ଜାତୀୟ

ହାଡ଼ଭଙ୍ଗା ଶୀତ, ରାଜଧାନୀରେ ତାପମାତ୍ରା ୪.୬ ଡିଗ୍ରୀ-ରାଜସ୍ଥାନରେ ମାଇନସ୍‌ ୧.୧…

ନୂଆଦିଲ୍ଲୀ, ୧୯।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଉତ୍ତରଭାରତ ସମେତ ଦେଶର ବହୁ ଅଞ୍ଚଳରେ ତାପମାତ୍ରା ହଠାତ୍‌ କମିବା ସହିତ ହାଡ଼ଭଙ୍ଗା ଶୀତ ଆରମ୍ଭ ହୋଇଛି। ରବିବାର ଜାତୀୟ ରାଜଧାନୀ ଦିଲ୍ଲୀରେ ଶୀତଦିନିଆ ସକାଳ ସହିତ…

ଜଳୁଛି ପ୍ରତିହିଂସାର ନିଆଁ, ୧୨ ଘଣ୍ଟାରେ ୨ ରାଜନେତାଙ୍କୁ ହତ୍ୟା…

ଥିରୁଭାନନ୍ତପୁରମ୍‌, ୧୯।୧୨: କେରଳରେ ରାଜନୈତିକ ପ୍ରତିହିଂସାର ନିଆଁ ବ୍ୟାପିବାରେ ଲାଗିଛି। ରବିବାର ଅଲାପ୍ପୁଝାରେ ଭାଜପା ନେତା ଓବିସି ମୋର୍ଚ୍ଚା ସଚିବ ରଞ୍ଜିତ ଶ୍ରୀନିବାସନଙ୍କୁ ତାଙ୍କ ଘର ନିକଟରେ ଅଜଣା ଆକ୍ରମଣକାରୀ ହତ୍ୟା କରିଛନ୍ତି। ୧୨ ଘଣ୍ଟା ପୂର୍ବରୁ ଜିଲାରେ ସୋସିଆଲ ଡେମୋକ୍ରାଟିକ…

୪୦,୦୦୦ ବର୍ଷରୁ ଅଧିକ ସମୟ ଧରି ସମସ୍ତ ଭାରତୀୟଙ୍କ ଡିଏନ୍‌ଏ ସମାନ ରହିଛି: ମୋହନ ଭାଗଓ୍ବତ…

ଧର୍ମଶାଳା, ୧୯।୧୨: ହିମାଚଳ ପ୍ରଦେଶର ଧର୍ମଶାଲାରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ମୁଖ୍ୟ ମୋହନ ଭାଗଓ୍ବତ ଯୋଗଦେଇ କହିଛନ୍ତି ଯେ ୪୦,୦୦୦ ବର୍ଷରୁ ଅଧିକ ସମୟ ଧରି ଭାରତର ସମସ୍ତ ଲୋକଙ୍କର ଡିଏନ୍‌ଏ ସମାନ ରହିଛି। ପୂର୍ବପୁରୁଷମାନଙ୍କ ଯୋଗୁଁ ଆମ…

ଭାରତରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ ଛୁଇଁଲା, …

ନୂଆଦିଲ୍ଲୀ,୧୯।୧୨: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତରେ ମଧ୍ୟ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୧୪୫ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ…

୨୦୨୦ ମାର୍ଚ୍ଚ ପରେ ସର୍ବନିମ୍ନ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୯।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୯ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୭ ହଜାର…

କୋର୍ଟରେ ବୋମା ଖଞ୍ଜିଥିଲେ ଡିଆର୍‌ଡିଓ ବୈଜ୍ଞାନିକ

ନୂଆଦିଲ୍ଲୀ, ୧୯ା୧୨: ଗତ ୯ ତାରିଖରେ ରୋହିଣୀ ଜିଲା କୋର୍ଟରେ ଏକ ବୋମା ବିସ୍ଫୋରଣ ମାମଲାରେ ଦିଲ୍ଲୀ ପୋଲିସ ଶନିବାର ଜଣେ ଡିଆର୍‌ଡିଓ ବୈଜ୍ଞାନିକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଭାରତ ଭୂଷଣ କଟାରିଆ (୪୯) ବୋଲି ଜଣାପଡ଼ିଛି। ପ୍ରଥମେ ଏହା…

