦେଶ ସମ୍ଭାଳ ଜିଲାପାଳ ଜିଲାର ବିଭିନ୍ନ କାର୍ଯ୍ୟାଳୟରେ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ଡ୍ରେସ୍‌ କୋଡ୍‌ ଲାଗୁ କରିଛନ୍ତି। ସରକାରୀ କର୍ମଚାରୀମାନେ ଅଫିସକୁ ଜିନ୍ସ, ଟି-ଶର୍ଟ ପିନ୍ଧି ଆସିବେ ନାହିଁ ବୋଲି ଜିଲାପାଳ ସଞ୍ଜିବ ରଞ୍ଜନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।…

ବଢୁଛି କରୋନା ସଂକ୍ରମଣ ସଂଖ୍ୟା: ୧.୬୬ କୋଟି ଲୋକଙ୍କୁ ଦିଆ ସରିଲାଣି ଟିକା

ନୂଆଦିଲ୍ଲୀ,୪ ।୩: ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହା ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଅନ୍ୟପଟେ ଏହି ମହାମାରୀକୁ ଦୂରେଇ ଦେବାକୁ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ବି ଆରମ୍ଭ ହୋଇଯାଇଛି । କେନ୍ଦ୍ର…

ଆଇଇଡ଼ି ବିସ୍ଫୋରଣ: ୨ ଯବାନ ଶହୀଦ୍‌, ୩ ଗୁରୁତର

ରାଞ୍ଚି,୪।୩: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲାରେ ମାଓବାଦୀଙ୍କ ଦ୍ୱାରା ପ୍ଲାଣ୍ଟ୍‌ କରାଯାଇଥିବା ଆଇଇଡ଼ି ବିସ୍ଫୋରଣରେ ୨ ଜଣ ଜାଗୁଆର ଯବାନ ଶହୀଦ୍‌ ହୋଇଛନ୍ତି। ଏହି ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ହୋୟାତୁ ଗାଁରେ ପୂର୍ବାହ୍ନ ୮ଟା ୪୫ରେ…

ଇଡ଼ି-ଆୟକର-ସିବିଆଇ ଟିମ୍‌କୁ ଅଙ୍ଗୁଳିରେ ନଚାଉଛନ୍ତି ସରକାର: ରାହୁଲ

ନୂଆଦିଲ୍ଲୀ,୪।୩: ଇଡ଼ି, ଆୟକର ଏବଂ ସିବିଆଇ ଟିମ୍‌କୁ ସରକାର ଅଙ୍ଗୁଳିରେ ନଚାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନିର୍ଦ୍ଦେଶରେ ବଲିଉଡ୍‌ରେ ଜାଣିଶୁଣି ଆୟକର ଚଢ଼ାଉ କରାଯାଇଥିବା କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ  ଅଭିଯୋଗ କରିଛନ୍ତି। ରାହୁଲ ଟୁଇଟ୍‌ କରି କହିଛନ୍ତି କେନ୍ଦ୍ର…

ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ନିର୍ମାଣ ହେବ ସୁଡ଼ଙ୍ଗ

ନୂଆଦିଲ୍ଲୀ,୪ ।୩: ଦେଶର ନୂଆ ପାର୍ଲାମେଣ୍ଟ ଭାବନ ବା ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ଭଳି ଭିଭିଆଇପିଙ୍କ ଯିବା ଆସିବା ଏବେ ସହଜ ହେବ । ଏମାନଙ୍କୁ ଆଉ ରାସ୍ତାରେ ବେଶି ଅଟକିବାକୁ ପଡିବ ନାହିଁ । ନ୍ରୂଆ ପାର୍ଲାମେଣ୍ଟକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri