ବିପଦରେ ୪୦ କୋଟି ଲୋକ

ନୂଆଦିଲ୍ଲୀ, ୨୧ା୭: ଦେଶରେ ୬ ବର୍ଷ ଊର୍ଦ୍ଧ୍ୱ ବୟସ ବର୍ଗରେ ଥିବା ଲୋକସଂଖ୍ୟାର ଦୁଇ-ତୃତୀୟାଂଶ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଛନ୍ତି। ଏହାର ଅର୍ଥ ପ୍ରାୟ ୪୦ କୋଟି ଲୋକଙ୍କ ଉପରେ ଏବେ ମଧ୍ୟ କରୋନାରେ ସଂକ୍ରମଣ ବିପଦ ରହିଥିବା ଚତୁର୍ଥ ଜାତୀୟ ସେରୋ ସର୍ଭେରୁ ଜଣାପଡ଼ିଛି ବୋଲି କେନ୍ଦ୍ର ସରକାର ମଙ୍ଗଳବାର ସୂଚନା ଦେଇଛନ୍ତି। ତେଣୁ ସଭିଏଁ କୋଭିଡ୍‌ ଟିକା ନେବା ସହ କଟକଣା ମାନି ରହିବା ଜରୁରୀ ବୋଲି ଇଣ୍ଡିଆନ କାଉନ୍‌ସିଲ ଫର୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ମୁଖ୍ୟ ଡା. ବଳରାମ ଭାର୍ଗଭ କହିଛନ୍ତି। ଜୁନ୍‌-ଜୁଲାଇରେ ୨୧ ରାଜ୍ୟର ୭୦ ଜିଲାରେ ୩୬,୨୨୭ ଜଣଙ୍କୁ ନେଇ ସର୍ଭେ କରାଯାଇଥିଲା। ଏଥିରେ ୭,୨୫୨ ଜଣ ସ୍ବାସ୍ଥ୍ୟକର୍ମୀ ସାମିଲ ହୋଇଥିଲେ। ୬ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗର ଜନସଂଖ୍ୟା ମଧ୍ୟରୁ ୬୭.୬%ଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ସର୍ଭେରୁ ଜଣାପଡ଼ିଛି। ୬ରୁ ୧୭ ବର୍ଷ ବୟସ ବର୍ଗରେ ପ୍ରାୟ ୫୦ ପ୍ରତିଶତଙ୍କଠାରେ ଆଣ୍ଟିବଡି ରହିଛି। ୮୫% ସ୍ବାସ୍ଥ୍ୟକର୍ମୀଙ୍କ ଶରୀରରେ ମଧ୍ୟ ଆଣ୍ଟିବଡି ସୃଷ୍ଟି ହୋଇଛି। ପ୍ରାୟ ୧୦% ସ୍ବାସ୍ଥ୍ୟକର୍ମୀ ଟିକା ନେଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୧୫୮ ଛୁଇଁଲା

ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମସ୍ତେ ଯାଜପୁର ଜିଲାର। ଏହାକୁ ମିଶାଇ ଏଯାବତ ରାଜ୍ୟରେ ୧୫୮ ଜଣ ଆକ୍ରାନ୍ତ ସୁସ୍ଥ...

ସୌଦିକୁ ଫେରିଲା କରୋନା, ଭାରତ ସମେତ ୧୬ ଦେଶ ଯାତ୍ରା ଉପରେ କଟକଣା…

ଦୁବାଇ, ୨୩।୫ : ସୌଦି ଆରବକୁ ପୁଣି କରୋନା ଫେରିଛି। ଗତ କିଛି ସପ୍ତାହ ମଧ୍ୟରେ ସୌଦିରେ ଦୈନିକ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି।...

ଅସୁସ୍ଥ ମହିଳାଙ୍କୁ ଷ୍ଟ୍ରେକଚର୍‌ରେ ଧରି ୧୫ ଘଣ୍ଟା ଚାଲିଲେ ଆଇଟିବିପି ଯବାନ

ପିଥୋରଗଡ଼, ୨୩।୮: ଲଗାଣ ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ସ୍ଥିତି ସଙ୍ଗୀନ ହୋଇଗଲାଣି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ...

ପରଦାକୁ ଆସିଲା ମୋଦିଙ୍କ ବାୟୋପିକ

ମୁମ୍ବାଇ,୨୪।୫: ବହୁ ବାଦ ବିବାଦ ପରେ ଶୁକ୍ରବାର ପରଦାରେ ରିଲିଜ୍‌ ହୋଇଛି ମୋଦିଙ୍କ ବାୟୋପିକ ‘ପିଏମ୍‌ ମୋଦି’। ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିବା...

ବିହାର ସରକାରଙ୍କ ବିରୋଧରେ ‘ମୌନ ଉପବାସ’ ରଖିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନି କୁମାର ଚୌବେ

ନୂଆଦିଲ୍ଲୀ,୧୭ ।୧: କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ଅଶ୍ୱିନି କୁମାର ଚୌବେ ସୋମବାର କହିଛନ୍ତି, ବିହାରର ନୀତୀଶ କୁମାରଙ୍କ ନେତୃତ୍ୱ ବାଲା...

ଶେଷ ହୋଇନି ମହାମାରୀ, ସତର୍କତା ଜରୁରୀ…

ବର୍ଲିନ,୨୫।୧୦: ପୃଥିବୀରୁ କରୋନା ମହାମାରୀ ଶେଷ ହୋଇନି। ଯେଭଳି ସଂକ୍ରମଣ ନ ହେବ ସେ ନେଇ ସଭିଏଁ ସତର୍କ ରହିବା ଜରୁରୀ। କରୋନା ମାର୍ଗଦର୍ଶିକା ପାଳନ...

ବ୍ରହ୍ମୋସ୍‌ ପାଇଁ ୧,୭୦୦ କୋଟିର ଡିଲ୍‌

ନୂଆଦିଲ୍ଲୀ,୨୨।୯: ନୌସେନାର ଫ୍ରଣ୍ଟଲାଇନ୍‌ ଯୁଦ୍ଧଜାହାଜରେ ଅତିରିକ୍ତ ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ମୁତୟନ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ୧,୭୦୦ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର...

ଆଜି ଆଉ ୧୬ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୬୦୦ ଟପିଲା

ଭୁବନେଶ୍ୱର,୨୦ା୧୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୬ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୬୦୮କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

Advertisement
Archives

Model This Week