ବେଲ୍‌ଗାଭିରେ ତେଜିଲା ହିଂସା

ବେଲ୍‌ଗାଭି, ୧୯ା୧୨: ସୀମା ବିବାଦକୁ କେନ୍ଦ୍ର କରି ମହାରାଷ୍ଟ୍ର ଓ କର୍ନାଟକ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ବେଙ୍ଗାଲୁରୁରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉପରେ ବୁଧବାର କାଳି ଫିଙ୍ଗିବା ଘଟଣା ପରେ ଶୁକ୍ରବାର ରାତିରେ କର୍ନାଟକର ବେଲ୍‌ଗାଭିରେ ହିଂସାକାଣ୍ଡ ଘଟିଛି।…

ଜଷ୍ଟିସ୍‌ ନାନାବତୀଙ୍କ ବିୟୋଗ

ନୂଆଦିଲ୍ଲୀ, ୧୯।୧୨: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଗିରୀଶ ଠାକୋରଲାଲ୍‌ ନାନାବତୀଙ୍କର ଶନିବାର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ବହୁ ଚର୍ଚ୍ଚିତ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ଏବଂ ୨୦୦୨ ଗୋଧ୍ରା ଦଙ୍ଗା ମାମଲାର ତଦନ୍ତ…

ଓଡ଼ିଶା, ଛତିଶଗଡ଼କୁ ସାକ୍ଷୀ ତାଲିକା ମାଗିଲେ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ, ୧୯।୧୨: ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ସାକ୍ଷୀ ତାଲିକା ଆସନ୍ତା ୨ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ଶନିବାର ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଏ.ଏମ୍‌.ଖାନ୍‌ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ବିଚାରପତି ଇନ୍ଦରମିତ୍‌ କୌର ଏବଂ ରବି…

ସମାଜବାଦୀ ପାର୍ଟି ନେତାଙ୍କ ଘରେ ଆୟକର ବିଭାଗର ମାରାଥନ ରେଡ: ୧୫ ଘଣ୍ଟାରେ ମିଳିଲା ୧୭ ହଜାର ଟଙ୍କା

ଲକ୍ଷ୍ନୌ,୧୯ ।୧୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶନିବାର ସମାଜବାଦୀ ପାର୍ଟିର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ନିକଟତମ କୁହାଯାଉଥିବା ନେତାଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ…

ଅମ୍ବାନୀଙ୍କ ଘରେ ପୁଣି ବାଜିବ ଶାହାନାଇ!

ମୁମ୍ବାଇ,୧୯ ।୧୨: ଉଦ୍ଦ୍ୟୋଗପତି ଅନିଲ ଅମ୍ବାନୀ ଓ ଟିନା ଅମ୍ବାନୀଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କର ଏନଗେଜମେଣ୍ଟ ସରିଛି । କୃଷ୍ଣା ଶାହାଙ୍କ ସହ ଅନମୋଲଙ୍କର ବିବାହ ହେବାକୁ ଯାଉଥିବା ବେଳେ ଏବେ ସୋସିଆଲ ମିଡିଆରେ ଏମାନଙ୍କ ଏନ୍‌ଗେଜ୍‌ମେଣ୍ଟର କିଛି ଫଟୋ…

ଶ୍ରୀନଗର ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା

ଜମ୍ମୁ,୧୯ ।୧୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ରାଜନୀତି ଓ ଟେରର ଫଣ୍ଡିଂ ନେଟୱର୍କକୁ ସମ୍ପୂର୍ଣ୍ଣ ଶେଷ କରିବାକୁ ସୁରକ୍ଷାକର୍ମୀ ଲାଗି ପଡିଛନ୍ତି । ରବିବାର ସକାଳୁ ହରୱାନ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ଜଣେ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri