କୋଭିଡର ଦୁଇଟି ଭାରିଆଣ୍ଟରେ ସଂକ୍ରମିତ ହେଲେ ମହିଳା ଡାକ୍ତର

ଡିସପୁର,୨୧।୭: ଆସାମର ଜଣେ ମହିଳା ଡାକ୍ତର ଏକାସାଙ୍ଗରେ ୨ଟି ଭିନ୍ନ କରୋନା ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯାହା ଦେଶର ପ୍ରଥମ ମାମଲା। ଏନେଇ ଡିବ୍ରୁଗଡ଼ ସ୍ଥିତ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆସିଏମ୍‌ଆର)ର ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆରଏମ୍‌ଆରସି)ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ବି.ଜେ ବୋର୍କାକୋଟି ସୂଚନା ଦେଇଛନ୍ତି। କୋଭିଡ ଟିକାର ୨ଟି ଡୋଜ୍‌ ନେବା ସତ୍ତ୍ୱେ ଉକ୍ତ ମହିଳା ଡାକ୍ତର କରୋନାର ୨ଟି ଭାରିଆଣ୍ଟ ଆଲ୍‌ଫା ଓ ଡେଲ୍ଟା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏବେ କିନ୍ତୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ଗତ ୧ମାସରୁ ଉର୍ଦ୍ଧ୍ୱ ହେବ ପ୍ରତିଦିନ ଏହି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଅନୁସରଣ କରାଯାଉଛି। ଉକ୍ତ ମହିଳାଙ୍କ ଗଳା ଓ ଶରୀରରେ ସାମାନ୍ୟ ଯନ୍ତ୍ରଣା ହେବା ସହ ଅନିଦ୍ରା ସମସ୍ୟା ଦେଖାଦେଇଥିଲା। ତେଣୁ ଚିନ୍ତାର କୌଣସି କାରଣ ନ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇନାହିଁ। ଘରେ ରହି ଏବେ ସେ ସୁସ୍ଥ ହୋଇଛନ୍ତି ବୋଲି ଡା.ବୋର୍କାକୋଟି କହିଛନ୍ତି। ଗତ ମେ’ରେ ଆରଏମ୍‌ଆରସି ଲାବ୍ରୋଟାରୀରେ ମହିଳା ଡାକ୍ତରଙ୍କ ଜିନୋମ ସିକ୍ୟୁଏନ୍ସର ପରୀକ୍ଷା କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା। ଏହି ଦ୍ୱିଗୁଣ ସଂକ୍ରମଣର କେତେକ ମାମଲା ବ୍ରିଟେନ, ବ୍ରାଜିଲ ଓ ପର୍ତ୍ତୁଗାଲରେ ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ ଏହା ଭାରତର ପ୍ରଥମ ମାମଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗୀଙ୍କୁ ଶୁଭେଚ୍ଛା ଜଣାଇ ଭାଜପାକୁ ଟାର୍ଗେଟ କଲେ ଅଖିଳେଶ

ଲକ୍ଷ୍ନୌ,୨୫।୩: ଯୋଗୀ ସରକାରଙ୍କ ଶପଥ ଗ୍ରହଣ ସମାରୋହ ପରେ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ଏସ୍‌ପି...

ପୁଣି ଏକ ରୋଗର ଭୟ, ଚିନ୍ତାରେ ଡାକ୍ତର

ମୁମ୍ବାଇ,୨୨।୭:ଭାରତରେ କରୋନା ଭାଇରସ୍‌ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହୋଇଛି। ଏହି ରାଜ୍ୟରେ କରୋନା ସାଙ୍ଗକୁ ଆଉ ଏକ ରୋଗର ଭୟ ସୃଷ୍ଟି...

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ନୀରଜ ଚୋପ୍ରା କହିଲେ, ଶୀଘ୍ର ନ୍ୟାୟ ପାଇବା ଉଚିତ୍‌

ନୂଆଦିଲ୍ଲୀ,୨୮।୪: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ)ର ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଷ୍ଟ୍ରାଇକର ଆଜି ଷଷ୍ଠ ଦିନ। ଏବେ ଅନେକ ରାଜନେତା...

ସମସ୍ତ ବଳିଦାନ ପାଇଁ ପ୍ରସ୍ତୁତ: ସିଦ୍ଧୁ

ଚଣ୍ଡିଗଡ଼,୨୯ ।୯: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ପ୍ରଥମ କରି ସାମ୍ନାକୁ ଆସିଛି ନବଜୋତ ସିଂ ସିଦ୍ଧୁଙ୍କ ବୟାନ । ବୁଧବାର...

ସୀମା ପାର ଅସ୍ତ୍ରଶସ୍ତ୍ର ଯୋଗାଣ ଉଦ୍ୟମ ପଣ୍ଡ କଲେ ଭାରତୀୟ ସେନା…

ଶ୍ରୀନଗର,୨୪।୧୨ : ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ଏଲଓସିରେ ସୀମା ପାର ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ପାକିସ୍ତାନର ଏକ ବଡ଼ ପ୍ରୟାସକୁ ସୁରକ୍ଷା ବାହିନୀ ପଣ୍ଡ କରିଛନ୍ତି।...

କହ୍ନେୟା ଲାଲଙ୍କ ହତ୍ୟା ଘଟଣା: ରାଜସ୍ଥାନ ସମେତ ଅନେକ ସହରରେ ବନ୍ଦ ପାଳନ

ଜୟପୁର,୨।୭: ରାଜସ୍ଥାନର ଉଦୟପୁରରେ ଦରଜି କହ୍ନେୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ ସମଗ୍ର ରାଜସ୍ଥାନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ଶନିବାର ରାଜସ୍ଥାନର...

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ୫୮ତମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ-ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୭।୫: ଦେଶର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ୫୮ତମ ପୁଣ୍ୟତିଥି ଶୁକ୍ରବାର ପାଳନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ କଂଗ୍ରେସ ଅଧ୍ୟକ୍ଷ...

ଚାକିରି-ଉନ୍ନତ ଜୀବନ-ଟଙ୍କା ପାଇଁ ୩.୭ ଲକ୍ଷ ଭାରତୀୟ ୨୦୨୨ରେ ଛାଡ଼ିଛନ୍ତି ଦେଶ: ରିପୋର୍ଟ..

ନୂଆଦିଲ୍ଲୀ,୧୫।୩ : ଆମ ଦେଶରେ ଏପରି ଏକ ସମୟ ଥିଲା ଯେତେବେଳେ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସୁଥିଲେ। ହ୍ୟୁଏନ ଶାଙ୍ଗ ସପ୍ତମ ଶତାବ୍ଦୀରେ...

Advertisement
Archives

Model This Week