ଜାତୀୟ

ଉତ୍ତର ଭାରତରେ ଏଥର ହାଡ଼ଭଙ୍ଗା ଶୀତ ପୂର୍ବାନୁମାନ…

ନୂଆଦିଲ୍ଲୀ,୨୬।୧୦: ଏଥର ଉତ୍ତର ଭାରତରେ ହାଡ଼ଭଙ୍ଗା ଶୀତ ହେବାର ପୂର୍ବାନୁମାନ କରାଯାଇଛି। ଏଠାରେ ତାପମାତ୍ରା ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କିମ୍ବା ଏହାଠାରୁ କମ୍‌ ରହିବ ବୋଲି ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଉତ୍ତରପୂର୍ବ ଏସିଆରେ ମଧ୍ୟ ଏଭଳିସ୍ଥିତି ସୃଷ୍ଟି…

ଭାଜପା ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ରାଜ୍ୟପାଳ…

ଶିଂଲ,୨୬।୧୦: ଭାଜପା ସରକାରଙ୍କ ବିରୋଧରେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ୍‌ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ଗୋଆରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।…

୨୩୮ ଦିନ ପରେ ସର୍ବନିମ୍ନ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇ ୧୨ ହଜାର ୪୨୮ରେ ପହଞ୍ଚିଛି। ୨୩୮ ଦିନ ପରେ ଦୈନିକ ସଂକ୍ରମଣ ସର୍ବନିମ୍ନ…

ସାକ୍ଷୀଙ୍କୁ ହତ୍ୟା ଆଶଙ୍କା

ମୁମ୍ବାଇ,୨୬।୧୦: ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କ ଗିରଫ ଘଟଣାରେ ନୂଆ ମୋଡ଼ ଆଣିଛି ଏକ ସତ୍ୟପାଠ। ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ମୁମ୍ବାଇ ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖଡ଼େଙ୍କୁ ୮ କୋଟି ଟଙ୍କା ଦିଆଯିବ ବୋଲି ନିଖୋଜ…

ନଭେମ୍ବରରେ ଆସିବ କର୍ବେଭାକ୍ସ

ହାଇଦ୍ରାବାଦ, ୨୬।୧୦(ଆଇଏଏନ୍‌ଏସ୍‌): ନଭେମ୍ବର ଶେଷ ସୁଦ୍ଧା ହାଇଦ୍ରାବାଦର ଟିକା ଉତ୍ପାଦନକାରୀ କମ୍ପାନୀ ବାୟୋଲୋଜିକାଲ-ଇ ପ୍ରସ୍ତୁତ କୋଭିଡ୍‌ ଭାକ୍ସିନ ‘କର୍ବେଭାକ୍ସ’ ବଜାରକୁ ଆସିବ ବୋଲି ଆଶା କରାଯାଉଛି। ପ୍ରଥମ ଦିନରେ କମ୍ପାନୀ ପାଖାପାଖି ୧୦ କୋଟି ଡୋଜ୍‌ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ…

ଅଗ୍ନିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଆଜି ଭୋରରେ ଭୟାନକ ଅଘଟଣା ଘଟିଛି। ଏକ ତିନି ମହଲା କୋଠାରେ ନିଆଁ ଲାଗି ୪ ଜଣଙ୍କର ମୃତ୍ୟୁ ଘଟିଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି। ଭୋର୍‌ ସମୟରେ ଘରେ ନିଆଁ ଲାଗିଥିବା ନେଇ…

ୟୁପିରେ ସରେଣ୍ଡର କରିବାକୁ ଉଦ୍ୟମ..

ନୂଆଦିଲ୍ଲୀ,୨୬।୧୦: ଲୁକ୍‌ଆଉଟ୍‌ ଜାରି ହେବାର ଅନେକ ଦିନ ପରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଗିରଫ ମାମଲାରେ ଏନ୍‌ସିବିର ସ୍ବାଧୀନ ସାକ୍ଷୀ କିରନ ଗୋସାବି ସାମ୍ନାକୁ ଆସିଛନ୍ତି। ଠକେଇ ମାମଲାରେ ମହାରାଷ୍ଟ୍ର ପୋଲିସ ତାଙ୍କୁ ଖୋଜୁ ଥିବା ବେଳେ ସେ ଉତ୍ତର…

‘ସମନ ଆସିନି, କାମରେ ଆସିଛି’

ନୂଆଦିଲ୍ଲୀ,୨୬।୧୦: “କିଛି କାମ ପାଇଁ ଜାତୀୟ ରାଜଧାନୀ ଆସିଛି। ମୁଁ ମୋ ତଦନ୍ତ ସହ ଏବେ ବି ଏକମତ। ମୋତେ ଏପର୍ଯ୍ୟନ୍ତ ଏଜେନ୍ସି ପକ୍ଷରୁ ସମନ ଜାରି କରାଯାଇ ନାହିଁ”। ଡ୍ରଗ୍ସ ଜବତ ଘଟଣାରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନଙ୍କ ପୁଅ…

ବିଦେଶ ଯାଇପାରିବେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ,୨୫।୧୦: ଆଇଏନ୍‌ଏକ୍ସ ମିଡିଆ ମାମଲାର ଅଭିଯୁକ୍ତ କଂଗ୍ରେସ ଏମ୍‌ପି କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ଅକ୍ଟୋବର ୨୫ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ବିଦେଶ ଯିବା ଲାଗି ସୁପ୍ରିମକୋର୍ଟ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ବିଦେଶ ଯିବା ପୂର୍ବରୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରିରେ ୧ କୋଟି ଟଙ୍କା…

ଜମ୍ମୁ-କଶ୍ମୀର ପାଇଁ ପ୍ରୋଟୋକଲ୍‌ ଭାଙ୍ଗିବେ ଶାହା

ଶ୍ରୀନଗର, ୨୫।୧୦: ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ପୁଲ୍‌ଓ୍ବାମା ଜିଲାର ଶହୀଦ ସ୍ମାରକଠାରେ ସିଆର୍‌ପିଏଫ୍‌ ଯବାନମାନଙ୍କ ସହ ରାତି କଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ତାଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୋମବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫଳରେ…

ଆର୍ଯ୍ୟନଙ୍କ ମାମଲାରେ ଭିଜିଲାନ୍ସ ତଦନ୍ତ

ନୂଆଦିଲ୍ଲୀ,୨୫।୧୦: ଡ୍ରାଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କୁ ଛାଡ଼ିବା ପାଇଁ ଶାହରୁଖ ଖାନଙ୍କ ଠାରୁ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଆଞ୍ଚଳିକ ମୁଖ୍ୟ ସମୀର ଓ୍ବାଙ୍ଖଡେ ୨୫ କୋଟି ଟଙ୍କା ମାଗିଥିଲେ। ଚଢ଼ାଉ ବେଳେ କ୍ରୁଜ ଜାହାଜରେ ଉପସ୍ଥିତ ଥିବା…

ଇଡିକୁ ମୋର ଭୟ ନାହିଁ: ଭାଜପା ଏମ୍‌ପି

ମୁମ୍ବାଇ,୨୫।୧୦: ମୁଁ ଭାଜପା ଏମ୍‌ପି ହୋଇଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଦାପି ମୋ ଉପରେ ଚଢ଼ାଉ କରିବ ନାହିଁ। ମହାରାଷ୍ଟ୍ରର ଭାଜପା ଏମ୍‌ପି ସଞ୍ଜୟ ପାଟିଲ ରବିବାର ଏଭଳି ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କେବଳ ବିରୋଧୀ ଦଳର ନେତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri