ଓଡ଼ିଶାରେ ସର୍ବାଧିକ କୋଭିଡ୍‌ ଅନାଥ

ନୂଆଦିଲ୍ଲୀ,୧୭ା୧ :ଘାତକ କରୋନା ଭୂତାଣୁ ସାରା ଦେଶର ପିଲାଙ୍କ ପାଠପଢ଼ାରେ ଏକପ୍ରକାର ଡୋରି ବାନ୍ଧିବା ସହ ସେମାନଙ୍କ ଶୈଶବ ମଧ୍ୟ ଉଜାଡ଼ିଦେଇଛି। ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଓଡ଼ିଶାର ଶିଶୁ। କୋଭିଡ୍‌-୧୯ ଯୋଗୁ ଗତ ୯ ମାସ ମଧ୍ୟରେ ଓଡ଼ିଶାର ୨୪,୪୦୫ ପିଲା ନିଜ ମା’ କିମ୍ବା ବାପା ଅଥବା ଉଭୟଙ୍କୁ ହରାଇଛନ୍ତି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସୁପ୍ରିମକୋର୍ଟରେ ସଦ୍ୟ ଦାଖଲ କରିଥିବା ସତ୍ୟପାଠରୁ ଏହି ଉଦ୍‌ବେଗଜନକ ବିଷୟ ପ୍ରଘଟ ହୋଇଛି। ସବୁ ମାମଲା ହିସାବକୁ ନେଲେ ହୁଏତ ପ୍ରକୃତ ସଂଖ୍ୟା ଏହାଠାରୁ ଆହୁରି ଅଧିକ ହୋଇପାରେ।
ମହାମାରୀ କରୋନା ୨୦୨୦ ଏପ୍ରିଲ ୧ରୁ ଅଦ୍ୟାବଧି ୧,୪୭,୪୯୨ ଶିଶୁଙ୍କୁ ଅନାଥ କରିଛି। ସେମାନଙ୍କ ମଧ୍ୟରୁ ଓଡ଼ିଶାର ସର୍ବାଧିକ ୨୪,୪୦୫ ପିଲା କୋଭିଡ୍‌-୧୯ ଯୋଗୁ ନିଜ ମା’ କିମ୍ବା ବାପା ଅଥବା ଉଭୟଙ୍କୁ ହରାଇଥିବା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର୍‌) ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଅବଗତ କରାଇଛନ୍ତି।
କୋଭିଡ୍‌-୧୯ ମହାମାରୀ ସମୟରେ ମାତାପିତାଙ୍କୁ ହରାଇଥିବା ଶିଶୁଙ୍କ ଯନତ୍ ଓ ସୁରକ୍ଷାର ଆବଶ୍ୟକତା ସମ୍ପର୍କିତ ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜଆଡ଼ୁ ମାମଲାର ଶୁଣାଣି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପକ୍ଷରୁ ‘ବାଲ୍‌ ସ୍ବରାଜ ପୋର୍ଟାଲ-କୋଭିଡ୍‌ କେୟାର’ରେ ଜାନୁୟାରୀ ୧୧ ପର୍ଯ୍ୟନ୍ତ ଅପ୍‌ଲୋଡ୍‌ କରାଯାଇଥିବା ତଥ୍ୟକୁ ଭିତ୍ତିକରି ଏନ୍‌ସିପିସିଆର୍‌ ଆଇନଜୀବୀ ସ୍ବରୂପମା ଚତୁର୍ବେଦୀ ସର୍ବୋଚ୍ଚ ଅଦାଲତରେ ଦାଖଲ କରିଥିବା ସତ୍ୟପାଠରେ ଉପରୋକ୍ତ ତଥ୍ୟ ଉଲ୍ଲେଖ କରିଛନ୍ତି। କୋଭିଡ୍‌ ଯୋଗୁ ଅନାଥ ହୋଇଥିବା ଶିଶୁଙ୍କ ରାଜ୍ୟ ଓ୍ବାରି ସଂଖ୍ୟାକୁ ଦେଖିଲେ ଏହି କ୍ଷେତ୍ରରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ସର୍ବାଗ୍ରେ ରହିଛି। ୨୦୨୦ ଏପ୍ରିଲରୁ କୋଭିଡ୍‌ ସଂକ୍ରମଣ ଓ ଅନ୍ୟାନ୍ୟ କାରଣରୁ ଓଡ଼ିଶାର ସର୍ବାଧିକ ୨୪,୪୦୫ ଶିଶୁ ଅନାଥ ହୋଇଛନ୍ତି। ଓଡ଼ିଶା ତଳକୁ ମହାରାଷ୍ଟ୍ର ରହିଛି, ଯେଉଁଠି ୧୯,୬୨୩ ଶିଶୁ ଅନାଥ ହୋଇଛନ୍ତି। ଏହି ଅବଧି ମଧ୍ୟରେ ଗୁଜରାଟର ୧୪,୭୭୦, ତାମିଲନାଡୁ ୧୧,୦୧୪, ଉତ୍ତର ପ୍ରଦେଶ ୯,୨୪୭, ଆନ୍ଧ୍ର ପ୍ରଦେଶ ୮,୭୬୦, ମଧ୍ୟପ୍ରଦେଶ ୭,୩୪୦, ପଶ୍ଚିମବଙ୍ଗ ୬,୮୩୫, ଦିଲ୍ଲୀ ୬,୬୨୯ ଏବଂ ରାଜସ୍ଥାନର ୬,୮୨୭ ଶିଶୁଙ୍କଠାରୁ ମହାମାରୀ ସେମାନଙ୍କ ମାତାପିତାଙ୍କୁ ଛଡ଼ାଇନେଇଛି। ମହାମାରୀରେ ଶିଶୁମାନେ ଯେପରି ପ୍ରଭାବିତ ନ ହେବେ ତାହା ସୁନିଶ୍ଚିତ କରିବା ଦିଗରେ ଏନ୍‌ସିପିସିଆର୍‌ ପଦକ୍ଷେପ ନେଉଥିବା ସର୍ବୋଚ୍ଚ ଅଦାଲତଙ୍କୁ ଅବଗତ କରାଇଛନ୍ତି। ମହାମାରୀ ପ୍ରଭାବରୁ ପିଲାଙ୍କୁ ଦୂରେଇ ରଖିବା ନିମନ୍ତେ ଏନ୍‌ସିପିସିଆର୍‌ ପ୍ରତ୍ୟେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏସ୍‌ସିପିସିଆର୍‌)ଙ୍କ ସହ ଭର୍ଚୁଆଲ ବୈଠକ କରୁଛନ୍ତି। ମହାମାରୀର ସମ୍ଭାବ୍ୟ ତୃତୀୟ ଲହର ପରିପ୍ରେକ୍ଷୀରେ କେଉଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କି ପ୍ରକାର ପଦକ୍ଷେପ ନେଇଛନ୍ତି ତାହା ମଧ୍ୟ ଏନ୍‌ସିପିସିଆର୍‌ ବୈଠକରେ ସମୀକ୍ଷା କରୁଛନ୍ତି। ଆସନ୍ତା ୧୯ ତାରିଖରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଏସ୍‌ସିପିସିଆର୍‌ଙ୍କ ସହ ଅନ୍‌ଲାଇନ୍‌ ବୈଠକ କରାଯିବ। ଅନ୍ୟ ରାଜ୍ୟଗୁଡ଼ିକର ଆୟୋଗଙ୍କ ଭଳି ଉକ୍ତ ବୈଠକରେ ଶିଶୁଙ୍କ ପାଇଁ କରାଯାଇଥିବା ସ୍ବାସ୍ଥ୍ୟସେବା ସୁବିଧା, ଚିଲ୍‌ଡ୍ରେନ୍‌ ସ୍କୁଲ/ଆବାସିକ ବିଦ୍ୟାଳୟ ଆଦି ସମ୍ପର୍କରେ ଆଲୋଚନା ହେବ। ଏହାସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁପାଳନର ସାମ୍ପ୍ରତିକ ଷ୍ଟାଟସ୍‌ର ସମୀକ୍ଷା କରାଯିବ ବୋଲି ଏନ୍‌ସିପିସିଆର୍‌ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।
କମିଶନ ଏଥିରେ ଆହୁରି ଦର୍ଶାଇଛନ୍ତି ଯେ, ଗତ ଜାନୁୟାରୀ ୧୧ ଯାଏ ଦେଶରେ ସମ୍ପୂର୍ଣ୍ଣ ଅନାଥ ହୋଇଥିବା ୧୦,୦୯୪ ଶିଶୁଙ୍କୁ ଯନତ୍ ଓ ସୁରକ୍ଷା ଜରୁରୀ। ସେହିପରି ୧,୩୬,୯୧୦ ଶିଶୁ ନିଜ ମା’ କିମ୍ବା ବାପାଙ୍କୁ ହରାଇଛନ୍ତି। ଏଥିସହ ୪୪୮ ପରିତ୍ୟକ୍ତ ଶିଶୁଙ୍କୁ ମିଶାଇଲେ ଯନତ୍ ଓ ସୁରକ୍ଷା ଆବଶ୍ୟକ କରୁଥିବା ସଂଖ୍ୟା ୧,୪୭,୪୯୨ରେ ପହଞ୍ଚତ୍ଛି। ଲିଙ୍ଗଗତ ଦୃଷ୍ଟିରୁ ହିସାବ କଲେ ସେମାନଙ୍କ ମଧ୍ୟରୁ ୭୬,୫୦୮ ପୁଅ ଓ ୭୦,୯୮୦ ଝିଅ ଥିବାବେଳେ ୪ ଜଣ କିନ୍ନର ଶିଶୁ ରହିଛନ୍ତି। ସର୍ବାଧିକ ୫୯,୦୧୦ ଶିଶୁଙ୍କ ବୟସ ୮ରୁ ୧୩ ବର୍ଷ ମଧ୍ୟରେ ହେବ। ଏହା ତଳକୁ ୧୪ରୁ ୧୫ ବର୍ଷୀୟ ୨୨,୭୬୩ ଶିଶୁ ଥିବାବେଳେ ୧୬ରୁ ୧୮ ବର୍ଷର ୨୨,୬୨୬ ଜଣ ଓ ୪ରୁ ୭ ବର୍ଷୀୟ ୨୬,୦୮୦ ଶିଶୁ ଥିବା ଉକ୍ତ ସତ୍ୟପାଠରେ ଦର୍ଶାଯାଇଛି। ଶିଶୁଙ୍କ ସାମ୍ପ୍ରତିକ ଆଶ୍ରୟ ସ୍ଥିତି ସମ୍ପର୍କରେ ମଧ୍ୟ ଏନ୍‌ସିପିସିଆର୍‌ ଅବତାରଣା ଏଥିରେ କରିଛନ୍ତି। ସର୍ବାଧିକ ୧,୨୫,୨୦୫ ପିଲା ନିଜ ମା’ କିମ୍ବା ବାପାଙ୍କ ସହ ରହୁଥିବାବେଳେ ୧୧,୨୭୨ ଜଣ ପରିବାର ସହ ରହୁଛନ୍ତି। ସେହିପରି ୮,୪୫୦ ଶିଶୁ ଅଭିଭାବକଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ୧,୫୨୯ ପିଲା ଶିଶୁ ଆଶ୍ରୟସ୍ଥଳରେ, ୧୯ ଜଣ ଓପନ୍‌ ଶେଲ୍ଟର ହୋମ, ୧୮୮ ଅନାଥାଶ୍ରମ, ୬୬ ସ୍ବତନ୍ତ୍ର ପୌଷ୍ୟ ସଂସ୍ଥା ଓ ୩୯ ପିଲା ହଷ୍ଟେଲରେ ରହୁଥିବା ସତ୍ୟପାଠରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri